Excuse Me Odisha

ଯାହା କହିବୁ ସତ କହିବୁ

୩୧ ଅକ୍ଟୋବର ରାଶିଫଳ: ମେଷ, କର୍କଟ, କୁମ୍ଭ ରାଶିର ଲୋକଙ୍କ ପାଇଁ ଦିନଟି ଖାସ ରହିବ। ଧନଲାଭ ହେବାର ରହିଛି ସମ୍ଭାବନା।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ କାଳଖଣ୍ଡ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି, ପ୍ରେମ ଜୀବନ, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ସମ୍ପଦ, ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ଜାଣି ହୋଇଥାଏ। ଗ୍ରହ ମାନଙ୍କର ଚଳନକୁ ଆଧାର କରି ଦିନଟି ଆପଣଙ୍କ ପାଇଁ କିପରି ରହିବ, କେଉଁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସେହି ବିଷୟରେ ସୂଚନା ମିଳିଥାଏ। ତେବେ ଏହି ଦୈନିକ ରାଶିଫଳରୁ ନିଜ ରାଶି ବିଷୟରେ ଜାଣନ୍ତୁ।

ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ପିତାମାତା ଆପଣଙ୍କୁ କୌଣସି କଥାରେ କ୍ରୋଧ ପ୍ରକାଶ କରି ପାରନ୍ତି। ଟଙ୍କାପଇସା ମାମଲାରେ ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ। ଆପଣଙ୍କୁ ନିଜ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ସମ୍ପତ୍ତି କ୍ରୟ କରିବା ପାଇଁ ଆଜିର ଦିନଟି ଅନୁକୂଳ ରହିଛି। ଆପଣ କୌଣସି ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତାଳାପ ଉପରେ ଅଧିକ ଗୁରୁତ୍ବ ଦେବେ। ଭାଇଭଉଣୀ ସହିତ ଚାଲିଥିବା ମତଭେଦ ଦୂର ହେବ।

ମିଥୁନ ରାଶି :-ଆଜି ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ। ବିଦ୍ୟାର୍ଥୀ ମାନଙ୍କୁ ଗୁରୁଜନଙ୍କ ଠାରୁ ଅଧିକ ସହଯୋଗ ପ୍ରାପ୍ତ ହେବ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ପାଇବେ।

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଜୀବନସାଥୀ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ମହିଳା ବନ୍ଧୁଙ୍କ ଠାରୁ ଆର୍ଥିକ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।

ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଗୃହସ୍ଥ ଜୀବନରେ କିଛି ସମସ୍ୟା ସୃଷ୍ଟି ହେଉଥିଲେ, ଆପଣଙ୍କୁ ଧର୍ଯ୍ୟ ରଖି ସବୁ ସମସ୍ୟାର ସମାଧାନ କରିବାକୁ ପଡ଼ିବ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଦେଖି ସନ୍ତୁଷ୍ଟ ହେବେ। ଆଳସ୍ୟ ତ୍ୟାଗ କରି ସଠିକ ସମୟରେ କାର୍ଯ୍ୟ ସମାପନ କରନ୍ତୁ।

କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଘରେ କଳି ଝଗଡା ଲାଗି ରହିପାରେ। ପରିବାର ଲୋକଙ୍କ ସହିତ ଆପଣ ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। ବିବାହିତ ଲୋକଙ୍କର ଗୃହସ୍ଥ ଜୀବନ ସୁଖମୟ ରହିବ।

ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆଜି ଆପଣ ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ। ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ନୂତନ ପ୍ରୋଜେକ୍ଟ ମିଳିପାରେ। କୌଣସି ସ୍ଥାନରେ ଧନ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଘରର ବାତାବରଣ ସୁଖମୟ ରହିବ।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ ଚାଲୁଥିବା ସମସ୍ୟାର ସମାଧାନ ହେବ। ଆପଣଙ୍କୁ କଠିନ ପରିଶ୍ରମ କରି ଆଗକୁ ବଢ଼ିବେ। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ପରିବାର ଲୋକଙ୍କ ସହିତ ବାହାର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଆମଦାନୀରେ ବୃଦ୍ଧି ହେବ। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆଜି ଆପଣ ମାନସିକ ଶାନ୍ତି ପ୍ରାପ୍ତ କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କ ମନ ଆଧ୍ୟାତ୍ମିକ ଆଡ଼କୁ ଅଗ୍ରସର ହେବ। କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଗୁରୁଜନଙ୍କ ଠାରୁ ପରାମର୍ଶ ନିଅନ୍ତୁ।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଟଙ୍କାପଇସା ମାମଲାରେ ସତର୍କ ରୁହନ୍ତୁ। ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆଜିର ଦିନଟି ଅନୁକୂଳ ରହିଛି। କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ।

ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି।ଆପଣଙ୍କୁ ନିଜ ଦୈନନ୍ଦିନ କାର୍ଯ୍ୟରେ ପରିବର୍ତ୍ତନ କରିବାକୁ ପଡ଼ିବ। ଆପଣଙ୍କୁ କଠିନ ପରିଶ୍ରମର ଉଚିତ ଫଳ ପ୍ରାପ୍ତି ହେବ। ଗୃହସ୍ଥ ଜୀବନ ଓ ଚାକିରି ଜୀବନକୁ ତାଳମେଳ ବନେଇ ରଖନ୍ତୁ। ପାରିବାରିକ ଜୀବନରେ ଉତ୍ତମ ତାଳମେଳ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *