Excuse Me Odisha

ଯାହା କହିବୁ ସତ କହିବୁ

ବଡ଼ ସୋମବାର ଦିନ କରନ୍ତୁ ନାହିଁ ଏଭଳି 5 ପ୍ରକାରର ଭୁଲ, ନଚେତ ଘର ଉପରେ ମାଡି ଆସିପାରେ ସଙ୍କଟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବୀ ଓ ଦେବତାଙ୍କୁ ସମର୍ପିତ ଅଟେ। ଯେଉଁ ବାର କୌଣସି ଦେବତାଙ୍କୁ ସମର୍ପିତ ଅଟେ, ସେହି ବାରର ନିୟମ ପାଳନ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଆଜି ଆମେ ସୋମବାର ଦିନ ବିଷୟରେ ଆଲୋଚନା କରିବୁ। ଅର୍ଥାତ୍ ସୋମବାର ଦିନ କେଉଁ ବ୍ରତ ଆଦି କରିବା ଉଚିତ ଏବଂ ଏହି ବ୍ରତ କରିବା ସମୟରେ କେଉଁ ଭୁଲ କରିବା ଉଚିତ ନୁହେଁ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ସପ୍ତାହର ପ୍ରଥମ ଦିନ ଅର୍ଥାତ୍ ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପିତ ଅଟେ। ସୋମବାର ଦିନ ରଖା ଯାଉଥିବା ବ୍ରତ ଅତ୍ୟନ୍ତ ଶୁଭ ଓ ଲାଭକାରୀ ହୋଇଥାଏ। ଉତ୍ତମ ଜୀବନସାଥୀ ପାଇବା ପାଇଁ ଅବିବାହିତ କନ୍ୟା ମାନେ ମଧ୍ୟ ସୋମବାର ବ୍ରତ ରଖି ଥାଆନ୍ତି। ତେଣୁ ସୋମବାର ଦିନ କେଉଁ କାର୍ଯ୍ୟ କଲେ ଭଗବାନ ଶିବ ପ୍ରସନ୍ନ ହେବେ। କହିବାକୁ ଗଲେ ଭଗବାନ ଶିବ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି।

ଭଗବାନ ଶିବଙ୍କୁ ସୋମବାର ଦିନ ଗଙ୍ଗାଜଳ ଅର୍ପଣ କରନ୍ତୁ। ଏହାସହିତ ବିଶେଷ ରୂପରେ ବେଲପତ୍ର, ଅରଖ ଫୁଲ, ମହୁ ଆଦି ମଧ୍ୟ ଅର୍ପଣ କରନ୍ତୁ। ଭଗବାନ ଶିବଙ୍କୁ ଧଳା ବସ୍ତୁ ଅତ୍ୟନ୍ତ ପ୍ରିୟ ଅଟେ। ତେଣୁ ସୋମବାର ଦିନ ଧଳା ବସ୍ତୁ ଯେପରି ଧଳା ଫୁଲ, ଦହି, କ୍ଷୀର ଆଦି ମଧ୍ୟ ଆଦି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। କିନ୍ତୁ ସୋମବାର ଦିନ କିଛି ଏଭଳି କାର୍ଯ୍ୟ କରିବା ଉଚିତ ନୁହେଁ, ଯାହା ଆପଣଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ।

ସୋମବାର ଦିନ ବ୍ରତ କରୁଥିବା ଲୋକଙ୍କୁ ସମ୍ଭୋଗ କରିବା ଉଚିତ ନୁହେଁ। ଏହାଦ୍ବାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ସୋମବାର ଦିନ ମାଂସ, ମଦିରା ଆଦିର ସେବନ କରିବା ଉଚିତ ନୁହେଁ। ସୋମବାର ଦିନ ଭଗବାନ ଶିବଙ୍କ ପାଖରେ ଭୋଗ ଲଗାଇ ଗାଈ ଓ ଷଣ୍ଢକୁ ଖାଇବାକୁ ଦିଅନ୍ତୁ। ଏହି ଦିନ ଦାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ। ସୋମବାର ଦିନ କୌଣସି କଟୁ ବଚନ କହିବା ଉଚିତ ନୁହେଁ, ନଚେତ ପାପ ଲାଗି ଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *