Excuse Me Odisha

ଯାହା କହିବୁ ସତ କହିବୁ

କାର୍ତ୍ତିକ ମାସ ଅଁଳା ନବମୀ ଚୁପଚାପ ସ୍ନାନ କରୁଥିବା ପାଣିରେ ଢ଼ାଳି ଦିଅନ୍ତୁ ଏହି ଗୋଟିଏ ଜିନିଷ

ସେୟାର୍ କରନ୍ତୁ

କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିକୁ ଅଁଳା ନବମୀ ରୂପରେ ପାଳନ କରାଯାଏ । ଏହିଦିନ ଅନେକ ବିଧି ବିଧାନ ରହିଛି । ଯାହାଦ୍ୱାରା ଜୀବନର କରଜ ସମସ୍ୟାରୁ ମୁକ୍ତି ମିଳିଥାଏ ଏବଂ ଧନ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ତେବେ ପ୍ରଥମ ଉପାୟ ଅନୁଯାୟୀ ସ୍ନାନ କରିବା ସମୟରେ ମଥାରେ ସାମ୍ପ କରିବା ପରେ ମଥାରେ ଅଳ୍ପ ଅଁଳା ଲଗାଇ ଧୋଇ ଦିଅନ୍ତୁ । ଆପଣ ଚାହିଁଲେ ସ୍ନାନ ପାଣିରେ ଏକ ଚିମୁଟା ଅଁଳା ପାଉଡର ପକାଇ ମଧ୍ୟ ସ୍ନାନ କରି ପାରିବେ । ଆପଣ ଚାହିଁଲେ ଅଁଳା ପତ୍ର ମଧ୍ୟ ପକାଇ ପାରିବେ ।

ଏହା ଭଗବାନଙ୍କ ପ୍ରସାଦ ହୋଇଥାଏ ତେଣୁ ଦିନ ସାରା ମଧ୍ୟରେ କୌଣସି ସମୟରେ ମୁଣ୍ଡ ଉପରେ ମଧ୍ୟ ଟିକିଏ ନିଶ୍ଚୟ ରଖି ଦିଅନ୍ତୁ । ଏହିଦିନ କାହାଣୀ ଶୁଣିବାର ବିଧାନ ରହିଛି । ମାତ୍ର ଏହିଦିନ ଅଁଳା ନିଶ୍ଚୟ ଖାଆନ୍ତୁ । ଏହି ବିଧାନକୁ ପୁରା ପରିବାର ସହିତ ପାଳନ କରନ୍ତୁ । ଏହାକୁ ଖାଇବା ଦ୍ୱାରା ପୁରା ବର୍ଷ ସ୍ୱାସ୍ଥ୍ୟ ଭଲ ରହିଥାଏ ।

ଧନ ସମ୍ବନ୍ଧୀୟ ସମସ୍ୟା ପାଇଁ ଏହି ଅଁଳା ନବମୀ ଦିନକ ସବୁଜ ରଙ୍ଗର ଛୋଟ କପଡ଼ା ନିଅନ୍ତୁ ଏହାପରେ ଏକ ଗୋଟା ଅଁଳା ନେଇ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଯେ ଧନର ଅଭାବ ଯେମିତି ନରହୁ । ତାହାକୁ ଆପଣ ଘରେ କିମ୍ବା ବ୍ୟବସାୟ ସ୍ଥାନରେ ମଧ୍ୟ ରଖି ପାରିବେ ।

ଏହାଦ୍ବାରା ନିୟମିତ ଧନର ଆଗମନ ହେବ । କରଜରୁ ମୁକ୍ତି ନିମିତ୍ତ ଏହି ଅଁଳା ନବମୀ ଦିନ ଗୋଟିଏ ଅଁଳା ନିଶ୍ଚୟ ଦାନ କରନ୍ତୁ । କାର୍ତ୍ତିକ ମାସର କିଛି ଦିନ ଏବେବି ବାକି ରହିଛି । ତେଣୁ ଆପଣ ଚାହିଁଲେ କୌଣସି ଦିନ ହିଁ ଅଁଳା ଦାନ କରିପାରିବେ । ଯାହାଦ୍ୱାରା ଆପଣଙ୍କର କରଜ ସମସ୍ୟା ଦୂରେଇ ଯିବ । ଏହିଦିନ କୌଣସି ଗରିବକୁ ଖାଇବାକୁ ନିଶ୍ଚୟ ଦିଅନ୍ତୁ ।

ଆପଣ ଚାହିଁଲେ ଅନ୍ୟ କିଛି ଖାଦ୍ୟ କିମ୍ବା ଚାଉଳ ମଧ୍ୟ ଦାନ କରି ପାରିବେ । ଅଁଳା ନବମୀ ଦିନ ନିଶ୍ଚିତ ରୂପରେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଯେ ସୁଖୀ ଜୀବନ ପାଇଁ ଏହାପରେ ଅଁଳା ପାଣିରେ ମିଶାଇ ସ୍ନାନ କରନ୍ତୁ ।

ଯଦି ଘରେ ଅଁଳା ଗଛ ରହିଛି ତେବେ ସେହି ଗଛର ସାତ ଥର ପରିକ୍ରମା କରନ୍ତୁ । ଏହାପରେ କର୍ପୂର ଜଳାଇ ଆରତୀ କରନ୍ତୁ । ଅଁଳା ଗଛ ତଳେ ଭୋଜନ କରିବା ଦ୍ୱାରା ନିଶ୍ଚିତଭାବେ ଆର୍ଥିକ ସମସ୍ୟା ଦୂରେଇ ଯାଏ ଏବଂ ଧନ ପ୍ରାପ୍ତି ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *