Excuse Me Odisha

ଯାହା କହିବୁ ସତ କହିବୁ

ଘରର ଏହି ଦୁଇଟି ଜିନିଷ ଅନ୍ୟମାନଙ୍କୁ ଦାନ କରନ୍ତୁ ନାହିଁ। ନଚେତ ହୋଇଯିବେ ଦରିଦ୍ର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଘରେ ଦେଖା ଦେଉଥିବା ଛୋଟ ଛୋଟ ଘଟଣାରୁ ଅନେକ ସଂକେତ ମିଳିଥାଏ। ଏହି ସଙ୍କେତକୁ ଜାଣି ଗଲେ ଆପଣ ନିଜ ଭବିଷ୍ୟତ ବିଷୟରେ ମଧ୍ୟ ଜାଣି ପାରିବେ। ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ରର କିଛି ଅଦ୍ଭୁତ ସୂଚନା ପ୍ରଦାନ କରିବାକୁ ଯାଉଛୁ। ଘରର ବୃଦ୍ଧ ଲୋକେ ଆମକୁ କିଛି ନା କିଛି ଶିଖାଇ ଥାଆନ୍ତି, ଯାହାଦ୍ଵାରା ଆମକୁ କିଛି ସମସ୍ୟା ନହେଉ।

ଆଜି ଆମେ ଆପଣଙ୍କୁ କିଛି ଖାସ ଉପାୟ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ଵାରା ଆପଣଙ୍କ ମାନସମ୍ମାନ ବୃଦ୍ଧି ହେବା ସହିତ ଧନଲାଭ ମଧ୍ୟ ହେବ।ଦାନ କଲେ ପୂଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। ପ୍ରତ୍ୟେକ ବ୍ୟକ୍ତି ନିଜ ସକ୍ଷମତାକୁ ନେଇ ଦାନ କରିଥାନ୍ତି। ଅସହାୟ ଲୋକଙ୍କୁ ଦାନ କରିବା ଦ୍ୱାରା ଈଶ୍ବରଙ୍କ ଆଶୀର୍ବାଦ ମିଳିଥାଏ।ତେବେ ଲୁଣ ଦାନ କଲେ ଦାରିଦ୍ର୍ୟତା ଦୂର ହୋଇଥାଏ ବୋଲି କୁହାଯାଉଛି।

ଲୁଣ ଦାନ କରିବା ସମୟରେ ଏହି କଥା ଉପରେ ଧ୍ୟାନ ରଖନ୍ତୁ କି, ଲୁଣକୁ ସିଧାସଳଖ ଦାନ କରନ୍ତୁ ନାହିଁ। ଯଦି ଆପଣଙ୍କ ଘରେ ସର୍ବଦା କଳି ଝଗଡା ଲାଗି ରହୁଛି ଏବଂ ଆର୍ଥିକ ଅଭାବ ଦେଖା ଦେଉଛି, ତାହେଲେ ପ୍ରତ୍ୟେକ ସୋମବାର ଦିନ ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରନ୍ତୁ ଏବଂ ସେଠାରେ ଗୁଡ଼ ଦାନ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଘରୁ ସବୁ କ୍ଳେଶ ଦୂର ହୋଇଯିବ ଏବଂ ସୁଖଶାନ୍ତି ବିଦ୍ୟମାନ ହେବ।

ଗାଈକୁ ଗୁଡା ଓ ରୁଟି ଖାଇବାକୁ ଦେଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହାଛଡା ତିଳ ଦାନ କଲେ ମଧ୍ୟ ସବୁ ମନସ୍କାମନା ହୋଇଥାଏ। ଯଦି ଆପଣଙ୍କ ଆତ୍ମବିଶ୍ବାସ ଓ ସାହସ ହ୍ରାସ ହେଉଛି ବା ଆପଣ କୌଣସି ମାନସିକ ଚିନ୍ତାରେ ବୁଡି ରହିଛନ୍ତି, ତାହେଲେ ଆପଣ ତିଳ ଦାନ କରନ୍ତୁ। ଦେଖିବେ ଆପଣଙ୍କର ସବୁ ଦୁଃଖକଷ୍ଟ ଦୂର ହୋଇଯିବ। ଏହାସହିତ କେବେବି ନିଜ ଭଣ୍ଡାର ଘର ଖାଲି ରଖନ୍ତୁ ନାହିଁ। ନଚେତ ଦେବୀ ଲକ୍ଷ୍ମୀ କ୍ରୋଧର ସାମ୍ନା କରିବାକୁ ପଡିପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *