Excuse Me Odisha

ଯାହା କହିବୁ ସତ କହିବୁ

ବାସ୍ତୁ ଶାସ୍ତ୍ର ଅନୁସାରେ ଗାଈର ଏହି ଅଙ୍ଗକୁ ସ୍ପର୍ଶ କରିବା ଦ୍ୱାରା ଦୂର ହୋଇଥାଏ ଦାରିଦ୍ର୍ୟତା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଗାଈ ହେଉଛି ସମସ୍ତ ଜଗତର ମାଆ। ଧର୍ମ ଗ୍ରନ୍ଥ ଅନୁସାରେ ଗାଈ ମଧ୍ୟରେ ୩୩ କୋଟି ଦେବତା ଓ ଦେବୀ ମାନେ ବାସ କରିଥାନ୍ତି। ଯାହାଦ୍ଵାରା ଗାଈକୁ ପୂଜା କରିବା ଓ ଠାକୁର ପୂଜା କରିବା ସହିତ ସମାନ ହୋଇଥାଏ। ଗାଈ ଉପରେ ପ୍ରତ୍ୟେକ ଗ୍ରହ ଓ ନକ୍ଷତ୍ରର ପ୍ରଭାବ ପଡିଥାଏ। କୁହାଯାଏ କି ଘରେ ଗାଈ ରଖିବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ।ଗାଈର ସୂର୍ଯ୍ୟକେତୁ ହାଡ଼ ରହିଥିବା ଯୋଗୁଁ ଏହାର ଶୁଭ ପ୍ରଭାବ ଦେଇ ଗାଈର କ୍ଷୀରରେ ରହିଥାଏ।

ହିନ୍ଦୁ ଧର୍ମରେ ଗାଈକୁ ଗଙ୍ଗା ଭଳି ଅତ୍ୟନ୍ତ ପବିତ୍ର ଅଟେ। ଯେଉଁମାନେ ଗାଈର ସେବା କରିଥାନ୍ତି, ସେମାନଙ୍କ ଉପରେ ଗୋମାତାଙ୍କର ଆଶୀର୍ବାଦ ରହିଥାଏ ଏବଂ ତାଙ୍କ ଉପରେ ଆସୁଥିବା ସମସ୍ତ ଦୁଃଖକଷ୍ଟକୁ ଗୋମାତା ହରଣ କରି ନେଇ ଥାଆନ୍ତି। କୁହାଯାଏ କି ସୂର୍ଯ୍ୟାସ୍ତ ପରେ ଯେତେବେଳେ ଗାଈ ଘରକୁ ଫେରି ଥାଏ। ଗାଈର ଖୁରାରେ ଲାଗିଥିବା ଧୂଳିକୁ ମନୁଷ୍ୟ ନିଜ ମଥାରେ ଲଗାଇଲେ ତାର ସବୁ ପାପ ନଷ୍ଟ ହୋଇ ଯାଇଥାଏ। ଯଦି ଆପଣଙ୍କ ମନରେ କିଛି କାମନା ରହିଛି, ତାହେଲେ ଗାଈକୁ ରୁଟି ଖାଇବାକୁ ଦେଇ ଗୋମାତାଙ୍କ କାନରେ ନିଜର ଅଭିଳାଷା କୁହନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ।

ଯଦି ଆପଣ ଗ୍ରହ ଦୋଷରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ପ୍ରତ୍ୟେକଦିନ ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ। ଏହାଦ୍ବାରା ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ। ଗାଈ ଦାନ କରିବା ଶାସ୍ତ୍ରରେ ଶୁଭ ବୋଲି ମାନା ଯାଇଛି। ଯଦି କୁଣ୍ଡଳୀରେ ମଙ୍ଗଳ ଗ୍ରହର ସ୍ଥିତି ଅଶୁଭ ରହିଛି, ତାହେଲେ କୌଣସି ଅସହାୟ ବା ବ୍ରାହ୍ମଣଙ୍କୁ ଗାଈ ଦାନ କରିବା ନିହାତି ଆବଶ୍ୟକ ଅଟେ। ଗାଈକୁ ରୁଟି ଖାଇବାକୁ ଦେବା ସମୟରେ ନିଜ ମନସ୍କାମନା ଗାଈର କାନରେ କହି ଦିଅନ୍ତୁ। ଏହାଦ୍ବାରା ଆପଣଙ୍କର ସବୁ ଅଭିଳାଷା ପୂରଣ ହେବ।l

ପ୍ରତ୍ୟେକଦିନ ଗାଈକୁ ପୂଜାର୍ଚ୍ଚନା କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ନବଗ୍ରହ ସନ୍ତୁଷ୍ଟ ହୋଇଥାନ୍ତି। ପ୍ରତ୍ୟେକ ଦିନ ଆପଣଙ୍କ ଘରର ଦୁଆର ପାଖକୁ ଆସିଥିବା ଗାଈକୁ ନିଶ୍ଚିତ ଭାବରେ ଖାଇବାକୁ ଦିଅନ୍ତୁ ଏବଂ ତାର ପିଠି ଉପରେ ନିଶ୍ଚିତ ଭାବରେ ହାତ ବୁଲାଇ ଆଣନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ଦାରିଦ୍ର୍ୟତା ଦୂର ହେବା ସହିତ ସବୁ ସଙ୍କଟ ମଧ୍ୟ ଟଳି ଯାଇଥାଏ।

ଯଦି ଆପଣଙ୍କୁ ବ୍ୟବସାୟରେ କ୍ଷତି ସହିବାକୁ ପଡୁଛି, ତାହେଲେ ଗାଈର ଗୋବରକୁ ଅଳ୍ପ ପାଣିରେ ମିଶାଇ ଅଫିସ ପରିସରରେ ସିଞ୍ଚନ କରନ୍ତୁ। ଏହାକୁ ଘରେ ମଧ୍ୟ ସିଞ୍ଚନ କଲେ ଘରେ ସକାରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ। ଯଦି ଆପଣ ନିଜ ଘରେ ଗାଈ ରଖିଛନ୍ତି, ତାହେଲେ ଗାଈର ବେକରେ ଘଣ୍ଟି ବାନ୍ଧି ଦିଅନ୍ତୁ। ଏହାଦ୍ବାରା ଗୋମାତାଙ୍କର ଆଳତି ହୋଇଥାଏ ଏବଂ ସବୁ ଦେବତାଙ୍କର ମଧ୍ୟ ପୂଜା ସମ୍ପନ୍ନ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *