Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ଗଛ ମୂଳରେ ରଖି ଦିଅନ୍ତୁ ଏହି ଗୋଟେ ବସ୍ତୁ, ଘରୁ ଦାରିଦ୍ର୍ୟତା ହୋଇଯିବ ଦୂର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ତୁଳସୀ ଗଛକୁ ହିନ୍ଦୁ ଧର୍ମରେ ପୂଜନୀୟ ମାନା ଯାଇଥାଏ। ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରର ଅଗଣାରେ ତୁଳସୀ ଗଛ ରହିଥାଏ। ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା ଓ ଭୋଗରେ ତୁଳସୀ ନ ରହିଲେ ପୂଜା ଅପୂର୍ଣ୍ଣ ବୋଲି ମାନା ଯାଇଥାଏ। ମନୁଷ୍ୟ ଜାଣତରେ ହେଉ ଅବା ଅଜାଣତରେ କିଛି ଏଭଳି ଭୁଲ କରି ଦେଇଥାଏ, ଯାହାଦ୍ଵାରା ତାକୁ ଅନେକ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ଶାସ୍ତ୍ର ଅନୁସାରେ ତୁଳସୀ ଗଛ ମୂଳରେ କେବେବି ଦୂଷିତ ପାଣି ପକାଇବା ଉଚିତ ନୁହେଁ। ଏହାଦ୍ବାରା ଘୋର ପାପ ହୋଇଥାଏ। ତୁଳସୀ ଗଛ ମୂଳରେ କ୍ଷୀର ଅର୍ପଣ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଆପଣଙ୍କ ଘରେ ତୁଳସୀ ଗଛ ଶୁଖି ଯାଇଛି, ତାହେଲେ ତାକୁ ଉପାଡ଼ି କୌଣସି ନଦୀରେ ଭସାଇ ଦିଅନ୍ତୁ। କାରଣ ତୁଳସୀ ଗଛ ଶୁଖିଯିବା ଦ୍ଵାରା ଘରକୁ ଦାରିଦ୍ର୍ୟତା ଗ୍ରାସ କରିଥାଏ।

ତୁଳସୀ ଗଛ ଲଗାଇଥିବା ଆଖପାଖ ସ୍ଥାନକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। କୌଣସି ଦୂଷିତ ପାଣି ତୁଳସୀ ଗଛ ପାଖରେ ପକାନ୍ତୁ ନାହିଁ। କୁହାଯାଏ କି ଯେଉଁ ବ୍ୟକ୍ତି ତୁଳସୀ ଗଛ ଓ ଶାଳଗ୍ରାମର ବିବାହ କରାଇ ଥାଆନ୍ତି, ତାକୁ ମୃତ୍ୟୁ ପରେ ସ୍ବର୍ଗ ପ୍ରାପ୍ତି ହୋଇଥାଏ। ଶାଳଗ୍ରାମ ଥିବା ଲୋକଙ୍କ ଘର ସର୍ବଦା ହସଖୁସିରେ ଭରି ଯାଇଥାଏ।ତୁଳସୀ ଗଛ ମୂଳରେ ଶାଳଗ୍ରାମ ରଖିବା ମଧ୍ୟ ଶୁଭ ହୋଇଥାଏ। ତୁଳସୀ ଗଛ ମଧ୍ୟରେ ଅନେକ ଔଷଧୀୟ ଗୁଣ ରହିଛି। ଥଣ୍ଡା କାଶ ଆଦି ହେଲେ ତୁଳସୀ ପତ୍ର ସେବନ କରାଯାଏ।ପ୍ରତ୍ୟେକଦିନ କିଛି ତୁଳସୀ ପତ୍ରର ସେବନ କଲେ ରୋଗବ୍ୟାଧି ଦୂର ହୋଇ ଯାଇଥାଏ।

ପ୍ରତ୍ୟେକଦିନ ଘରର ଅଗଣାରେ ଥିବା ତୁଳସୀ ଗଛକୁ ଜଳ ଅର୍ପଣ କରିବା ଉଚିତ ଏବଂ ସୂର୍ଯ୍ୟାସ୍ତ ପରେ ସଞ୍ଜ ଦେଇ ତୁଳସୀ ଗଛ ମୂଳରେ ଘିଅର ଦୀପ ପ୍ରଜ୍ବଳନ କରିବା ଉଚିତ। ଏଭଳି କରିବା ଦ୍ଵାରା ପରିବାରରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ପରିବାର ଲୋକଙ୍କର ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇ ଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *