Excuse Me Odisha

ଯାହା କହିବୁ ସତ କହିବୁ

ବଡ଼ ଶୁକ୍ରବାର ଦିନ ଘରର ମୁଖ୍ୟ ଫାଟକ ଦେଇ ଫିଙ୍ଗି ଦିଅନ୍ତୁ ଏହି ଗୋଟେ ଜିନିଷ। ଦାରିଦ୍ର୍ୟତା ଆପଣଙ୍କ ପାଖ ମାଡିବ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରାୟତଃ ସମସ୍ତଙ୍କୁ ନିଜ ସୁଖସୁବିଧା ଓ ଧନ ବୃଦ୍ଧି କରିବା ପାଇଁ ଇଚ୍ଛା ରହିଥାଏ। କିଛି ଲୋକେ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ପ୍ରାପ୍ତ କରି ପାରନ୍ତି ନାହିଁ। ଆଉକିଛି ଲୋକେ ଅଳ୍ପ ପରିଶ୍ରମ କରି ଖୁବ୍ ଶୀଘ୍ର ସଫଳତା ପାଇବାକୁ ଇଛା ରଖିଥାନ୍ତି। କିନ୍ତୁ ଜାଣତରେ ହେଉ ଅବା ଅଜାଣତରେ ଆମ ଦ୍ଵାରା କିଛି ଏଭଳି ଭୁଲ ହୋଇ ଯାଇଥାଏ, ଯାହାର ଖରାପ ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ।

ଧନର ଦେବୀ ଲକ୍ଷ୍ମୀ ସମୁଦ୍ର ମନ୍ଥନରୁ ବାହାରି ଥିଲେ ଏବଂ ଭଗବାନ ବିଷ୍ଣୁଙ୍କୁ ବିବାହ କରିଥିଲେ। ଯଦି ଦେବୀ ଲକ୍ଷ୍ମୀ ରୁଷ୍ଟ ହୋଇଯିବେ, ତାହେଲେ ଘୋର ଦାରିଦ୍ର୍ୟତାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେବୀ ଲକ୍ଷ୍ମୀଙ୍କୁ ଶୁକ୍ର ଗ୍ରହ ସହିତ ଯୋଡା ଯାଇଥାଏ।

ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ରହିଲେ, ଯେତେ କଠିନ ପରିଶ୍ରମ କଲେ ମଧ୍ୟ ପାଖରେ ଅର୍ଥ ତିଷ୍ଠି ରହି ନଥାଏ। ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶାସ୍ତ୍ରରେ ଅନେକ ଉପାୟ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ତେବେ ଆସନ୍ତୁ ସେହି ଉପାୟ ବିଷୟରେ ବିସ୍ତାର ରୂପରେ ଜାଣିବା। ଯାହାକୁ ପ୍ରୟୋଗ କରି ଆପଣ ଆର୍ଥିକ ସଙ୍କଟରୁ ମୁକ୍ତି ପାଇ ପାରିବେ।

ତେବେ ଆପଣ ସବୁଦିନ ସକାଳୁ ଉଠି ସ୍ନାନ ସାରି ଘରକୁ ସଫାସୁତୁରା କରନ୍ତୁ। ଠାକୁର ଘରେ ସବୁ ଦେବୀ ଓ ଦେବତାଙ୍କ ମୂର୍ତ୍ତିକୁ ସ୍ନାନ କରାନ୍ତୁ। ତାପରେ ପୂଜା କର୍ମ ସବୁ ଆରମ୍ଭ କରନ୍ତୁ। ଦେବୀ ଲକ୍ଷ୍ମୀଙ୍କୁ କୁଙ୍କୁମ, ଫୁଲ, ଧୂପ, ଝୁଣା, ସିନ୍ଦୂର ଦେଇ ଆବାହନ କରନ୍ତୁ ଏବଂ ନିଜ ଅଭିଳାଷା ପ୍ରକାଶ କରନ୍ତୁ। ଆଉ ଏକ ଉପାୟ ଆପଣ କରି ପାରିବେ। ଘରର ଦୁଆର ମୁହଁରେ ପ୍ରତ୍ୟେକଦିନ ଗୋଟେ ଲୋଟାରେ ଜଳ ଭରି ଓ ସେଥିରେ ଫୁଲ ପକାଇ ରଖି ଦିଅନ୍ତୁ।ଏଭଳି କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *