Excuse Me Odisha

ଯାହା କହିବୁ ସତ କହିବୁ

ଚନ୍ଦ୍ରଗ୍ରହଣର ପ୍ରଭାବ ଭାରତରେ କେବେ ଲାଗିବ।ଏହାର ପ୍ରଭାବରେ କେଉଁ ୪ ଗୋଟି ରାଶିର ଲୋକେ ହେବେ ମାଲାମାଲ। ଜାଣନ୍ତୁ ସେହି ବିଷୟରେ –

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୮ ତାରିଖ ଦିନ ପଡ଼ିବାକୁ ଯାଉଛି। ଏହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ପଡ଼ିଥାଏ। ଏହି ଚନ୍ଦ୍ରଗ୍ରହଣର ପ୍ରଭାବ ଭାରତ ସମେତ ଅନ୍ୟ ଦେଶ ଗୁଡିକରେ ମଧ୍ୟ ପରିଲକ୍ଷିତ ହେବ। ଚନ୍ଦ୍ରଗ୍ରହଣର ମୁହୂର୍ତ୍ତ ହେଉଛି ସନ୍ଧ୍ୟା ୫:୩୨ ମିନିଟରୁ ୬:୧୮ ମିନିଟ ପର୍ଯ୍ୟନ୍ତ। ସୂତକକାଳ ସକାଳ ୯ ଘଟିକାରୁ ଆରମ୍ଭ ହୋଇ ଗ୍ରହଣ ସମାପ୍ତ ହେବା ପରେ ଶେଷ ହୋଇଯିବ।

ଏହି ଚନ୍ଦ୍ରଗ୍ରହଣ ଦକ୍ଷିଣ ଏସିଆ, ଆରବ ସାଗର, ୟୁରୋପ, ଆମେରିକାରେ ଦେଖିବାକୁ ମିଳିବ। ଚନ୍ଦ୍ରଗ୍ରହଣ ଚାଲିଥିବା ସମୟରେ କୌଣସି ଗର୍ଭବତୀ ମହିଳାଙ୍କୁ ବାହାରକୁ ଯିବା ଉଚିତ ନୁହେଁ। ସୂତକ କାଳ ଆରମ୍ଭ ହେବା ପରେ ପୂଜାପାଠ, ଧାର୍ମିକ କାର୍ଯ୍ୟ ଆଦି କରିବାକୁ ବାରଣ ହୋଇଛି। ଏହିସମୟରେ କୌଣସି ଧାରୁଆ ଜିନିଷ ପ୍ରୟୋଗ କରନ୍ତୁ ନାହିଁ। ଏହାସହିତ ଠାକୁରଙ୍କୁ ମଧ୍ୟ ସ୍ପର୍ଶ କରିବା ଉଚିତ ନୁହେଁ। ଚନ୍ଦ୍ରଗ୍ରହଣ ସମୟରେ କେବେବି ଅପଶଦ୍ଦ କରିବା ଉଚିତ୍ ନୁହେଁ। ତେବେ ଆସନ୍ତୁ ଜାଣିବା ଚନ୍ଦ୍ରଗ୍ରହଣ ସମୟରେ କେଉଁ ରାଶିର ଲୋକେ ହେବେ ମାଲାମାଲ।

ମେଷ ରାଶି :- ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇପାରେ।

ବୃଷ ରାଶି :- ଚନ୍ଦ୍ରଗ୍ରହଣରେ ଚନ୍ଦ୍ରର ପ୍ରଭାବ ଆପଣଙ୍କ ଉପରେ ଅଧିକ ରହିବ। ଆପଣଙ୍କୁ ଜଗିରଖି ଚାଲିବା ଆବଶ୍ୟକ। ଗ୍ରହଣ ସମୟରେ ଆପଣ ଈଶ୍ୱରଙ୍କୁ ସ୍ମରଣ କରନ୍ତୁ, ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହୋଇଯିବ।

ମିଥୁନ ରାଶି :- ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ଆପଣଙ୍କ ଉପରେ ରହିବ। କାର୍ଯ୍ୟସ୍ଥଳରେ ଆପଣଙ୍କର ପ୍ରଭାବ ବିସ୍ତାର ହେବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ।

କର୍କଟ ରାଶି :- ଚନ୍ଦ୍ରଗ୍ରହଣ ଆପଣଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ, ତେଣୁ ଧ୍ୟାନ ରଖନ୍ତୁ। କାରବାରରେ ବିସ୍ତାର ଲାଭ କରିବେ। ଆମଦାନୀରେ ବୃଦ୍ଧି ହେବ। ଘରେ ବୃଦ୍ଧ ଲୋକଙ୍କର ଆଶୀର୍ବାଦ ନେଇ ନିଜ କାର୍ଯ୍ୟକ୍ଷେତ୍ରକୁ ଯାଆନ୍ତୁ।

ସିଂହ ରାଶି :- ବ୍ୟବସାୟରେ ଲାଭବାନ ହେବେ। ଚନ୍ଦ୍ରଗ୍ରହଣ ଚାଲିଥିବା ସମୟରେ ଘରୁ ବାହାରକୁ ଯାଆନ୍ତୁ ନାହିଁ। ପାରିବାରିକ ସୁଖ ପ୍ରାପ୍ତି ହେବ। ବନ୍ଧୁଙ୍କୁ ସହଯୋଗ କରିବା ପାଇଁ ଆପଣ ଆଗେଇ ଆସିବେ।

କନ୍ୟା ରାଶି :- ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ଆପଣ ସବୁ କାର୍ଯ୍ୟ କରିବା ପାଇଁ ଉତ୍ସାହିତ ରହିବେ। ବିବାହିତ ଲୋକଙ୍କର ଗୃହସ୍ଥ ଜୀବନରେ ସୁଖଶାନ୍ତି ବିଦ୍ୟମାନ ହେବ। ଚନ୍ଦ୍ରଗ୍ରହଣ ଆପଣଙ୍କ ପାଇଁ ଅନୁକୂଳ ରହିଛି।

ତୁଳା ରାଶି :- ପାରିବାରିକ ଜୀବନରେ ସୁଖଶାନ୍ତି ବିଦ୍ୟମାନ ହେବ। ଚନ୍ଦ୍ରଙ୍କ କୃପା ଯୋଗୁଁ ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବଜାୟ ରହିବ।କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ।

ବିଛା ରାଶି :- ଭାଇଭଉଣୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ।ଚନ୍ଦ୍ରଙ୍କର ଶୁଭ ପ୍ରଭାବ ଆପଣଙ୍କ ଉପରେ ପଡ଼ିବ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ।

ଧନୁ ରାଶି :- ପ୍ରେମ ଜୀବନରେ ଏକ ନୂଆ ମୋଡ଼ ଆସିପାରେ। ସନ୍ତାନଙ୍କ ପାଠପଢାକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି। ଆପଣଙ୍କୁ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରଙ୍କର ସ୍ତୋତ୍ର ପାଠ କରିବା ଉଚିତ।

ମକର ରାଶି :- ଚନ୍ଦ୍ରଗ୍ରହଣ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ବ୍ୟବସାୟରେ ଆଶାନୁରୂପ ସଫଳତା ହାସଲ କରିବେ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।ଘରେ ସୁଖଶାନ୍ତି ବିଦ୍ୟମାନ ହେବ।

କୁମ୍ଭ ରାଶି :- ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆପଣଙ୍କ ପାଇଁ ଅନୁକୂଳ ରହିବ। କଳା ଓ ସଙ୍ଗୀତ କ୍ଷେତ୍ରରେ ଜଡ଼ିତ ଲୋକେ ନିଜ କଳା ପ୍ରଦର୍ଶନ କରିବା ପାଇଁ ଉତ୍ତମ ଅବସର ପ୍ରାପ୍ତ କରିବେ। ଜୀବନସାଥୀଙ୍କ ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ।

ମୀନ ରାଶି :- ଚନ୍ଦ୍ରଙ୍କର ଶୁଭ ପ୍ରଭାବ ଆପଣଙ୍କ ଉପର ରହିବ। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ଆପଣଙ୍କୁ ନିଜ କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *