Excuse Me Odisha

ଯାହା କହିବୁ ସତ କହିବୁ

ରୋଷେଇ ଘରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାର୍ଯ୍ୟ, ନଚେତ ଦେବୀ ଲକ୍ଷ୍ମୀ ହୋଇ ଯାଇଥାନ୍ତି କ୍ରୋଧିତ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି, ଘରେ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ, ଯାହାଦ୍ଵାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ହିନ୍ଦୁଧର୍ମରେ ପ୍ରତ୍ୟେକ ପତି ଓ ପତ୍ନୀକୁ ଶିବ ଓ ପାର୍ବତୀଙ୍କ ଯୋଡ଼ି ବୋଲି କୁହାଯାଏ। ଯେପରି ପତିଙ୍କ ଭାଗ୍ୟ ପତ୍ନୀଙ୍କ ସହିତ ଯୋଡ଼ି ହୋଇଥାଏ, ସେହିପରି ପତ୍ନୀଙ୍କ ଭାଗ୍ୟ ମଧ୍ୟ ପତିଙ୍କ ସହିତ ଯୋଡି ହୋଇ ରହିଥାଏ।

ପତ୍ନୀଙ୍କ ଧର୍ମକର୍ମ ଆଦିର ପୁଣ୍ୟ ଫଳ ପତିଙ୍କୁ ମଧ୍ୟ ପ୍ରାପ୍ତ ହୋଇଥାଏ। ଆମ ହିନ୍ଦୁ ସମାଜରେ ସ୍ତ୍ରୀ ମାନଙ୍କୁ ଘରର ଲକ୍ଷ୍ମୀ ଓ ଅନ୍ନପୂର୍ଣ୍ଣା କୁହାଯାଏ। କିନ୍ତୁ ବେଳେବେଳେ ଜାଣତରେ ହେଉ ଅବା ଅଜାଣତରେ କିଛି ଏଭଳି ଭୁଲ କାର୍ଯ୍ୟ ଯୋଗୁଁ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି ଏବଂ ଘରୁ ପଳାଇ ଥାଆନ୍ତି। ତେବେ ଆସନ୍ତୁ କିଛି ବିଶେଷ ଅନୁଚିନ୍ତା ବିଷୟରେ ବିସ୍ତାର ରୂପରେ ଜାଣିବା।

ଘରର ମହିଳା ଓ ପୁରୁଷ ମାନେ ସନ୍ଧ୍ୟା ସମୟରେ କେବେବି କେଶ କୁଣ୍ଡେଇବା ଉଚିତ ନୁହେଁ। ଏହାଦ୍ବାରା ଅଶୁଭ ପରିଣାମ ଭୋଗ କରିବାକୁ ପଡ଼ିଥାଏ। ତାଛଡା ଘରର କୌଣସି ସଦସ୍ୟ ସନ୍ଧ୍ୟା ସମୟରେ କେବେବି ଶୋଇବା ଉଚିତ ନୁହେଁ ଏବଂ ଅପଶବ୍ଦ କହିବା ଉଚିତ ନୁହେଁ। ନଚେତ ଘରର ସୁଖଶାନ୍ତି ଦୂର ହୋଇ ଯାଇଥାଏ ଏବଂ ଆର୍ଥିକ ଅଭାବ ଦେଖା ଦେଇଥାଏ।କାରଣ ସନ୍ଧ୍ୟା ସମୟ ଅତ୍ୟନ୍ତ ଶୁଭ ହୋଇଥାଏ। ଏହିସମୟରେ ସକାରାତ୍ମକ ରହିଲେ, ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ରାତିରେ ଶୋଇବା ପୁର୍ବରୁ କିଛି ଲୋକେ ରୋଷେଇ ଘରେ ଅଇଁଠା ବାସନ ରଖି ଦେଇ ଶୋଇ ଥାଆନ୍ତି। କିନ୍ତୁ ଏଭଳି କରିବା ଭୁଲ ଅଟେ। ଏହାଦ୍ବାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ଚାଲି ଯାଇଥାନ୍ତି। ଅଇଁଠା ବାସନରେ ଖାଦ୍ୟ ଖାଇବା ଉଚିତ ନୁହେଁ, ଏହା ଦ୍ଵାରା ରୋଗ ହେବାର ସମ୍ଭାବନା ରହିଥାଏ। ଯେଉଁ ଘରେ ପତିପତ୍ନୀଙ୍କ ମଧ୍ୟରେ ସର୍ବଦା କଳି ଝଗଡା ଲାଗି ରହୁଛି, ସେହି ଘରେ ଦେବୀ ଲକ୍ଷ୍ମୀ କଦାପି ବାସ କରନ୍ତି ନାହିଁ। କିନ୍ତୁ କଳି ଝଗଡା ଚାଲିଥିବା ଘରେ ଦେବୀ ଲକ୍ଷ୍ମୀଙ୍କ ବଡ଼ ଭଉଣୀ ଅଲକ୍ଷ୍ମୀ ବାସ କରିଥାନ୍ତି।

ଶାସ୍ତ୍ରରେ କୁହାଯାଇଛି ନିଜ ଘର ବିଷୟରେ କୌଣସି କଥା ଅନ୍ୟମାନଙ୍କ ପାଖରେ ସେୟାର କରିବା ଉଚିତ ନୁହେଁ। ଘରର ମୁଖ୍ୟ ଦୁଆର ସାମ୍ନାରେ କେବେବି ଅଳିଆ ଆବର୍ଜନା ପକେଇବା ଉଚିତ ନୁହେଁ। କହିବାକୁ ଗଲେ ଦେବୀ ଲକ୍ଷ୍ମୀଙ୍କୁ ପରିଷ୍କାର ଓ ପରିଚ୍ଛନ୍ନ ସ୍ଥାନ ପସନ୍ଦ ଅଟେ। ଦେବୀ ଲକ୍ଷ୍ମୀ ସନ୍ଧ୍ୟା ସମୟରେ ଘରକୁ ପ୍ରବେଶ କରିଥାନ୍ତି। ସେହି ସମୟରେ ଅଳିଆ ଆବର୍ଜନା ରହିଲେ ସେ ତୁରନ୍ତ ଘରୁ ଚାଲି ଯିବେ। ଯାହାଫଳରେ ଆପଣଙ୍କୁ ଆର୍ଥିକ ସଂକଟର ସମ୍ମୁଖୀନ ହେବାକୁ ପଡିପାରେ। ତେଣୁ ସେଥିପ୍ରତି ଧ୍ୟାନ ଦିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *