Excuse Me Odisha

ଯାହା କହିବୁ ସତ କହିବୁ

ଘରର ଏହି ସ୍ଥାନରେ ରଖି ଦିଅନ୍ତୁ ଚାବି, ଖୋଲିଯିବ ଧନର ଦ୍ଵାର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଯେପରି ଗୋଟେ ତାଲା ଖୋଲିବା ପାଇଁ ଚାବିର ଆବଶ୍ୟକତା ରହିଛି। ସେହିପରି ଆପଣଙ୍କ ଭାଗ୍ୟର ତାଲା ଖୋଲିବା ପାଇଁ ଗୋଟେ ଚାବିର ଆବଶ୍ୟକତା ରହିଛି। ବାସ୍ତୁ ଶାସ୍ତ୍ର ଅନୁସାରେ ତାଲା ଓ ଚାବିକୁ ନେଇ ଖାସ ଉପାୟ ଗୁଡ଼ିକ ବର୍ଣ୍ଣନା କରାଯାଇଛି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ସାମାନ୍ୟ ଦେଖା ଯାଉଥିବା ଚାବିର ବହୁତ ମହତ୍ତ୍ଵ ରହିଛି। ଦେବୀ ଲକ୍ଷ୍ମୀଙ୍କ ପୂଜାରେ ଚାବିକୁ ମଧ୍ୟ ପୂଜା କରାଯାଇଥାଏ। ଘରକୁ ଆସୁଥିବା ନୂଆ ବହୂକୁ ଚାବି ଦିଆଯାଇଥାଏ। ଶାସ୍ତ୍ରରେ ତାଲାକୁ ରାହୁର ପ୍ରତୀକ ମାନା ଯାଇଥାଏ ଏବଂ ଚାବିକାଠି ବୁଧ ଗ୍ରହର ପ୍ରତୀକ ଅଟେ। ଯେଉଁ ଘରର ମୁଖ୍ୟ ଫାଟକରେ ସର୍ବଦା ତାଲା ଲଗା ଯାଇଥାଏ, ସେହି ଘରକୁ କେବେବି ଦେବୀ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ। ଏହାସହିତ ସେହି ଘରେ ସର୍ବଦା ଦାରିଦ୍ର୍ୟତା ବାସ କରିଥାଏ ଏବଂ ଅଭାବ ଅନଟନ ଦେଖା ଦେଇଥାଏ।

ପୂର୍ବ ଦିଗକୁ ସୂର୍ଯ୍ୟଙ୍କ ସ୍ଥାନ ମାନା ଯାଇଛି। ଯଦି ଆପଣଙ୍କ ଘରର ମୁଖ୍ୟ ଦୁଆର ପୂର୍ବ ଦିଗରେ ରହିଛି, ତାହେଲେ ଆପଣଙ୍କୁ ତମ୍ବାର ତାଲା ପକାଇବା ଉଚିତ। ଏହାଦ୍ବାରା ଘରେ ସମସ୍ୟା ଦୂର ହୋଇଥାଏ। ଏହି ତାଲା ଓ ଚାବିକୁ ନେଇ ଆପଣ କିଛି ଖାସ ଉପାୟ କରି କରିବେ। ସେଥିପାଇଁ ଆପଣ ଶୁକ୍ରବାର ସୁନା ଷ୍ଟିଲ ଧାତୁର ତାଲା କିଣନ୍ତୁ।ଏହାକୁ ଖୋଲନ୍ତୁ ନାହିଁ। ଏହାକୁ ଶୁକ୍ରବାର ଦିନ ରାତିରେ ନିଜ ଶୋଇବା କୋଠରୀରେ ରଖି ଦିଅନ୍ତୁ। ପରଦିନ ଅର୍ଥାତ୍ ଶନିବାର ଦିନ ସେହି ତାଳାକୁ ନେଇ କୌଣସି ମନ୍ଦିରରେ ପୂଜା କରନ୍ତୁ।

ଏହି କାର୍ଯ୍ୟ ଆପଣ ସୂର୍ଯ୍ୟୋଦୟ ହେବା ପୂର୍ବରୁ କରିବା ଉଚିତ। ଏହି ତାଲା ମନ୍ଦିରରେ ରଖି ଦିଅନ୍ତୁ। ତାପରେ ଯେଉଁ ଦିନ ଏହି ତାଲାକୁ ମନ୍ଦିରର ପୂଜାରୀ ଖୋଲିବେ, ସେହିଦିନ ଠାରୁ ଆପଣଙ୍କ ଭାଗ୍ୟ ମଧ୍ୟ ଖୋଲିଯିବ।ଏହାସହିତ ଆପଣଙ୍କ ଉନ୍ନତିରେ ଆସୁଥିବା ସବୁ ବାଧାବିଘ୍ନ ଦୂର ହୋଇଯିବ। କହିବାକୁ ଗଲେ ବ୍ୟକ୍ତି ଯେତେ କଠିନ ପରିଶ୍ରମ କଲେ ମଧ୍ୟ ତାକୁ ଆଶାନୁରୂପ ସଫଳତା ମିଳି ନଥାଏ, ତେଣୁ ଏହି ଉପାୟ କରି ଆପଣ କେବେ ମଧ୍ୟ ବିଫଳ ହେବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *