Excuse Me Odisha

ଯାହା କହିବୁ ସତ କହିବୁ

ଶବ ଯାତ୍ରାରେ ଯିବା ସମୟରେ ଏହି ୩ ପ୍ରକାରର ଭୁଲ କଦାପି କରନ୍ତୁ ନାହିଁ। ନଚେତ ଜୀବନ ଉପରେ ମାଡି ଆସିପାରେ ସଙ୍କଟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି, ଏହି ସଂସାରରେ ଜନ୍ମ ହେଉଥବା ପ୍ରତ୍ୟେକ ଜୀବର ମୃତ୍ୟୁ ସୁନିଶ୍ଚିତ ଅଟେ। ମୃତ୍ୟୁ ଏକ ଏଭଳି ସତ୍ୟ ଅଟେ, ଯାହାକୁ ମାନିବାକୁ ହିଁ ପଡ଼ିଥାଏ। ଆଜି ପର୍ଯ୍ୟନ୍ତ କେହି ମଧ୍ୟ ମୃତ୍ୟୁ ଉପରେ ବିଜୟ ଲାଭ କରି ପାରିବେ ନାହିଁ। ଯେଉଁ ପ୍ରାଣୀ ଭଲ କର୍ମ କରିଥାଏ, ତାକୁ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ହୋଇଥାଏ। ଯେଉଁ ପ୍ରାଣୀ ଏହି ସଂସାର ମୋହରେ ପଡ଼ି ଯାଇଥାଏ, ତାକୁ ଏହି ପୃଥିବୀ ପୃଷ୍ଠରେ ବାରମ୍ବାର ଜନ୍ମ ହେବାକୁ ପଡ଼ିଥାଏ।

ମନୁଷ୍ୟର ମୃତ୍ୟୁ ପରେ ତାର ସମ୍ପର୍କୀୟ ଲୋକେ ଶବର ଅନ୍ତିମ ସଂସ୍କାର କରିଥାନ୍ତି। ଶବ ସତ୍କାର ପାଇଁ ଜ୍ୟୋତିଷ ଶାସ୍ତ୍ରରେ ନିୟମ ଗୁଡ଼ିକ ରହିଛି। ଏହି ନିୟମ ପାଳନ ନକରି ଯଦି ଶବ ଦାହ କରାଯାଏ, ତାହେଲେ ସେହି ବ୍ୟକ୍ତିର ଆତ୍ମା ମୃତ୍ୟୁଲୋକରେ ଭଟକି ଥାଏ। ଯଦି ଆପଣ କୌଣସି ଶବ ଦାହରେ ସାମିଲ ହେଉଛନ୍ତି ତାହେଲେ ଆପଣଙ୍କୁ ଗରୁଡ଼ ପୁରାଣରେ କୁହାଯାଇଥିବା କିଛି ଖାସ ନିୟମ ଗୁଡିକ ବିଷୟରେ ଜାଣିବା ଆବଶ୍ୟକ।

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଶବ ଦାହ ଯାତ୍ରାରେ ସାମିଲ ହେବା ଅତ୍ୟନ୍ତ ପୁଣ୍ୟର କାର୍ଯ୍ୟ ଅଟେ। କୌଣସି ମୃତ ବ୍ୟକ୍ତିର ଶବକୁ କାନ୍ଧ ଦେବା ଶୁଭ ଅଟେ।କିନ୍ତୁ ଏହି ସମୟରେ କିଛି ଖାସ ନିୟମ ଗୁଡିକ ବିଷୟରେ ଜାଣି ରଖିବା ଉଚିତ। ନଚେତ ବ୍ୟକ୍ତିକୁ ଅନେକ ଦୁଃଖକଷ୍ଟର ମୁକାବିଲା କରିବାକୁ ପଡିପାରେ। ମନୁଷ୍ୟର ଜନ୍ମର ମୃତ୍ୟୁ ପର୍ଯ୍ୟନ୍ତ କରାଯାଉଥିବା ସମସ୍ତ ସଂସ୍କାର ଶାସ୍ତ୍ରରେ ବର୍ଣିତ ରହିଛି।

ଶବ ଯାତ୍ରା କରିବା ପୂର୍ବରୁ ସେହି ଶବର ହାତ, ପାଦକୁ ବାନ୍ଧି ଦିଆଯାଇଥାଏ। ଏଭଳି ନକଲେ ସେହି ବ୍ୟକ୍ତିର ଆତ୍ମା ପିଶାଚ ଯୋନିକୁ ଚାଲି ଯାଇଥାଏ। ଶବକୁ କେବେବି ଏକଲା ଛାଡ଼ିବା ଉଚିତ ନୁହେଁ। ଯଦି ଶବକୁ ଏକା ଛାଡ଼ି ଦିଆଯାଏ, ତାହେଲେ ଆତ୍ମାକୁ ଦୁର୍ଗତି ପ୍ରାପ୍ତ ହୋଇଥାଏ। ଯେଉଁ ବ୍ୟକ୍ତି ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିଥାନ୍ତି, ସେମାନଙ୍କୁ ଶବ ଯାତ୍ରାରେ ଶବକୁ କାନ୍ଧ ଦେବା ଉଚିତ ନୁହେଁ। ନଚେତ ସେହି ବ୍ୟକ୍ତିର ବ୍ରହ୍ମଚର୍ଯ୍ୟ ବ୍ରତ ଭାଙ୍ଗି ଯାଇଥାଏ ଏବଂ ସବୁ ପୁଣ୍ୟ ନଷ୍ଟ ହୋଇ ଯାଇଥାଏ। ଶବ ଯାତ୍ରାରେ ଯିବା ସମୟରେ କ୍ରୋଧ କରିବା ଉଚିତ ନୁହେଁ ଏବଂ ମନରେ କୌଣସି ନକାରାତ୍ମକ ଚିନ୍ତା ଭାବନା କରିବା ଉଚିତ ନୁହେଁ। ଏହାଦ୍ବାରା ଅଶୁଭ ପରିଣାମ ଭୋଗ କରିବାକୁ ପଡ଼ିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *