Excuse Me Odisha

ଯାହା କହିବୁ ସତ କହିବୁ

ବୁଧ ଗୋଚର ୨୦୨୨: ଆଜିଠାରୁ ୨୪ ଦିନ ପର୍ଯ୍ୟନ୍ତ ଏହି ରାଶିର ଲୋକଙ୍କୁ ମିଳିବ ଲାଭ। ଘର ଧନଧାନ୍ୟରେ ପରିପୂର୍ଣ ହୋଇଯିବ।

ସେୟାର୍ କରନ୍ତୁ

ବୁଧ ଗ୍ରହ ଅକ୍ଟୋବର ୨୬ ତାରିଖ ବୁଧବାର ଦିନ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ରହିବ। ବୁଧ ଗ୍ରହକୁ ତର୍କ, ବାଣୀ, ବ୍ୟାପାର, ବୁଦ୍ଧିର କାରକ ଗ୍ରହ ମାନା ଯାଇଥାଏ। ବୁଧ ଗ୍ରହ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ତୁଳା ରାଶିରେ ରହିବେ। ବୁଧ ଗ୍ରହର ଏହି ଗୋଚର ଯୋଗୁଁ ତୁଳା ରାଶିରେ ଚାରୋଟି ଗ୍ରହର ଅଦ୍ଭୁତ ସଂଯୋଗ ବନୁଛି। ଏହାଦ୍ବାରା ଚାରୋଟି ବିଶେଷ ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ। ତେବେ ଆସନ୍ତୁ ସେହି ଭାଗ୍ୟଶାଳୀ ରାଶିର ଲୋକଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା।

ମିଥୁନ ରାଶି :-

ବୁଧ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। କ୍ୟାରିୟରରେ ଅଗ୍ରଗତି କରିବେ। ଆୟରେ ବୃଦ୍ଧି ହେବ। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ସମାଜରେ ଆପଣଙ୍କର ସମ୍ମାନ ଓ ପ୍ରତିଷ୍ଠା ବଜାୟ ରହିବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ।

କର୍କଟ ରାଶି :-

ବୁଧ ଗ୍ରହର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଧନଲାଭ ହେବାର ପ୍ରବଳ ସମ୍ଭାବନା ରହିଛି। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ।

ସିଂହ ରାଶି :-

ବୁଧ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଭାଇଭଉଣୀଙ୍କ ମଧ୍ୟ ପ୍ରେମ ବୃଦ୍ଧି ହେବ। କ୍ୟାରିୟରରେ ଆଗକୁ ବଢିବା ପାଇଁ ଉତ୍ତମ ଅବସର ପ୍ରାପ୍ତ ହେବ। ସମାଜ କଲ୍ୟାଣ କାର୍ଯ୍ୟରେ ଯୋଗଦାନ କରି ଆପଣ ପ୍ରଶଂସିତ ହେବେ। ପରିବାରର ମାହୋଲ ସୁଖମୟ ରହିବ।

ଧନୁ ରାଶି :-

ବୁଧ ଗ୍ରହର ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଅନୁକୂଳ ରହିବ। ଅଚାନକ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ଟଙ୍କାପଇସା ମାମଲାରେ ଆସୁଥିବା ସମସ୍ୟା ଦୂର ହେବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ବ୍ୟବସାୟିକ ମାମଲାରେ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *