ସୂର୍ଯ୍ୟପରାଗ ପରେ ସ୍ନାନ କରୁଥିବା ପାଣିରେ ପକାଇ ଦିଅନ୍ତୁ ଏହି ଗୋଟେ ଜିନିଷ। ଆପଣଙ୍କ ଭବିଷ୍ୟତ ହୋଇଯିବ ଉଜ୍ବଳମୟ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କିଛି ବିଶେଷ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ। ଯଦି ଆପଣ ନିଜ ଜୀବନରେ ଧନହାନୀର ସାମ୍ନା କରୁଛନ୍ତି ବା ପରିବାରରେ କଳହ ଲାଗି ରହୁଛି, ତାହେଲେ ଏହାର ମୁଖ୍ୟ କାରଣ ହେଉଛି ବାସ୍ତୁ ଦୋଷ। ଆମ ଦ୍ଵାରା ଜାଣତରେ ହେଉ ଅବା ଅଜାଣତରେ ହେଉଥିବା ଭୁଲ ଯୋଗୁଁ ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ।
ଗାଧୋଇ ସାରି କେବେବି ଗାଧୁଆ ପାଣିକୁ ବାଲଟିରେ ରଖନ୍ତୁ ନାହିଁ, ନଚେତ ଆପଣଙ୍କୁ ଅନେକ ସଂକଟର ସାମ୍ନା କରିବାକୁ ପଡିପାରେ। ମାନା ଯାଇଥାଏ କି ଜଣେ ଗାଧୋଇ ଥିବା ପାଣିରେ ଯଦି ଆଉ ଜଣେ ବ୍ୟକ୍ତି ସ୍ନାନ କରନ୍ତି, ତାହେଲେ ତାର ଆୟୁଷ ହାନୀ ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତି ନିଜ ଲୁଗା ନିଜେ ଧୋଇବା ଉଚିତ। ସ୍ନାନ କଲେ ମନ ଶୁଦ୍ଧ ହୋଇଥାଏ। ତେଣୁ ପ୍ରତ୍ୟେକଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ଉଚିତ।ସ୍ନାନ କରିବା ସମୟରେ କେବେବି ମୌନ ରହିବା ଉଚିତ ନୁହେଁ।
କିଛି ଲୋକେ ସ୍ନାନ କରି ସାରି ଅଗ୍ନିକୁ ସ୍ପର୍ଶ କରିଥାନ୍ତି। କିନ୍ତୁ ସ୍ନାନ କରି ସାରି ଭୋକିଲା ପେଟରେ କେବେବି ଅଗ୍ନିକୁ ସ୍ପର୍ଶ କରିବା ଉଚିତ ନୁହେଁ। ସ୍ନାନ ନକରି ଗ୍ୟାସ ଚୁଲା ଜାଳିବା ଉଚିତ ନୁହେଁ। କିଛି ମହିଳା ମାନେ ସ୍ନାନ କରିବାର ତୁରନ୍ତ ପରେ ସିନ୍ଦୂର ଲଗାଇ ଥାଆନ୍ତି। କିନ୍ତୁ ଏଭଳି କରିବା ଉଚିତ ନୁହେଁ, ସେଥିପ୍ରତି ଧ୍ୟାନ ରଖନ୍ତୁ।
ଯଦି ଆପଣ କୌଣସି ନଦୀରେ ସ୍ନାନ କରୁଛନ୍ତି, ତାହେଲେ ନଦୀକୁ ପ୍ରଥମେ ପ୍ରଣାମ କରି ନଦୀ ଭିତରକୁ ପ୍ରବେଶ କରନ୍ତୁ। ଖାଦ୍ୟ ଖାଇବା ସମୟରେ ପ୍ରଥମେ ଈଶ୍ୱରଙ୍କୁ ଭୋଗ ଅର୍ପଣ କରନ୍ତୁ ତାପରେ ଭୋଜନ ଗ୍ରହଣ କରନ୍ତୁ। ସକାଳୁ ସ୍ନାନ ସାରି ପ୍ରଥମେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ସୂର୍ଯ୍ୟ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଦେଖିବେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ।