Excuse Me Odisha

ଯାହା କହିବୁ ସତ କହିବୁ

ରାଶିଫଳ ୨୪ ଅକ୍ଟୋବର ୨୦୨୨: ଏହି ରାଶିର ଲୋକଙ୍କ ପାଇଁ ଶୁଭ ରହିବ ଏଜିର ଦିନ। ପଢନ୍ତୁ ଦୈନିକ ରାଶିଫଳ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ୨୪ ଅକ୍ଟୋବର ସୋମବାର ଦିନର ରାଶିଫଳ କହିବାକୁ ଯାଉଛୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବାର, ତିଥି, ଗ୍ରହ ଓ ନକ୍ଷତ୍ର ମାନଙ୍କୁ ଆଧାର କରି ରାଶିଫଳ ଗଣନା କରାଯାଇଥାଏ। ଏହି ରାଶିଫଳ ଦ୍ଵାରା ବ୍ୟକ୍ତିର ବ୍ୟକ୍ତିତ୍ଵ, କ୍ୟାରିୟର, ବ୍ୟାପାର, ଚାକିରି , ପ୍ରେମ ଜୀବନ ବୈବାହିକ ଜୀବନ ଏବଂ ଭବିଷ୍ୟତରେ ହେବାକୁ ଥିବା ଶୁଭ ବା ଅଶୁଭ ଘଟଣା ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ସୂଚନା ମିଳିଥାଏ। ତେବେ ଆସନ୍ତୁ ଜାଣିବା ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି କିପରି ରହିଛି।

ମେଷ ରାଶି :-ଆପଣଙ୍କୁ ନିଜ କ୍ଷମତାର ସଠିକ ସଦୁପଯୋଗ କରିବା ଆବଶ୍ୟକ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କ ଆତ୍ମବିଶ୍ବାସ ସୁଦୃଢ ହୋଇ ନଥିବାରୁ ଆପଣ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ବୃଷ ରାଶି :-କାରବାରରେ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। କୌଣସି ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। କାର୍ଯ୍ୟସ୍ଥଳରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ।

ମିଥୁନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣ ଆଗକୁ ବଢିବା ପାଇଁ ଅଧିକାରୀ ଆପଣଙ୍କୁ ପ୍ରୋତ୍ସାହିତ କରିବେ। ବ୍ୟକ୍ତିଗତ ଜୀବନରେ ଆପଣଙ୍କୁ କିଛି ପରିବର୍ତ୍ତନ କରିବା ଆବଶ୍ୟକ। ବ୍ୟବସାୟିକ ମାମଲାରେ ଆପଣ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି।

କର୍କଟ ରାଶି :-ଅଚାନକ ଆସୁଥିବା କାର୍ଯ୍ୟରେ ଲାଭ ପ୍ରାପ୍ତ ହେବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ସାମାନ୍ୟ ମତଭେଦ ଦେଖା ଦେଇପାରେ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ପାରିବାରିକ ସମ୍ପର୍କକୁ ଗୁରୁତ୍ୱ ଦିଅନ୍ତୁ।

ସିଂହ ରାଶି :-ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ବନ୍ଧୁ ତଥା ସମ୍ପର୍କୀୟଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ରହି ପାରନ୍ତି। ପିତାମାତା ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।

କନ୍ୟା ରାଶି :-ରାଜନୀତି କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଅଧିକ ସଂଘର୍ଷ କରିବାକୁ ପଡ଼ିବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ଘରର ଖର୍ଚ୍ଚ ପ୍ରତି ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସହିତ ଆପଣ ସୁଖମୟ ସମୟ ଅତିବାହିତ କରିବେ।

ତୁଳା ରାଶି :-ବ୍ୟବସାୟରେ ଆର୍ଥିକ ସମସ୍ୟା ଦେଖା ଦେଇପାରେ। ବିରୋଧୀ ମାନେ ଆପଣଙ୍କୁ ନୀଚା ଦେଖେଇବାକୁ ପ୍ରୟାସ କରି ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ଦେଖି ଲୋକେ ଆପଣଙ୍କୁ ପ୍ରଶଂସା କରିବେ।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଜୀବିକା କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଭୂମି ସମ୍ବନ୍ଧିତ କରାଯାଉଥିବା ନିବେଶରୁ ଲାଭ ପ୍ରାପ୍ତ ହେବ। କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ।

ଧନୁ ରାଶି :-ଆପଣଙ୍କୁ ଦୈନନ୍ଦିନ କାର୍ଯ୍ୟରେ କିଛି ପରିବର୍ତ୍ତନ ପଡ଼ିବାକୁ ପଡ଼ିବ। ଅନେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ କିଛି ସମସ୍ୟା ଦେଖା ଦେଇପାରେ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହି ପାରନ୍ତି। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।

ମକର ରାଶି :-ପାରିବାରିକ ଜୀବନରେ ସୁଖଶାନ୍ତି ବିଦ୍ୟମାନ ହେବ। ଅଯଥା ଖର୍ଚ୍ଚରୁ ବଞ୍ଚିତ ରୁହନ୍ତୁ। ବୃଦ୍ଧ ଲୋକଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଘରର ବଜେଟ ପ୍ରସ୍ତୁତ କରି ପାରନ୍ତି। ଶାରୀରିକ କଷ୍ଟ ଅନୁଭବ ହୋଇପାରେ।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଶିକ୍ଷଣୀୟ କାର୍ଯ୍ୟରେ ଆପଣ ସଫଳତା ହାସଲ କରିବେ। ଘର ଖର୍ଚ୍ଚ ବଢିପାରେ। ଯଦି ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି।

ମୀନ ରାଶି :-ଆଜି ଆପଣ ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ବିଦ୍ୟାର୍ଥୀ ମାନେ ନିଜର କ୍ୟାରିୟର ଗଢ଼ିବା ପାଇଁ କଠିନ ପରିଶ୍ରମ କରିବେ। ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ। ସମାଜରେ ଆପଣଙ୍କର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ଧନ ପ୍ରାପ୍ତି ହେବାର ସୁଯୋଗ ରହିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *