Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ଦିନ ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ଲୁଚାଇ ଦିଅନ୍ତୁ ଏହି ଜିନିଷ। ରାତାରାତି ହୋଇଯିବେ କୋଟିପତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁଧର୍ମରେ ବାର ମାସରେ ତେର ପର୍ବ ଦୀପାବଳୀ ଅନ୍ୟତମ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଦୀପାବଳୀ ପର୍ବରେ କିଛି ଖାସ ଉପାୟ କଲେ ସାରା ବର୍ଷ ଆପଣଙ୍କୁ କେବେବି ଆର୍ଥିକ ଅଭାବର ସାମ୍ନା କରିବାକୁ ପଡ଼ିବ ନାହିଁ। ଆପଣଙ୍କର ସମସ୍ତ ଦୁଃଖକଷ୍ଟ ହୋଇଯିବ ଦୂର। କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ପାଳନ ହେଉଥିବା ଦୀପାବଳୀ ୨୪ ଅକ୍ଟୋବର ସୋମବାର ଦିନ ପଡୁଛି।

ଦୀପାବଳି ପର୍ବକୁ ଅତ୍ୟନ୍ତ ଗୁରୁତ୍ବ ଦିଆଯାଇଛି। ଏହିଦିନ କରାଯାଇଥିବା ଉପାୟ ଅତ୍ୟନ୍ତ ଲାଭକାରୀ ସାବ୍ୟସ୍ତ ହୋଇଥାଏ।ଦାରିଦ୍ର୍ୟତା ମନୁଷ୍ୟର ସବୁଠାରୁ ବଡ଼ କଷ୍ଟ ଅଟେ। ଅଧିକାଂଶ ସମୟରେ ବ୍ୟକ୍ତି କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ପ୍ରାପ୍ତ କରି ପାରନ୍ତି ନାହିଁ। କିନ୍ତୁ ଆପଣ ଦୀପାବଳି ଦିନ କିଛି ବିଶେଷ ଉପାୟ କରି ଲାଭବାନ ହୋଇ ପାରିବେ।

ଦୀପାବଳି ଦିନ ଦେବୀ ଲକ୍ଷ୍ମୀ ଓ ଭାଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଦେବୀ ଲକ୍ଷ୍ମୀ ଘରକୁ ଆଗମନ କଲେ ସେହି ଘର ସୁଖଶାନ୍ତି ଓ ଧନ ସମୃଦ୍ଧିରେ ଭରି ଯାଏ। ତେବେ ଦୀପାବଳୀ ଦିନ ଦେବୀ ଲକ୍ଷ୍ମୀ ଓ ପ୍ରଭୁ ଶ୍ରୀଗଣେଶଙ୍କର ପୂଜାର୍ଚ୍ଚନା କରି ଗୋଟେ ଘିଅର ଓ ଗୋଟେ ତେଲର ଦୀପ ପ୍ରଜ୍ବଳନ କରନ୍ତୁ। ଏହାସହିତ ଶ୍ରୀଯନ୍ତ୍ର ଆଣି ତାର ପୂଜା ମଧ୍ୟ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।

ଅଧିକାଂଶ ଲୋକେ ଦୀପାବଳୀ ଦିନ ନ ଶୋଇ ଜାଗରଣ କରିଥାନ୍ତି। ରାତ୍ରି ସମୟରେ ଦେବୀ ଲକ୍ଷ୍ମୀ ଭ୍ରମଣ କରିଥାନ୍ତି ଏବଂ ସେ ଦେଖି ଥାଆନ୍ତି କି କେଉଁ ମନୁଷ୍ୟ ରାତିରେ ଜାଗରଣ କରି ତାଙ୍କୁ ଆରାଧନା କରୁଛି। ଯେଉଁ ଘରେ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି, ସେଠାରେ ସକାରାତ୍ମକ ବାତାବରଣ ସୃଷ୍ଟି ହୁଏ ଏବଂ କେବେବି ଦାରିଦ୍ର୍ୟତା ଗ୍ରାସ କରି ନଥାଏ। କୁହାଯାଏ କି ଦେବୀ ଲକ୍ଷ୍ମୀ ବହୁତ ଚଞ୍ଚଳି ହୋଇଥାନ୍ତି। ସେ ସଫାସୁତୁରା ପରିବେଶରେ ରହିବାକୁ ପସନ୍ଦ କରିଥାନ୍ତି। ତେଣୁ ଦୀପାବଳୀ ପୂର୍ବରୁ ଘରକୁ ସଫାସୁତୁରା କରି ଦେବୀ ଲକ୍ଷ୍ମୀଙ୍କୁ ଘରକୁ ଆଣନ୍ତୁ।

ସୁନା, ରୂପା, ପିତ୍ତଳ ଧାତୁ କ୍ରୟ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ବାରା ଦେବୀ ଲକ୍ଷ୍ମୀ ଘରକୁ ଆଗମନ କରିଥାନ୍ତି ଏବଂ ଘର ଧନସମ୍ପତ୍ତିରେ ପରିପୂର୍ଣ ହୋଇଯାଏ। ଏହିଦିନ ପୁରୁଣା ଝାଡୁକୁ କାହାକୁ ଦାନ କରନ୍ତୁ ନାହିଁ କି ବାହାରେ ପକାନ୍ତୁ ନାହିଁ। ଏହାଦ୍ବାରା ଅଶୁଭ ହୋଇଥାଏ। ଏହିଦିନ ସ୍ବପ୍ନରେ ଝାଡ଼ୁକୁ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଦୀପାବଳି ଦିନ ଅସହାୟ ଲୋକଙ୍କୁ ଦାନ କରନ୍ତୁ ଏବଂ ଘରର ଦୁଆର ମୁହଁକୁ ଆସୁଥିବା ପଶୁପକ୍ଷୀ ମାନଙ୍କୁ ଖାଇବାକୁ ମଧ୍ୟ ଦିଅନ୍ତୁ। ଏହାଦ୍ବାରା ପୁଣ୍ୟ ପ୍ରାପ୍ତି ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *