Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ଦିନ ଏହି ତିନୋଟି ଜିନିଷ ଦେବୀ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ନାହିଁ। ନଚେତ ହୋଇ ଯାଇଥାଏ ଅନର୍ଥ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଦୀପାବଳି ଦିନ କେଉଁ ପୂଜା କରିବା ଆବଶ୍ୟକ ଏବଂ ଦୀପାବଳି ଦିନ ଦେବୀ ଲକ୍ଷ୍ମୀଙ୍କୁ କେଉଁ ୩ ଗୋଟି ଜିନିଷ ଅର୍ପଣ କରିବା ଉଚିତ ନୁହେଁ। ନଚେତ ଘୋର ପାପ ଲାଗିଥାଏ। ଦୀପାବଳି ପର୍ବରେ ପ୍ରଭୁ ଶ୍ରୀଗଣେଶ , ଧନର ଦେବତା କୁବେର ମହାରାଜ, ଦେବୀ ଲକ୍ଷ୍ମୀ ଏବଂ ଧନବନ୍ତରୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହାସହିତ ଏହିଦିନ ମାଆ କାଳୀଙ୍କର ମଧ୍ୟ ପୂଜା ହୋଇଥାଏ।

ଦୀପାବଳି ପର୍ବ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ। ଏଥର କାର୍ତ୍ତିକ ଅମାବାସ୍ୟା ତିଥି ଅକ୍ଟୋବର ୨୪ ଓ ୨୫ ତାରିଖରେ ପଡୁଛି। କିନ୍ତୁ ଅକ୍ଟୋବର ୨୪ ତାରିଖ ପ୍ରଦୋଷ କାଳ ପଡୁଥିବାରୁ ଦୀପାବଳୀ ପର୍ବ ଅକ୍ଟୋବର ୨୪ ତାରିଖରେ ପାଳନ ହେବ। ଦେବୀ ଲକ୍ଷ୍ମୀ ଓ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ପାଇଁ ଶୁଭ ମୂହୁର୍ତ୍ତ ହେଉଛି – ସନ୍ଧ୍ୟା ୬:୫୪ ମିନିଟରୁ ରାତି ୮:୧୬ ମିନିଟ ପର୍ଯ୍ୟନ୍ତ ରହିଛି। ତେବେ ଆସନ୍ତୁ ଜାଣିବା ଲକ୍ଷ୍ମୀ ପୂଜାରେ କେଉଁ ଜିନିଷ ଅର୍ପଣ କରିବା ଉଚିତ ନୁହେଁ।

ଶାସ୍ତ୍ର ଅନୁସାରେ ଦେବୀ ଲକ୍ଷ୍ମୀ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି। ତାଙ୍କୁ ପ୍ରସନ୍ନ କରିବା ସହଜ କଥା ନୁହେଁ। ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରୁଥିବା ବ୍ୟକ୍ତି ସର୍ବଦା ସୁଖରେ ରହିଥାଏ ଏବଂ ଧନସମ୍ପତ୍ତିର ଅଧିକାରୀ ହୋଇଥାନ୍ତି। କିନ୍ତୁ ଜାଣତରେ ହେଉ ଅବା ଅଜାଣତରେ ମନୁଷ୍ୟ ଦ୍ଵାରା କିଛି ନା କିଛି ଭୁଲ ହୋଇ ଯାଇଥାଏ। ତେଣୁ ଦୀପାବଳି ଦିନ କେଉଁ ଜିନିଷ ଦେବୀ ଲକ୍ଷ୍ମୀଙ୍କୁ ଅର୍ପଣ କରିବା ଅନୁଚିତ, ଆସନ୍ତୁ ଜାଣିବା।

ଦୀପାବଳି ଦିନ ଦେବୀ ଲକ୍ଷ୍ମୀ ଓ ପ୍ରଭୁ ଶ୍ରୀଗଣେଶଙ୍କ ମୂର୍ତ୍ତି ଆଣିବା ସମୟରେ ଏହା ଧ୍ୟାନ ରଖନ୍ତୁ କି, ମୂର୍ତ୍ତି ଖଣ୍ଡିତ ହୋଇ ନଥିବ। କାରଣ ଖଣ୍ଡିତ ମୂର୍ତ୍ତି ଘରକୁ ଆଣିବା ଦ୍ଵାରା ଘର ପାଇଁ ଅଶୁଭ ହୋଇଥାଏ। ଦୀପାବଳି ଦିନ ନିଜ ଘରର ଚାଉଳ ଅନ୍ୟମାନଙ୍କୁ ଦେବା ଉଚିତ ନୁହେଁ। ଦେବୀ ଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ୍ନ ସ୍ଥାନ ପସନ୍ଦ ଅଟେ। ତେଣୁ ଦୀପାବଳି ପୂର୍ବରୁ ଘର ସଫେଇ ନିଶ୍ଚିତ ଭାବରେ କରନ୍ତୁ। ଦୀପାବଳି ଦିନ ଦେବୀ ଲକ୍ଷ୍ମୀଙ୍କ ପୂଜାରେ ସୁନା ବା ରୂପା ଧାତୁ ରଖି ପୂଜା କରିବା ଆବଶ୍ୟକ। ଯଦି ଆପଣଙ୍କ ପାଖରେ ସୁନା ବା ରୂପା ଧାତୁ ନାହିଁ, ତାହେଲେ ଗୋଟେ କଏନ ମଧ୍ୟ ରଖି ପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *