Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାର୍ଯ୍ୟ ଏବଂ ଘରକୁ ଆଣନ୍ତୁ ନାହିଁ ଏହି ଜିନିଷ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପବିତ୍ର ଦୀପାବଳି ଅବସରରେ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଶୁଭକାମନା। ଦୀପାବଳି ପର୍ବକୁ ଅତ୍ୟନ୍ତ ଶୁଭ ଓ ଲାଭକାରୀ ପର୍ବ କୁହାଯାଏ। ଏହି ପର୍ବରେ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବାର ବିଧି ରହିଛି। ଯଦି କୌଣସି ବ୍ୟକ୍ତି ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କିଛି ବିଶେଷ ଉପାୟ କରନ୍ତି, ତାହେଲେ ତାଙ୍କ ଭାଗ୍ୟ ଖୋଲିଯିବ।

ଦୀପାବଳି ଅବସରରେ ବନ୍ଧୁ ତଥା ସମ୍ପର୍କୀୟଙ୍କୁ ଅନେକ ପ୍ରକାରର ଉପହାର, ମିଠା, ଫଳମୂଳ ଆଦି ଦେବାର ବିଧି ରହିଛି। ଏଭଳି କରିବା ଦ୍ଵାରା ସଂପର୍କରେ ସ୍ନେହ ଓ ଭଲପାଇବା ବଢ଼ିଥାଏ। ଆହୁରି ମଧ୍ୟ ଦୀପାବଳି ପର୍ବରେ କିଛି ଏଭଳି କାର୍ଯ୍ୟ କରିବାକୁ ବାରଣ ହୋଇଛି, ଯାହାଦ୍ଵାରା ଧନହାନୀ ହେବା ସହିତ ପରିବାର ନଷ୍ଟ ହୋଇ ଯାଇଥାଏ।

ପ୍ରତ୍ୟେକ ବ୍ୟକ୍ତି ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ତାଙ୍କର କୃପା ଲାଭ କରିବା ପାଇଁ ଚାହିଁଥାନ୍ତି। କିନ୍ତୁ ଦେବୀ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନାରେ କିଛି ଏଭଳି ଜିନିଷ ଅର୍ପଣ କରିବା ବର୍ଜିତ ମାନା ଯାଇଛି। ନଚେତ ଦେବୀ ଲକ୍ଷ୍ମୀ ରୁଷ୍ଟ ହୋଇ ଘରୁ ପଳାଇ ଯାଇ ଥାଆନ୍ତି। ଦୀପାବଳି ସମୟରେ କୌଣସି ଖଣ୍ଡିତ ମୂର୍ତ୍ତି ଘରେ ରଖନ୍ତୁ ନାହିଁ। ଘରେ ପୂଜା ପାଇଁ ଦେବୀ ଲକ୍ଷ୍ମୀଙ୍କୁ ରଖୁଥିବା ସ୍ଥାନରେ କଳା ବା ନୀଳ ରଙ୍ଗର ବସ୍ତ୍ର ପ୍ରୟୋଗ କରନ୍ତୁ ନାହିଁ। ଏଥିପାଇଁ ଲାଲ ରଙ୍ଗର ବସ୍ତ୍ର ପ୍ରୟୋଗ କରନ୍ତୁ ଶୁଭ ରହିବ।

ଦୀପାବଳି ଦିନ ଅନ୍ୟମାନଙ୍କୁ ଚାଉଳ ଦାନ କରନ୍ତୁ ନାହିଁ, ନଚେତ ଦେବୀ ଲକ୍ଷ୍ମୀ ରୁଷ୍ଟ ହୋଇ ଯାଇଥାନ୍ତି ଏବଂ ଘରେ ଆର୍ଥିକ ଅଭାବ ଦେଖିବାକୁ ମିଳିଥାଏ। କଳା ଭଗବାନ ଶନିଙ୍କ ପ୍ରତୀକ ଅଟେ। ଦେବୀ ଲକ୍ଷ୍ମୀଙ୍କୁ ଲାଲ ବସ୍ତ୍ର ପ୍ରିୟ ଅଟେ। ଦେବୀ ଲକ୍ଷ୍ମୀଙ୍କ ପୂଜାରେ ନିଶ୍ଚିତ ଭାବରେ ରୁପା ଅଥବା ସୁନାର ମୁଦ୍ରା ମଧ୍ୟ ପୂଜା ହୋଇଥାଏ। ଯଦି ଆପଣଙ୍କ ପାଖରେ ସୁନା ବା ରୂପାର ମୁଦ୍ରା ନାହିଁ, ତାହେଲେ ଆପଣ କୌଣସି କଏନକୁ ପୂଜାରେ ଲଗାଇ ପାରିବେ।

ଦୀପାବଳି ଦିନ ଧଣିଆରେ ଇତ୍ତର ପକାଇ ଘରର ସବୁ ସ୍ଥାନରେ ପକାଇ ଦିଅନ୍ତୁ। ଏହାର ସୁଗନ୍ଧରେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇ ଖୁବ୍ ଶୀଘ୍ର ଆକର୍ଷିତ ହୋଇ ଥାଆନ୍ତି। ଦୀପାବଳି ଦିନ ଲକ୍ଷ୍ମୀ କମଳ ଗଛ ମୂଳରେ ଘିଅର ଦୀପ ଜାଳିଲେ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହି ଫୁଲ ଅତ୍ୟନ୍ତ ଶୁଭ ଓ ଗୁଣକାରୀ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *