Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ଦିନ ଗାଈକୁ ଖାଇବାକୁ ଦିଅନ୍ତୁ ଏହି ଗୋଟେ ଜିନିଷ। ୨୪ ଘଣ୍ଟା ମଧ୍ୟରେ ପୂରଣ ହେବ ଆପଣଙ୍କର ସମସ୍ତ ଇଛା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଦୀପାବଳି ସହିତ ଗାଈର କଣ ସମ୍ବନ୍ଧ ରହିଛି? ଦୀପାବଳି ଦିନ ଗାଈକୁ ଏହି ଜିନିଷ ଖାଇବାକୁ ଦେବା ଦ୍ଵାରା। ଭଗବାନଙ୍କ ସୃଷ୍ଟିରେ ପ୍ରତ୍ୟେକ ପଶୁପକ୍ଷୀଙ୍କ ବର୍ଣ୍ଣନା ଦେବତାଙ୍କ ସ୍ୱରୁପରେ କରାଯାଇଥାଏ। ଯେପରି ଗରୁଡ଼ ଦେବତା ଭଗବାନ ବିଷ୍ଣୁଙ୍କ ବାହନ ଅଟନ୍ତି। ନାଗ ଦେବତା ଭଗବାନ ଶିବଙ୍କ ଗଳାରେ ରହିଥାନ୍ତି। କହିବାକୁ ଗଲେ ପୌରାଣିକ ଯୁଗରେ ଭଗବାନ ବିଷ୍ଣୁ ଗାଈର ଭକ୍ତ ଥିଲେ। ତାଙ୍କୁ ଗାଈ ଅତ୍ୟନ୍ତ ପ୍ରିୟ ଥିଲେ।

ମାନ୍ୟତା ରହିଛି କି ଗାଈ ମଧ୍ୟରେ ୩୩ କୋଟି ଦେବୀ ଓ ଦେବତା ବାସ କରିଥାନ୍ତି। ସନାତନ ଧର୍ମ ଅନୁସାରେ ଗାଈ ଗଙ୍ଗା ଭଳି ପବିତ୍ର ଅଟେ। ଯେଉଁମାନେ ଗାଈର ସେବା କରିଥାନ୍ତି, ସେମାନଙ୍କ ଉପରେ ଗୋମାତାଙ୍କର ଆଶୀର୍ବାଦ ରହିଥାଏ ଏବଂ ତାଙ୍କ ଉପରେ ଆସୁଥିବା ସମସ୍ତ ଦୁଃଖକଷ୍ଟକୁ ଗୋମାତା ହରଣ କରି ନେଇ ଥାଆନ୍ତି। କୁହାଯାଏ କି ସୂର୍ଯ୍ୟାସ୍ତ ପରେ ଯେତେବେଳେ ଗାଈ ଘରକୁ ଫେରି ଥାଏ। ଗାଈର ଖୁରାରେ ଲାଗିଥିବା ଧୂଳିକୁ ମନୁଷ୍ୟ ନିଜ ମଥାରେ ଲଗାଇଲେ ତାର ସବୁ ପାପ ନଷ୍ଟ ହୋଇ ଯାଇଥାଏ।

ଯଦି ଆପଣ ଗ୍ରହ ଦୋଷରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ପ୍ରତ୍ୟେକଦିନ ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ। ଏହାଦ୍ବାରା ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ। ଗାଈ ଦାନ କରିବା ଶାସ୍ତ୍ରରେ ଶୁଭ ବୋଲି ମାନା ଯାଇଛି। ଯଦି କୁଣ୍ଡଳୀରେ ମଙ୍ଗଳ ଗ୍ରହର ସ୍ଥିତି ଅଶୁଭ ରହିଛି, ତାହେଲେ କୌଣସି ଅସହାୟ ବା ବ୍ରାହ୍ମଣଙ୍କୁ ଗାଈ ଦାନ କରିବା ନିହାତି ଆବଶ୍ୟକ ଅଟେ। ଗାଈକୁ ରୁଟି ଖାଇବାକୁ ଦେବା ସମୟରେ ନିଜ ମନସ୍କାମନା ଗାଈର କାନରେ କହି ଦିଅନ୍ତୁ। ଏହାଦ୍ବାରା ଆପଣଙ୍କର ସବୁ ଅଭିଳାଷା ପୂରଣ ହେବ।

ପ୍ରତ୍ୟେକଦିନ ଗାଈକୁ ପୂଜାର୍ଚ୍ଚନା କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ନବଗ୍ରହ ସନ୍ତୁଷ୍ଟ ହୋଇଥାନ୍ତି। ଆପଣଙ୍କ ଘରର ଦୁଆର ପାଖକୁ ଆସିଥିବା ଗାଈକୁ ନିଶ୍ଚିତ ଭାବରେ ଖାଇବାକୁ ଦିଅନ୍ତୁ ଏବଂ ତାର ପିଠି ଉପରେ ନିଶ୍ଚିତ ଭାବରେ ହାତ ବୁଲାଇ ଆଣନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ଦାରିଦ୍ର୍ୟତା ଦୂର ହେବା ସହିତ ସବୁ ସଙ୍କଟ ମଧ୍ୟ ଟଳି ଯାଇଥାଏ। ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କର ଶରୀର ଅସୁସ୍ଥ ରହିଛି, ତାହେଲେ ଆପଣ ଗାଈକୁ ଗୋଟେ ବାଲଟିରେ ଚିନି ମିଶା ପାଣି ପିଇବାକୁ ଦିଅନ୍ତୁ। ଦେଖିବେ ରୋଗାକ୍ରାନ୍ତ ଥିବା ବ୍ୟକ୍ତିର ରୋଗ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *