Excuse Me Odisha

ଯାହା କହିବୁ ସତ କହିବୁ

ଧନ୍ତେରସ ଦିନ ଏହି ଗୋଟେ ଜିନିଷ ଖାଇବା ଦ୍ଵାରା ଅପାର ଧନସମ୍ପତ୍ତି ଲାଭ ହେବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁ ଧର୍ମରେ ପ୍ରମୁଖ ପର୍ବ ହେଉଛି ଦୀପାବଳି ପର୍ବ। ଏହିଦିନ ଦେବୀ ଲକ୍ଷ୍ମୀଙ୍କର ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କଲେ ଧନସମ୍ପତ୍ତି ପ୍ରାପ୍ତ ହୋଇଥାଏ। ଦୀପାବଳି ଦିନ କିଛି ଖାସ ଉପାୟ କରି ଆପଣ ନିଜ ଭବିଷ୍ୟତକୁ ଉଜ୍ବଳ କରି ପାରିବେ। ଦାରିଦ୍ର୍ୟତା ମନୁଷ୍ୟ ପାଇଁ ଅଭିଶାପ ଅଟେ। ବେଳେବେଳେ ମନୁଷ୍ୟ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ପାଇ ପାରି ନଥାଏ। ଆପଣ ଯେତେ କଷ୍ଟରେ ରହିଥିଲେ ମଧ୍ୟ ଦୀପାବଳି ଦିନ କିଛି ଖାସ ଉପାୟ କରି ଦାରିଦ୍ର୍ୟତା ଦୂର କରି ପାରିବେ।

ଦୀପାବଳୀ ଦିନ ଦେବୀ ଲକ୍ଷ୍ମୀଙ୍କ ପାଖରେ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ। କହିବାକୁ ଗଲେ ଦୀପାବଳି ଦିନ ଦେବୀ ଲକ୍ଷ୍ମୀ ତାଙ୍କ ଆଠଟି ସ୍ୱରୁପକୁ ନେଇ ପୃଥିବୀ ପୃଷ୍ଠକୁ ଆସିଥାନ୍ତି ଏବଂ ଦେଖିଥାନ୍ତି କି କେଉଁ ମାନେ ଜାଗରଣ କରି ତାଙ୍କ ଧ୍ୟାନ କରୁଛନ୍ତି। ଜାଗରଣ କରୁଥିବା ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପଡ଼ିଥାଏ। ଏହାସହିତ ଧନଧାନ୍ୟରେ ଘର ପରିପୂର୍ଣ ହୋଇଯାଏ। ତେଣୁ ଦୀପାବଳି ଦିନ ରାତିରେ ଜାଗରଣ ନିଶ୍ଚିତ ଭାବରେ କରନ୍ତୁ।

ଯେଉଁ ବ୍ୟକ୍ତି ଶ୍ରଦ୍ଧା ପୂର୍ବକ ଦେବୀ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିଥାଏ, ତାଙ୍କୁ କେବେବି ଆର୍ଥିକ ଅଭାବର ସମ୍ମୁଖୀନ ହେବାକୁ ପଡ଼େ ନାହିଁ। ତେଣୁ ଦୀପାବଳି ଦିନ ଘରର ମୁଖ୍ୟ ଦୁଆରରେ ଦୀପ ଜଳାଇ ରଖିବା ଉଚିତ। ଏହାଦ୍ବାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଆହୁରି ଏକ ଜରୁରୀ କଥା ହେଉଛି ଦେବୀ ଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ୍ନ ସ୍ଥାନ ଅତ୍ୟନ୍ତ ପ୍ରିୟ ଅଟେ। ତେଣୁ ଦୀପାବଳି ପୂର୍ବରୁ ଘରକୁ ସଫାସୁତୁରା କରି ଅଦରକାରୀ ଜିନିଷପତ୍ର ସବୁ ଘରୁ ହଟାଇ ଦେବା ନିହାତି ଜରୁରୀ ଅଟେ। ନଚେତ ଦେବୀ ଲକ୍ଷ୍ମୀଙ୍କର କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ।

ଧନ୍ତେରସ ଦିନ ଦେବୀ ଲକ୍ଷ୍ମୀ ଏବଂ ପ୍ରଭୁ ଶ୍ରୀଗଣେଶଙ୍କର ଖାସ ପ୍ରକାରର ପୂଜାର୍ଚ୍ଚନା କରିବାର ବିଶେଷ ମହତ୍ୱ ରହିଛି। ତେଣୁ ଏହିଦିନ ଧଣିଆ, ମୟୂର ପର, କଉଡ଼ି ଆଦି ଘରକୁ ଆଣନ୍ତୁ।ଏହାସହିତ ସୁନା ବା ରୂପାର ମୁଦ୍ରା, ପିତ୍ତଳ ବାସନ ଆଦି ଘରକୁ ଆଣିବା ଉଚିତ। ଏହିଦିନ ଝାଡୁ କିଣିବା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହାସହିତ ଧନ୍ତେରସ ଦିନ ଶ୍ରୀଯନ୍ତ୍ର କିଣିବା ଦ୍ଵାରା ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ ଏବଂ ଆର୍ଥିକ ଅଭାବ ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *