Excuse Me Odisha

ଯାହା କହିବୁ ସତ କହିବୁ

ଧନ୍ତେରସ ଦିନ ଏହି ଗୋଟେ ଜିନିଷ କ୍ରୟ କରନ୍ତୁ, ୧୩ ଗୁଣ ବଢିଯିବ ଏହାର ପ୍ରଭାବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାର୍ତ୍ତିକ ମାସର ତ୍ରୟୋଦଶୀ ତିଥି ଦିନ ଧନ୍ତେରସ ପର୍ବ ପାଳିତ ହୋଇଥାଏ। ଏହିଦିନ ନୂଆ ନୂଆ ଜିନିଷ କ୍ରୟ କରିବାର ମାନ୍ୟତା ରହିଛି। ମାନ୍ୟତା ରହିଛି କି ଏହିଦିନ ନୂଆ ଜିନିଷ ପତ୍ର କ୍ରୟ କରିବା ଦ୍ଵାରା ୧୩ ଗୁଣ ବୃଦ୍ଧି ହୋଇଥାଏ। କୁହାଯାଏ କି ଏହିଦିନ ସମୁଦ୍ର ମନ୍ଥନରେ ଭଗବାନ ଧନବନ୍ତରୀ ବାହାରି ଥିଲେ, ସେହିଦିନ ଠାରୁ ଧନ୍ତେରସ ପର୍ବ ପାଳିତ ହେଉଛି। ହୋଇଥିଲେ। ଅଧିକାଂଶ ଲୋକେ ଧନ୍ତେରସ ଦିନ ଆଭୁଷଣ ଓ ଘରର ଜିନିଷ ପତ୍ର ଆଦି କିଣି ଥାଆନ୍ତି।

ଧନ୍ତେରସ ଦିନ ଝାଡୁ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ଝାଡୁକୁ ମାଆ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ।ଏହିଦିନ ଝାଡୁ କ୍ରୟ କଲେ ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ଏବଂ ପରିବାରର ଲୋକଙ୍କର ଉନ୍ନତି ହୋଇଥାଏ। କୁହାଯାଏ କି ଝାଡୁ ଦ୍ଵାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। କିନ୍ତୁ ଧନ୍ତେରସ ପୂର୍ବରୁ ଘରୁ ଭାଙ୍ଗି ଯାଇଥିବା ଜିନିଷପତ୍ର , ପୁରୁଣା କ୍ୟାଲେଣ୍ଡର, ପୁରୁଣା ଝାଡୁ ଆଦି ହଟାଇ ଦେବା ଆବଶ୍ୟକ।

ଧନ୍ତେରସ ଦିନ ଦେବୀ ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କର ମୂର୍ତ୍ତି ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହିଦିନ ଧଣିଆ ପତ୍ର , ରୁଦ୍ରାକ୍ଷ ଆଦି କିଣିବାର ମଧ୍ୟ ବିଧି ରହିଛି। ଧନ୍ତେରସ ଦିନ ହଳଦୀ କିଣି ଦେବୀ ଲକ୍ଷ୍ମୀଙ୍କ ପୂଜାରେ ପ୍ରୟୋଗ କରନ୍ତୁ।ଏଭଳି କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହିଦିନ ଧନର ଦେବତା କୁବେର ମହାରାଜାଙ୍କ ମୂର୍ତ୍ତି କିଣି ଘରକୁ ଆଣନ୍ତୁ। ଏହଦେର ଘରେ ସୁଖ ସମ୍ପତ୍ତି ବୃଦ୍ଧି ହୋଇଥାଏ।

ଧନ୍ତେରସ ପୂର୍ବରୁ ଘରକୁ ସଫାସୁତୁରା ରଖନ୍ତୁ। ନଚେତ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଦେବୀ ଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ୍ନ ଥିବା ସ୍ଥାନ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଧନ୍ତେରସ ଦିନ ସୁନା, ରୂପା, ପିତ୍ତଳ ଧାତୁ କ୍ରୟ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ବାରା ଦେବୀ ଲକ୍ଷ୍ମୀ ଘରକୁ ଆଗମନ କରିଥାନ୍ତି ଏବଂ ଘର ଧନସମ୍ପତ୍ତିରେ ପରିପୂର୍ଣ ହୋଇଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *