Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ଦିନ ୧୦ ଟଙ୍କାର ଜିନିଷ ଘରକୁ ଆଣନ୍ତୁ। ରାତାରାତି ହୋଇଯିବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ୨୦୨୨ର ଧନ୍ତେରସ କେଉଁ ଦିନ ପଡୁଛି ଏବଂ ପୂଜା ପାଇଁ ଶୁଭ ମୂହୁର୍ତ୍ତ କେତେବେଳେ, ସେହି ବିଷୟରେ ସୂଚନା ଦେବା ପାଇଁ ଚାହୁଁଛୁ। ଆପଣ ମାନଙ୍କୁ ଧନ୍ତେରସ ଏବଂ ଦୀପାବଳି ଉପଲକ୍ଷେ ହାର୍ଦିକ ଶୁଭେଛା ଓ ଶୁଭକାମନା। ତେବେ ଆସନ୍ତୁ ଧନ୍ତେରସ ସମ୍ବନ୍ଧିତ କିଛି ବିଶେଷ ତଥ୍ୟ ବିଷୟରେ ଜାଣିବା।

ହିନ୍ଦୁପଞ୍ଚାଙ୍ଗ ଅନୁସାରେ କାର୍ତ୍ତିକ ମାସର ତ୍ରୟୋଦଶୀ ତିଥି ଅକ୍ଟୋବର ୨୨ ତାରିଖ ସନ୍ଧ୍ୟା ୬:୦୩ ମିନିଟରୁ ଆରମ୍ଭ ହୋଇ ଅକ୍ଟୋବର ୨୩ ତାରିଖ ସନ୍ଧ୍ୟା ୬:୦୪ ମିନିଟରେ ସମାପ୍ତ ହେବ। ଧନ୍ତେରସ ପର୍ବ ଅକ୍ଟୋବର ୨୩ ତାରିଖରେ ପାଳନ କରିବା ଅତ୍ୟନ୍ତ ଶୁଭ ଓ ମଙ୍ଗଳକାରୀ ରହିବ। କାରଣ ୨୩ ତାରିଖ ସନ୍ଧ୍ୟାରେ ପ୍ରଦୋଷ କାଳ ରହିଛି, ତେଣୁ ଧନ୍ତେରସ ଦିନ ପୂଜା ପାଇଁ ସନ୍ଧ୍ୟା ୫:୪୪ ମିନିଟରୁ ସନ୍ଧ୍ୟା ୬:୦୪ ମିନିଟ ପର୍ଯ୍ୟନ୍ତ ସମୟ ରହିଛି।

ଧନ୍ତେରସ ଦିନ ପ୍ରଭୁ ଶ୍ରୀଗଣେଶ , ଧନର ଦେବତା କୁବେର ମହାରାଜ, ଦେବୀ ଲକ୍ଷ୍ମୀ ଏବଂ ଧନବନ୍ତରୀଙ୍କୁ ପୂଜାର୍ଚ୍ଚନା କରିବାର ବିଧି ରହିଛି। ପୌରାଣିକ ମାନ୍ୟତା ଅନୁସାରେ, ଦେବତା ମାନଙ୍କ ଦ୍ଵାରା କରାଯାଇଥିବା ସମୁଦ୍ର ମନ୍ଥନରୁ ଦେବୀ ଲକ୍ଷ୍ମୀଙ୍କର ଉତ୍ପତ୍ତି ହେବା ସହିତ ଭଗବାନ ଧନବନ୍ତରୀଙ୍କର ମଧ୍ୟ ଉତ୍ପତ୍ତି ହୋଇଥିଲା। ତେଣୁ ସେହି ଦିନକୁ ଧନ୍ତେରସ ରୂପରେ ପାଳନ କରାଯାଏ। ଏହିଦିନ ଜିନିଷପତ୍ର କ୍ରୟ କରିବାର ମଧ୍ୟ ବିଧି ରହିଛି।

ତେବେ ଆସନ୍ତୁ ଜାଣିବା ଧନ୍ତେରସ ଦିନ କେଉଁ ଜିନିଷ କ୍ରୟ କରିବା ଉଚିତ ନୁହେଁ। ଧନ୍ତେରସ ଦିନ ତୀକ୍ଷ୍ଣ ବସ୍ତୁ ବା କାଚର ବସ୍ତୁ କ୍ରୟ କରିବା ଉଚିତ ନୁହେଁ। ଏଗୁଡ଼ିକୁ ଦୁର୍ଭାଗ୍ୟର ପ୍ରତୀକ ମାନା ଯାଇଥାଏ।ଯାହାଫଳରେ ଏହା ଆପଣଙ୍କ ଘର ପାଇଁ ଅମଙ୍ଗଳ ହୋଇଥାଏ। ଧନ୍ତେରସ ଦିନ ନକଲି ଗହଣା ଆଦି କ୍ରୟ କରିବା ଉଚିତ ନୁହେଁ। ଏହାସହିତ ଏହିଦିନ ପ୍ଲାଷ୍ଟିକ ଜିନିଷ ଆଦି ମଧ୍ୟ କ୍ରୟ କରିବା ଉଚିତ ନୁହେଁ। ଧନ୍ତେରସ ଦିନ ତେଲ, କଳା ଓ ନୀଳ ରଙ୍ଗର ଜିନିଷପତ୍ର ଆଦି କ୍ରୟ କରିବା ମଧ୍ୟ ଅଶୁଭ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ଧନ୍ତେରସ ଦିନ କେଉଁ ସବୁ ବସ୍ତୁ କ୍ରୟ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଧନ୍ତେରସ ଦିନ ଝାଡୁ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ଝାଡୁକୁ ମାଆ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ।ଏହିଦିନ ଝାଡୁ କ୍ରୟ କଲେ ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ଏବଂ ପରିବାରର ଲୋକଙ୍କର ଉନ୍ନତି ହୋଇଥାଏ।

କୁହାଯାଏ କି ଝାଡୁ ଦ୍ଵାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଏହାସହିତ ଏହିଦିନ ସୁନା ଓ ରୂପା, ପିତ୍ତଳ ଧାତୁ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ।ଧନ୍ତେରସ ଦିନ ଦେବୀ ଲକ୍ଷ୍ମୀଙ୍କର ପାଦ ଚିହ୍ନ କ୍ରୟ କରି ଆଣନ୍ତୁ। ଏହା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଏହାସହିତ କଉଡ଼ି, ପଦ୍ମଫୁଲ, ଧଣିଆ ଆଜି ଧନ୍ତେରସ ଦିନ କ୍ରୟ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *