Excuse Me Odisha

ଯାହା କହିବୁ ସତ କହିବୁ

୨୩ ଅକ୍ଟୋବର ରାଶିଫଳ: ମେଷ, ସିଂହ, ବିଛା ରାଶିର ଲୋକଙ୍କର ଉନ୍ନତି ହେବ। ଜାଣନ୍ତୁ ଅନ୍ୟ ରାଶି ଗୁଡ଼ିକର ଅବସ୍ଥା।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ କାଳଖଣ୍ଡ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି, ପ୍ରେମ ଜୀବନ, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ସମ୍ପଦ, ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ଜାଣି ହୋଇଥାଏ। ଗ୍ରହ ମାନଙ୍କର ଚଳନକୁ ଆଧାର କରି ଦିନଟି ଆପଣଙ୍କ ପାଇଁ କିପରି ରହିବ, କେଉଁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସେହି ବିଷୟରେ ସୂଚନା ମିଳିଥାଏ। ତେବେ ଏହି ଦୈନିକ ରାଶିଫଳରୁ ନିଜ ରାଶି ବିଷୟରେ ଜାଣନ୍ତୁ।

ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ପରିବାରରେ ସୁଖଶାନ୍ତି ବିରାଜମାନ କରିବ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ସ୍ୱାସ୍ଥ୍ୟରେ ଅବନତି ଦେଖା ଦେଇପାରେ ତେଣୁ ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ। ଆପଣଙ୍କୁ କୌଣସି ନିରାଶାଜନକ ସୂଚନା ମିଳିପାରେ।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ବ୍ୟବସାୟ ମାମଲାରେ କଠିନ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ରଚନାତ୍ମକ କାର୍ଯ୍ୟରେ ଆପଣ ଲିପ୍ତ ରହିବେ। ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।

ମିଥୁନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବିଦ୍ୟମାନ ହେବ। କଠିନ ନିଷ୍ପତ୍ତି ନେବା ସମୟରେ ନିଜ ବୁଦ୍ଧି ଓ ବିବେକ ପ୍ରୟୋଗ କରନ୍ତୁ। ବିଦେଶରେ ରହିଥିବା ସମ୍ପର୍କୀୟଙ୍କ ଠାରୁ ସୁଖଦ ସମାଚାର ମିଳିପାରେ। ପୁରୁଣା ଚାକିରିରୁ ଅଫର ମିଳିପାରେ।

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କଠିନ ପରିସ୍ଥିତି ସମୟରେ ପରିବାର ଲୋକେ ଏକଜୁଟ ହୋଇଯିବେ। କୌଣସି ଧାର୍ମିକ ଅନୁଷ୍ଠାନରେ ଯୋଗଦାନ କରି ପାରନ୍ତି। ରାଜନୈତିକ କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଆଶାନୁରୂପ ସଫଳତା ମିଳିବ। ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ।

ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କୁ କୌଣସି ଜରୁରୀ କାର୍ଯ୍ୟ ପୂରଣ କରିବାକୁ ପଡ଼ିବ। ଆପଣଙ୍କୁ ନିଜ ଦୈନନ୍ଦିନ କାର୍ଯ୍ୟରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ। ମିଡ଼ିଆ କ୍ଷେତ୍ରରେ ଜଡ଼ିତ ଲୋକେ ଅଧିକ ଉତ୍ସାହିତ ରହିବେ। ବିଦ୍ୟାର୍ଥୀ ମାନେ ନିଜ ପାଠପଢା ପ୍ରତି ଧ୍ୟାନ କେନ୍ଦ୍ରିତ କରିବେ।

କନ୍ୟା ରାଶି :-ଆଜି ଆପଣଙ୍କୁ ମିଶ୍ରିତ ଫଳ ପ୍ରାପ୍ତି ହେବ। ବିବାହିତ ଲୋକେ ନିଜ ଗୃହସ୍ଥ ଜୀବନରେ ତାଳମେଳ ରଖିବେ। ବ୍ୟବସାୟିକ ମାମଲାରେ ଆପଣ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ଆଜି ଆପଣ ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ।

ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆଜି ଆପଣଙ୍କୁ ସନ୍ତାନଙ୍କ ପକ୍ଷରୁ ସୁଖଦ ସମାଚାର ମିଳିପାରେ। ପୈତୃକ ସମ୍ପତ୍ତିରୁ ଲାଭ ପ୍ରାପ୍ତ ହେବ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଘରକୁ ଅତିଥିଙ୍କ ଆଗମନ ହୋଇପାରେ। ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକେ ଆଜି ଅଧିକ ବ୍ୟସ୍ତ ରହିବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ବିବାହିତ ଲୋକେ ସନ୍ତାନ ସୁଖ ଭୋଗ କରିବେ।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଅନୁକୂଳ ରହିଛି। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। କଠିନ ପରିସ୍ଥିତି ସମୟରେ ଆପଣଙ୍କୁ ନିଜ ବୁଦ୍ଧି ପ୍ରୟୋଗ କରିବା ଆବଶ୍ୟକ।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣ ସକାରାତ୍ମକ ଉର୍ଜାରେ ପରିପୂର୍ଣ ରହିବେ। ଆପଣଙ୍କୁ ଗୁରୁଜନଙ୍କୁ ଦୁଃଖିତ କରାଇବା ଉଚିତ ନୁହେଁ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣ ନିଜ ଦାୟିତ୍ୱ ତୁଲାଇବେ ଏବଂ କଠିନ ପରିଶ୍ରମର ଉଚିତ ଫଳ ପ୍ରାପ୍ତି କରିବେ।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆୟରେ ବୃଦ୍ଧି ହେବ। ଘରେ ରହିଥିବା ବୃଦ୍ଧ ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହିବେ। ଆପଣଙ୍କୁ ନିଜ ଅହଙ୍କାର ତ୍ୟାଗ କରିବା ଆବଶ୍ୟକ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।

ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆୟରେ ବୃଦ୍ଧି ହେବ। ବରିଷ୍ଠ ଅଧିକାରୀଙ୍କୁ ସମ୍ମାନ କରନ୍ତୁ। ଘରର ଆର୍ଥିକ ସ୍ଥିତିରେ ସୁଧାର ହେବ। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବଜାୟ ରହିବ। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *