Excuse Me Odisha

ଯାହା କହିବୁ ସତ କହିବୁ

ଅଳ୍ପ ଧଣିଆ ନେଇ କରନ୍ତୁ ଏହି ବିଶେଷ ଉପାୟ, କେବେବି ଅର୍ଥର ଅଭାବ ହେବ ନାହିଁ।ରାତାରାତି ହୋଇଯିବେ କୋଟିପତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଧଣିଆ କିପରି ଶୁଭ ଫଳ ପ୍ରଦାନ କରିଥାଏ। ଧଣିଆ ଖାଦ୍ୟର ସ୍ବାଦ ଯେପରି ବଢାଇ ଥାଏ, ସେହିପରି ଆମ ଭାଗ୍ୟ ମଧ୍ୟ ବଦଳାଇ ଦେଇଥାଏ। ଗୋଟା ଧଣିଆ ଘରର ସୁଖଶାନ୍ତି ଉପରେ ଅଧିକ ପ୍ରଭାବ ପକାଇ ଥାଏ।

ପ୍ରତ୍ୟେକ ମନୁଷ୍ୟ ସୁଖ ସୁବିଧାରେ ଓ ଅଧିକ ଧନ ପ୍ରାପ୍ତି କରିବା ପାଇଁ ଇଚ୍ଛା ରଖିଥାନ୍ତି। ଯଦି ଆପଣ ଅଧିକ ଧନ ପ୍ରାପ୍ତି କରିବା ପାଇଁ ଚାହୁଁଛନ୍ତି, ତାହେଲେ ସୋମବାର ବା ମଙ୍ଗଳବାର ଦିନ ଗୋଟେ ମାଟି ପାତ୍ର ନେଇ ସେଥିରେ ଏକୋଇସ ଗୋଟି କଏନ ରଖି ସେଥିରେ କିଛି ମାଟି ଦେଇ ମିଶାଇ ଏହାକୁ ଘରର ଉତ୍ତର ଘରର ଉତ୍ତର ଦିଗରେ ରଖି ଦିଅନ୍ତୁ।

ଯେତେବେଳେ ଧଣିଆ ଗଛ ଉଠି ଯିବ ସେତେବେଳେ ସବୁଜ ଧଣିଆ ଗାଈକୁ ଖାଇବାକୁ ଦେଇ ଦିଅନ୍ତୁ। ବାକି ରହିଥିବା ଧଣିଆ ଏବଂ କଏନ ବାହାରକୁ କାଢି ଦିଅନ୍ତୁ। ସେହି କଏନକୁ ଗୋଟେ ଲାଲ କପଡ଼ାରେ ବାନ୍ଧି ନିଜ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କୁ କେବେବି ଧନର ଅଭାବ ହେବ ନାହିଁ।

ଧନ୍ତେରସ ଦିନ ଦେବୀ ଲକ୍ଷ୍ମୀଙ୍କୁ ଧଣିଆ ଅର୍ପଣ କରାଯାଇଥାଏ। ଏଭଳି କରିବା ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଧଣିଆକୁ ସମ୍ପଣତାର ପ୍ରତୀକ ମାନା ଯାଇଥାଏ। ଏହି ସମୟରେ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରି ଗୋଟେ ସବୁଜ କପଡ଼ାରେ ଅଳ୍ପ ଧଣିଆ, ଗୋଟେ ରୁପା କଏନ, ଅଳ୍ପ ମୁଗ ଡାଲି ରଖି ପୋଟଳି ବନେଇ ଦିଅନ୍ତୁ। ଦେଖିବେ ଏଭଳି କରିବା ଦ୍ୱାରା ଆପଣଙ୍କର ଆର୍ଥିକ ପରିସ୍ଥିତି ସୁଦୃଢ ହୋଇଯିବ। ଏହାଦ୍ବାରା ଆପଣଙ୍କ ଘରର ସବୁ ସମସ୍ୟା ଦୂର ହୋଇଯିବ।

ପ୍ରତ୍ୟେକଦିନ ଆପଣ ଗାଈକୁ ସବୁଜ ଚାରା ଖାଇବାକୁ ଦିଅନ୍ତୁ। ଦେଖିବେ ଆପଣଙ୍କ ଘରେ ସୁଖଶାନ୍ତି ବିଦ୍ୟମାନ ହେବ। ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଯଦି ଆପଣ ଋଣରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଶୋଇବା କୋଠରୀରେ ତକିଆ ତଳେ କିଛି ଶୁଖିଲା ଧଣିଆ ରଖି ଦିଅନ୍ତୁ। ଦେଖିବେ, ଆପଣ ସବୁ ରୁଣରୁ ମୁକ୍ତି ପାଇ ଯିବେ। ଯଦି ବିବାହିତ ଲୋକଙ୍କର ସମ୍ପତ୍ୟ ଜୀବନରେ ବାରମ୍ବାର ବିବାଦ ଲାଗି ରହୁଛି

ତାହେଲେ ଭଗବାନ ସତ୍ୟନାରାୟଣଙ୍କୁ ପଞ୍ଚାମୃତ ଅର୍ପଣ କରନ୍ତୁ। ଯଦି ଶନି ଦଶାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଶନିବାର ଦିନ ଅଶ୍ୱତ୍ଥ ଗଛ ମୂଳରେ ଅଳ୍ପ ଧଣିଆ ପକାଇ ଦିଅନ୍ତୁ। ଦେଖିବେ ଆପଣଙ୍କ ଉପରେ ଆସିଥିବା ସବୁ ସଙ୍କଟ ଦୂର ହୋଇଯିବ। ଏହାସହିତ ଦେବୀ ଲକ୍ଷ୍ମୀଙ୍କର କୃପା ସର୍ବଦା ଆପଣଙ୍କ ଉପରେ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *