Excuse Me Odisha

ଯାହା କହିବୁ ସତ କହିବୁ

ଦାରିଦ୍ର୍ୟତା ଦୂର କରିବା ପାଇଁ ଦୀପାବଳି ଦିନ କରନ୍ତୁ ଏହି ଖାସ କାର୍ଯ୍ୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଦୀପାବଳି ହେଉଛି ଦୀପ ଉତ୍ସବ। ପୌରାଣିକ ମାନ୍ୟତା ଅନୁସାରେ ଅଯୋଧ୍ୟାର ରାଜା ଶ୍ରୀରାମଚନ୍ଦ୍ର, ଦେବୀ ସୀତା, ଲକ୍ଷ୍ମଣ ରାବଣକୁ ବଧ କରି ୧୪ ବର୍ଷ ବନବାସ ସାରି ଅଯୋଧ୍ୟା ନଗରୀ ଫେରି ଥିଲେ। ସେଥିପାଇଁ ତାଙ୍କୁ ସ୍ବାଗତ ଜଣାଇବା ପାଇଁ ଅଯୋଧ୍ୟା ବାସୀ ଦୀପ ଜାଳି ପ୍ରଭୁ ଶ୍ରୀରାମ ଓ ମାଆ ସୀତାଙ୍କୁ ସ୍ବାଗତ କରିଥିଲେ। ସେହିଦିନ ଠାରୁ ଦୀପାବଳି ପର୍ବ ପାଳିତ ହେଉଛି। ତେବେ ଆସନ୍ତୁ ଜାଣିବା ଦୀପାବଳି କେଉଁ ସବୁ ଭୁଲ କରିବା ଅନୁଚିତ୍।

ଆପଣ ମୁଠାଏ ସୋରିଷ ବା କଳା ତିଳ ବା ଫିଟିକିରି ନେଇ ଏହାକୁ ଘରର ପ୍ରତ୍ୟେକ ଲୋକଙ୍କ ମୁଣ୍ଡ ଚାରି ପଟରେ ବୁଲାଇ ଆଣନ୍ତୁ। ତାପରେ ଏହାକୁ ପଶ୍ଚିମ ଦିଗ ଆଡ଼କୁ ଫିଙ୍ଗି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ପରିବାର ଉପରେ କାହାର ନଜର ଲାଗିବ ନାହିଁ। ଯଦି ଆପଣଙ୍କ ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ପ୍ରୟାସ କରୁଛନ୍ତି ଏବଂ ଆପଣଙ୍କୁ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରିବାକୁ ପଡୁଛି, ତାହେଲେ ଆପଣ ଦୀପାବଳି ଦିନ ରାତ୍ରିରେ ଗୋଟେ ଲେମ୍ବୁ ଉପରେ ଆପଣଙ୍କ ଶତ୍ରୁଙ୍କ ନାମ ଲେଖି ତାହାକୁ ପାଣିରେ ପ୍ରବାହିତ କରି ଦିଅନ୍ତୁ।

ଆପଣ ଗୋଟେ ଫିଟିକିରି ଖଣ୍ଡ ନେଇ ଏହାକୁ ଗୋଟେ ଲାଲ କପଡ଼ାରେ ବାନ୍ଧି ଦେଇ ଘରର ମୁଖ୍ୟ ଦୁଆର ମୁହଁରେ ବାନ୍ଧି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଘର ଉପରେ କେବେବି ଖରାପ ନଜର ପଡ଼ିବ ନାହିଁ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ। ଦେବୀ ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ। ଆପଣଙ୍କର ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ।

ଦୀପାବଳି ପୂର୍ବରୁ ଘରକୁ ନିଶ୍ଚିତ ଭାବରେ ସଫାସୁତୁରା ରଖିବା ଉଚିତ। କାରଣ ଦେବୀ ଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ୍ନ ସ୍ଥାନ ପସନ୍ଦ ଅଟେ। ଏହାସହିତ ଘରୁ ସବୁ ଅଳିଆ ଆବର୍ଜନା, ଭାଙ୍ଗି ଯାଇଥିବା ଜିନିଷପତ୍ର ଆଦି ହଟାଇ ଦେବା ଆବଶ୍ୟକ। ନଚେତ ଦେବୀ ଲକ୍ଷ୍ମୀଙ୍କର କ୍ରୋଧର ସାମ୍ନା କରିବାକୁ ପଡିପାରେ। ଧନ୍ତେରସ ଏବଂ ଦୀପାବଳି ଦିନ ଘରର ଦୁଆର ମୁହଁ ସାମ୍ନାରେ ଦୀପ ଜଳାଇ ରଖନ୍ତୁ। ଘରର ମୁଖ୍ୟ ଦୁଆର ମୁହଁକୁ କେବେବି ଅନ୍ଧାର ରଖନ୍ତୁ ନାହିଁ, ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ ଏବଂ ପରିବାର ଉପରେ ସଙ୍କଟ ମାଡି ଆସିଥାଏ। ତେଣୁ ଏଥିପ୍ରତି ଆପଣ ଧ୍ୟାନ ରଖନ୍ତୁ, ଯାହାଦ୍ଵାରା ଦାରିଦ୍ର୍ୟତା ଆପଣଙ୍କ ପାଖ ମାଡ଼ିବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *