Excuse Me Odisha

ଯାହା କହିବୁ ସତ କହିବୁ

ଧନ୍ତେରସ ଦିନ ଘରକୁ ଆଣନ୍ତୁ ଏହି ଖାସ ଜିନିଷ, ଘରୁ ଦୂର ହେବ ଦାରିଦ୍ର୍ୟତା।ରାତାରାତି ହୋଇଯିବେ କୋଟିପତି। ଜାଣନ୍ତୁ କଣ ସେହି ଜିନିଷ –

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣ ମାନଙ୍କୁ ଏହି ପବିତ୍ର ଦୀପାବଳି ଓ ଧନ୍ତେରସ ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ।କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଦିନ ଧନ୍ତେରସ ପର୍ବ ପାଳିତ ହୋଇଥାଏ ଏବଂ ଅମାବାସ୍ୟା ଦିନ ଦୀପାବଳି ପର୍ବ ପାଳିତ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଧନ୍ତେରସ ଏବଂ ଦୀପାବଳି ପର୍ବରେ କେଉଁ ଜିନିଷ କିଣିବା ଉଚିତ ଏବଂ ଅନୁଚିତ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପୌରାଣିକ ମାନ୍ୟତା ଅନୁସାରେ, ସମୁଦ୍ର ମନ୍ଥନରୁ ଦେବୀ ଲକ୍ଷ୍ମୀଙ୍କର ଉତ୍ପତ୍ତି ହେବା ସହିତ ଭଗବାନ ଧନବନ୍ତରୀଙ୍କର ମଧ୍ୟ ଉତ୍ପତ୍ତି ହୋଇଥିଲା। ତେଣୁ ସେହି ଦିନକୁ ଧନ୍ତେରସ ରୂପରେ ପାଳନ କରାଯାଏ। ଏହିଦିନ ଜିନିଷପତ୍ର କ୍ରୟ କରିବାର ବିଧି ରହିଛି। ଧନ୍ତେରସରେ ଷ୍ଟିଲ ବାସନ କିଣିବା ବର୍ଜିତ ଅଟେ। କାରଣ ଏହା ଉପରେ ରାହୁ ଗ୍ରହର ପ୍ରଭାବ ରହିଥାଏ।

ରାହୁ ଘର ପାଇଁ ଅଶୁଭ ହୋଇଥାଏ। ତେଣୁ ଆପଣ ତମ୍ବା, ପିତଳ ବାସନ କ୍ରୟ କରି ପାଇବେ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଲୁହାକୁ ଶନିଙ୍କ କାରକ କୁହାଯାଏ। ଧନ୍ତେରସ ଦିନ କେବେବି ଲୁହା ଜିନିଷ କ୍ରୟ କରିବା ଉଚିତ ନୁହେଁ। ଏହାଦ୍ବାରା ଶନିଙ୍କ କୋପର ସାମ୍ନା କରିବାକୁ ପଡ଼ି ପାରେ।

ଧନ୍ତେରସ ଦିନ ରାତିରେ ଧଣିଆରେ ଇତ୍ତର ପକାଇ ଘରର ସବୁ ସ୍ଥାନରେ ପକାଇ ଦିଅନ୍ତୁ। ଏହାର ସୁଗନ୍ଧରେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇ ଖୁବ୍ ଶୀଘ୍ର ଆକର୍ଷିତ ହୋଇ ଥାଆନ୍ତି। ଦୀପାବଳି ଦିନ ଲକ୍ଷ୍ମୀ କମଳ ଗଛ ମୂଳରେ ଘିଅର ଦୀପ ଜାଳିଲେ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହି ଫୁଲ ଅତ୍ୟନ୍ତ ଶୁଭ ଓ ଗୁଣକାରୀ ହୋଇଥାଏ। ଯଦି ଆପଣ ଦେବୀ ଲକ୍ଷ୍ମୀଙ୍କୁ ନିଜ ଘରେ ସ୍ଥାୟୀ ଭାବରେ ରଖିବାକୁ ଚାହୁଁଛନ୍ତି, ତାହେଲେ ବିଷ୍ଣୁ କମଳ ମଧ୍ୟ ଲଗାନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *