Excuse Me Odisha

ଯାହା କହିବୁ ସତ କହିବୁ

ଧନ୍ତେରସ ଦିନ ଏହି ୭ ଗୋଟି ଜିନିଷ ଦୂର କରିବ ଆପଣଙ୍କର ଦୁଃଖକଷ୍ଟ ଏବଂ ଦାରିଦ୍ର୍ୟତା। ଭୁଲରେ ମଧ୍ୟ ଏହି ୪ଟି ଜିନିଷ କ୍ରୟ କରନ୍ତୁ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ଧନ୍ତେରସ ବିଷୟରେ କିଛି ବିଶେଷ ସୂଚନା ପ୍ରଦାନ କରିବାକୁ ଯାଉଛୁ। ପ୍ରାୟତଃ ସମସ୍ତେ ଧନ୍ତେରସ ଦିନ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ଧନବାନ ହେବାକୁ ଚାହିଁ ଥାଆନ୍ତି। ସେଥିପାଇଁ ସମସ୍ତେ ଦୀପାବଳି ଓ ଧନ୍ତେରସ ଦିନ ଖାସ ଉପାୟ କରିଥାନ୍ତି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଆପଣ ଯେଉଁ ଜିନିଷକୁ ନେଇ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବେ, ତାହା ଆପଣଙ୍କୁ ବଜାରରେ ଖୁବ୍ ଶୀଘ୍ର ମିଳିଯିବ। ଧନ୍ତେରସ ଦିନ ଦେବୀ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ପୌରାଣିକ କଥା ଅନୁସାରେ ଭଗବାନ ବିଷ୍ଣୁ ଦେବୀ ଲକ୍ଷ୍ମୀଙ୍କୁ ଅଭିଶାପ ଦେଇଥିଲେ କି, ତାଙ୍କୁ ୧୩ ବର୍ଷ ପର୍ଯ୍ୟନ୍ତ ଜଣେ କୃଷକ ଘରେ ରହିବାକୁ ପଡିବ। ତେଣୁ ଦେବୀ ଲକ୍ଷ୍ମୀଙ୍କ କାରଣରୁ କୃଷକର ଘର ଧନଧାନ୍ୟରେ ପରିପୂର୍ଣ ହୋଇ ଯାଇଥିଲା।

୧୩ ବର୍ଷ ପୁରି ଗଲା ପରେ ଯେତେବେଳେ ଭଗବାନ ବିଷ୍ଣୁ କୃଷକ ଘରକୁ ଦେବୀ ଲକ୍ଷ୍ମୀଙ୍କୁ ଆଣିବା ପାଇଁ ଗଲେ, ସେହି କୃଷକ ବାଧା ଦେଇଥିଲେ। ତାପରେ ଦେବୀ ଲକ୍ଷ୍ମୀ କୃଷକକୁ କହିଲେ, କାଲି ତ୍ରୟୋଦଶୀ ତିଥିରେ ତୁମେ ଦୀପ ଜଳାଇ ମୋ ମୂର୍ତ୍ତି ଆଣି ମୋତେ ଆବାହନ କର ମୁଁ ନିଶ୍ଚିତ ଆସିବି।

ତାପରେ ସେହି କୃଷକ ଦେବୀ ଲକ୍ଷ୍ମୀଙ୍କ କହିବା ଅନୁସାରେ ତ୍ରୟୋଦଶୀ ତିଥି ଦିନ ଲକ୍ଷ୍ମୀ ପୂଜାର ଆୟୋଜନ କରି ଦୀପ ଜଳାଇଲେ। ଯାହାଫଳରେ ଦେବୀ ଲକ୍ଷ୍ମୀ ସ୍ଥାୟୀ ରୂପରେ ତାଙ୍କ ଘରେ ବିରାଜିତ ହେଲେ। ସେହିଦିନ ଠାରୁ ଧନ୍ତେରସ ଦିନ ଦେବୀ ଲକ୍ଷ୍ମୀଙ୍କର ପୂଜାର ବିଧି ରହିଛି। ତେବେ ଆସନ୍ତୁ ଜାଣିବା ଧନ୍ତେରସ ଦିନ କେଉଁ ଜିନିଷ ଘରକୁ ଆଣିବା ଶୁଭ ହୋଇଥାଏ।

ଧନ୍ତେରସ ଦିନ ଦେବୀ ଲକ୍ଷ୍ମୀଙ୍କର ପାଦ ଚିହ୍ନ କ୍ରୟ କରି ଆଣନ୍ତୁ। ଏହା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଏହାସହିତ କଉଡ଼ି, ପଦ୍ମଫୁଲ, ଧଣିଆ ଆଜି ଧନ୍ତେରସ ଦିନ କ୍ରୟ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଧନ୍ତେରସ ଦିନ ନିଶ୍ଚିତ ଭାବରେ ଘରକୁ ଝାଡୁ ଆଣିବା ଆବଶ୍ୟକ। କାରଣ ଝାଡୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ କୁହାଯାଏ। ଏହିଦିନ ଝାଡୁ କ୍ରୟ କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏହାସହିତ ଘରୁ ଦାରିଦ୍ର୍ୟତା ଦୂର ହୋଇଥାଏ। ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଶତ୍ରୁ ମଧ୍ୟ ନାଶ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *