Excuse Me Odisha

ଯାହା କହିବୁ ସତ କହିବୁ

ଧନ୍ତେରସ ଦିନ କଦାପି କରନ୍ତୁ ନାହିଁ ଏଭଳି ଭୂଲ। ନଚେତ ଘରକୁ ଦାରିଦ୍ର୍ୟତା ମାଡି ଆସିବାର ସମ୍ଭାବନା ରହିଛି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଦିନ ଧନ୍ତେରସ ପର୍ବ ପାଳିତ ହୋଇଥାଏ। ଏହିଦିନ ନୂଆ ନୂଆ ଜିନିଷ କ୍ରୟ କରିବାର ମାନ୍ୟତା ରହିଛି। ମାନ୍ୟତା ରହିଛି କି ଏହିଦିନ ନୂଆ ଜିନିଷ ପତ୍ର କ୍ରୟ କରିବା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଧନ୍ତେରସ ଦିନ କେଉଁ ସବୁ ଭୁଲ କାର୍ଯ୍ୟ କରିବା ଉଚିତ ନୁହେଁ, ଆସନ୍ତୁ ଜାଣିବା।

ଆପଣଙ୍କୁ କହି ରଖୁଛୁ କି, ଧନ୍ତେରସ ଦିନଟି ଅତ୍ୟନ୍ତ ଶୁଭ ହେଲେ ମଧ୍ୟ ଏହିଦିନ ଏହିଦିନ ଗୃହ ପ୍ରବେଶ କରିବା ବର୍ଜିତ ଅଟେ। କାରଣ ଏଭଳି କରିବା ଦ୍ୱାରା ଘରର ମୁଖିଆଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ। କୁହାଯାଏ କି ଧନ୍ତେରସ ଦିନ ଭଗବାନ ଧନବନ୍ତରୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଘରେ ସୁଖଶାନ୍ତି, ଧନ ସଂପତ୍ତି ବୃଦ୍ଧି ହୋଇଥାଏ। ଧନ୍ତେରସ ଆସିବା ପୂର୍ବରୁ ଘରକୁ ନିଶ୍ଚିତ ଭାବରେ ସଫାସୁତୁରା ରଖିବା ଉଚିତ। କାରଣ ଦେବୀ ଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ୍ନ ସ୍ଥାନ ପସନ୍ଦ ଅଟେ।

ଏହାସହିତ ଧନ୍ତେରସ ପୂର୍ବରୁ ଘରୁ ସବୁ ଅଳିଆ ଆବର୍ଜନା, ଭାଙ୍ଗି ଯାଇଥିବା ଜିନିଷପତ୍ର ଆଦି ହଟାଇ ଦେବା ଆବଶ୍ୟକ। ନଚେତ ଦେବୀ ଲକ୍ଷ୍ମୀଙ୍କର କ୍ରୋଧର ସାମ୍ନା କରିବାକୁ ପଡିପାରେ। ଧନ୍ତେରସ ଏବଂ ଦୀପାବଳି ଦିନ ଘରର ଦୁଆର ମୁହଁ ସାମ୍ନାରେ ଦୀପ ଜଳାଇ ରଖନ୍ତୁ। ଦୁଆର ମୁହଁକୁ ଅନ୍ଧାର ରଖନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ। ଏହିଦିନ ଆପଣଙ୍କୁ ଆମିଷ ସେବନ କରିବାରୁ ବଞ୍ଚିତ ରହିବା ଉଚିତ୍।

ଧନ୍ତେରସ ଦିନ କଦଳୀ ଖାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହିଦିନ ଅନ୍ୟମାନଙ୍କୁ ଝାଡୁ ଦାନ କରନ୍ତୁ ନାହିଁ,ନଚେତ ଆପଣଙ୍କୁ ଆର୍ଥିକ ଅଭାବର ମୁକାବିଲା କରିବାକୁ ପଡ଼ିବ। ଏହିଦିନ ଘରକୁ ସୁନାରୁପା, ଝାଡୁ, ପିତ୍ତଳ ବାସନ ଆଦି କ୍ରୟ କରିବା ଉଚିତ। ଯାହାଫଳରେ ଆପଣଙ୍କ ଘର ସୁଖସମୃଦ୍ଧିରେ ଭରି ଯିବ। ଧନ୍ତେରସ ଦିନ ତୀକ୍ଷ୍ଣ ବସ୍ତୁ ବା କାଚର ବସ୍ତୁ କ୍ରୟ କରନ୍ତୁ ନାହିଁ। ଏଗୁଡ଼ିକୁ ଦୁର୍ଭାଗ୍ୟର ପ୍ରତୀକ ମାନା ଯାଇଥାଏ।ଯାହାଫଳରେ ଏହା ଆପଣଙ୍କ ଘର ପାଇଁ ଅମଙ୍ଗଳ ହୋଇଥାଏ। ଧନ୍ତେରସ ଦିନ ନକଲି ଗହଣା ଆଦି କ୍ରୟ କରିବା ଉଚିତ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *