ଧନ୍ତେରସ ଦିନ ଘରକୁ ଆଣନ୍ତୁ ଏହି ଜିନିଷ, ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ କରିବେ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର ତ୍ରୟୋଦଶୀ ତିଥି ଦିନ ଧନ୍ତେରସ ପର୍ବ ପାଳିତ ହୋଇଥାଏ। ଏହି ପର୍ବ ଅତ୍ୟନ୍ତ ଶୁଭ ଅଟେ ଏବଂ ଧନ୍ତେରସ ଆସିବା ପୂର୍ବରୁ ସମସ୍ତେ ନିଜ ଘରକୁ ପରିଷ୍କାର ପରିଚ୍ଛନ୍ନ କରିବାରେ ଲାଗି ପଡିଥାନ୍ତି। ତେବେ ଆପଣ ମାନଙ୍କୁ ଧନ୍ତେରସ ପର୍ବ ଅବସରରେ ବହୁତ ଶୁଭେଚ୍ଛା ଓ ଶୁଭକାମନା। ଏହିଦିନ ନୂଆ ନୂଆ ଜିନିଷ କ୍ରୟ କରିବାର ମାନ୍ୟତା ରହିଛି। ଏହାଦ୍ବାରା ଦେବୀ ଲକ୍ଷ୍ମୀ ଘରକୁ ଆଗମନ କରିଥାନ୍ତି।
ପୌରାଣିକ ମାନ୍ୟତା ଅନୁସାରେ ଏହିଦିନ ଦେବତାଙ୍କ ଦ୍ଵାରା କରାଯାଇଥିବା ସମୁଦ୍ର ମନ୍ଥନରୁ ଦେବୀ ଲକ୍ଷ୍ମୀ ଓ ଭଗବାନ ଧନବନ୍ତରୀ ବାହାରି ଥିଲେ। ସେହି ଦିନ ଠାରୁ ଧନ୍ତେରସ ପର୍ବ ପାଳିତ ହୋଇ ଆସୁଛି। ତେଣୁ ଏହିଦିନ ଅନେକ ତନ୍ତ୍ର ସାଧକ ମାନେ ମଧ୍ୟ ଅନେକ ତନ୍ତ୍ରମନ୍ତ୍ର କାର୍ଯ୍ୟ କରିଥାନ୍ତି। ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି, ଧନ୍ତେରସ ଦିନ କେଉଁ ଜିନିଷ ଜିନିଷ କିଣିବା ଦ୍ଵାରା ଅଶୁଭ ହୋଇଥାଏ ଏବଂ ଯେଉଁ ଜିନିଷ କିଣିବା ଦ୍ଵାରା ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ।
ଧନ୍ତେରସ ପର୍ବ ଅକ୍ଟୋବର ୨୩ ତାରିଖରେ ପାଳନ କରାଯିବ। କାରଣ ୨୩ ତାରିଖ ସନ୍ଧ୍ୟାରେ ପ୍ରଦୋଷ କାଳ ରହିଛି, ତେଣୁ ଧନ୍ତେରସ ଦିନ ଦେବୀ ଲକ୍ଷ୍ମୀ ଓ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ପାଇଁ ସନ୍ଧ୍ୟା ୫:୪୪ ମିନିଟରୁ ସନ୍ଧ୍ୟା ୬:୦୪ ମିନିଟ ପର୍ଯ୍ୟନ୍ତ ସମୟ ରହିଛି।ଧନ୍ତେରସ ଦିନ ଦେବୀ ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କର ମୂର୍ତ୍ତି ଆଣି ପୂଜା କରାଯାଇଥାଏ।
ଏହାସହିତ ଏହିଦିନ ଧଣିଆ ପତ୍ର , ରୁଦ୍ରାକ୍ଷ ଆଦି କିଣିବାର ମଧ୍ୟ ବିଧି ରହିଛି। ଧନ୍ତେରସ ଦିନ ହଳଦୀ କିଣି ଦେବୀ ଲକ୍ଷ୍ମୀଙ୍କ ପୂଜାରେ ପ୍ରୟୋଗ କରିବା ଦ୍ୱାରା ଶୁଭ ହୋଇଥାଏ। ଏଭଳି କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହିଦିନ ଧନର ଦେବତା କୁବେର ମହାରାଜାଙ୍କର ମଧ୍ୟ ମୂର୍ତ୍ତି କ୍ରୟ କରି ଘରକୁ ଆଣନ୍ତୁ। ଏହାଦ୍ବାରା ଆପଣଙ୍କ ଘରେ ସୁଖ ସମ୍ପତ୍ତି ବୃଦ୍ଧି ହେବ।
ଧନ୍ତେରସରେ ଷ୍ଟିଲ ବାସନ କିମ୍ବା ଲୁହା ଜିନିଷ କିଣିବା ବର୍ଜିତ ଅଟେ। କାରଣ ଏହା ଉପରେ ରାହୁ ଗ୍ରହର ପ୍ରଭାବ ରହିଥାଏ। ରାହୁ ଘର ପାଇଁ ଅଶୁଭ ଓ ଅମଙ୍ଗଳକାରୀ ହୋଇଥାଏ। ତେଣୁ ଆପଣ ତମ୍ବା, ପିତ୍ତଳ ବାସନ କ୍ରୟ କରି ପାଇବେ। ଏହିଦିନ ଝାଡୁ କିଣିବାର ବିଧି ରହିଛି। ଝାଡୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ହୋଇଥାଏ। ଏହାସହିତ ଆପଣ ଦେବୀ ଲକ୍ଷ୍ମୀଙ୍କ ପୂଜାରେ କଉଡ଼ି ଓ ପଦ୍ମ ଫୁଲ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ଆପଣଙ୍କ ଘର ଧନସମ୍ପତ୍ତିରେ ଭରି ଯିବ।