Excuse Me Odisha

ଯାହା କହିବୁ ସତ କହିବୁ

୨୦ ଅକ୍ଟୋବର ରାଶିଫଳ: ମେଷ, ମିଥୁନ, କୁମ୍ଭ ରାଶିର ଲୋକଙ୍କୁ ମିଳିବ ଶୁଭ ସଙ୍କେତ। ପଢନ୍ତୁ ଦୈନିକ ରାଶିଫଳ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ କାଳଖଣ୍ଡ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି, ପ୍ରେମ ଜୀବନ, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ସମ୍ପଦ, ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ଜାଣି ହୋଇଥାଏ। ଗ୍ରହ ମାନଙ୍କର ଚଳନକୁ ଆଧାର କରି ଦିନଟି ଆପଣଙ୍କ ପାଇଁ କିପରି ରହିବ, କେଉଁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସେହି ବିଷୟରେ ସୂଚନା ମିଳିଥାଏ। ତେବେ ଏହି ଦୈନିକ ରାଶିଫଳରୁ ନିଜ ରାଶି ବିଷୟରେ ଜାଣନ୍ତୁ।

ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ବନ୍ଧୁ ତଥା ସମ୍ପର୍କୀୟଙ୍କ ଠାରୁ ଶୁଭ ସମାଚାର ମିଳିପାରେ। କୋର୍ଟ କଚେରୀ ମାମଲାରେ ଆପଣ ସଫଳ ହେବେ। ପରିବାର ଲୋକଙ୍କ ସହିତ ବାହାର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଜୀବନସାଥୀଙ୍କ ସହଯୋଗରେ ଆପଣ ନୂଆ ବ୍ୟବସାୟ ଆରମ୍ଭ କରି ପାରିବେ।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ପରିବାର ଲୋକେ କୌଣସି କାରଣ ବଶତଃ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ପୁରୁଣା ବନ୍ଧୁଙ୍କ ସହିତ ସବୁ ରାଗରୋଷ ଦୂର ହେବ। କୌଣସି ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ। କାରବାରରେ ଆପଣଙ୍କୁ ଯଥେଷ୍ଟ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ମିଥୁନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ମାନସମ୍ମାନ ପ୍ରାପ୍ତ ହେବ। ପିତାମାତା ଆପଣଙ୍କର କୌଣସି କଥାକୁ ବୁଝିବେ ନାହିଁ। ଆପଣଙ୍କୁ ଅନ୍ୟମାନଙ୍କ ସହିତ ତାଳମେଳ ରଖିବାକୁ ପଡିବ। ଚାକିରି ଖୋଜୁଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିଯିବ।

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ। କୌଣସି ଦୂର ସଂପର୍କୀୟଙ୍କ ସହିତ ଆପଣ ଦେଖାସାକ୍ଷାତ ହୋଇପାରେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ବିଦ୍ୟାର୍ଥୀ ମାନଙ୍କୁ ପାଠପଢା ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ରଚନାତ୍ମକ କାର୍ଯ୍ୟ ପ୍ରତି ଆପଣ ରୁଚି ରଖିବେ। ଆପଣଙ୍କର ବିନମ୍ର ସ୍ଵଭାବ ଯୋଗୁଁ ଆପଣଙ୍କୁ ସବୁ କ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତ ହେବ। କଳା କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ସୁଯୋଗ ମିଳିବ।

କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କୋର୍ଟ କଚେରୀ ମାମଲାରେ ଅକାନଙ୍କୁ ସଫଳତା ମିଳିବ। ବ୍ୟବସାୟ କରୁଥିବା ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। କୌଣସି ଅନୁଭବୀ ଲୋକଙ୍କ ସହିତ ବାର୍ତ୍ତାଳାପ କରି ପାରନ୍ତି। ବ୍ୟବସାୟୀକ ମାମଲାରେ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି।

ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ସାବ୍ୟସ୍ତ ହେବ। ସନ୍ତାନଙ୍କ କ୍ୟାରିୟରକୁ ନେଇ ଆପଣ ଚିନ୍ତିତ ରହିବେ। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ପରିବାର ପ୍ରତି ଆପଣ ସମସ୍ତ ଦାୟିତ୍ବ ତୁଲାଇବେ। ଆପଣଙ୍କୁ କଠିନ ପରିଶ୍ରମର ଉଚିତ ଫଳ ପ୍ରାପ୍ତି ହେବ।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କାରବାରରେ ଆପଣ ଉନ୍ନତି ଲାଭ କରିବେ, ଯାହାଫଳରେ ଆପଣଙ୍କର ଅହଙ୍କାର ବଢିଯିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଉତ୍ତମ ପ୍ରଦର୍ଶନ ଦେଖି ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଅନୁକୂଳ ରହିଛି।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରି ପାରନ୍ତି। ପିତାମାତା ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। କାର୍ଯ୍ୟକ୍ଷେତ୍ରରେ କିଛି ପରିବର୍ତ୍ତନ ଆସିପାରେ।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ବିଶେଷ ରୂପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆୟରେ ବୃଦ୍ଧି ହେବ। ବ୍ୟବସାୟିକ ମାମଲାରେ କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଅହାଠା ବିବାଦରେ ସାମିଲ ହୁଅନ୍ତୁ ନାହିଁ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ପୈତୃକ ସମ୍ପତ୍ତିରୁ ଲାଭ ପ୍ରାପ୍ତ ହେବ। ଆପଣ ଛୋଟ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜିର ଦିନଟି ଅନୁକୂଳ ରହିଛି।

ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ଆଶାନୁରୂପ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଆର୍ଥିକ ମାମଲାରେ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। ବନ୍ଧୁ ତଥା ସମ୍ପର୍କୀୟଙ୍କ ଠାରୁ ଶୁଭ ସମାଚାର ମିଳିପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *