Excuse Me Odisha

ଯାହା କହିବୁ ସତ କହିବୁ

ଧନ୍ତେରସ ଓ ଦୀପାବଳି ଆସିବା ପୂର୍ବରୁ ଘରୁ ହଟାଇ ଦିଅନ୍ତୁ ଏହି ଜିନିଷ, ନଚେତ ଦେବୀ ଲକ୍ଷ୍ମୀ ହୋଇଯିବେ କ୍ରୋଧିତ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭାରତରେ ଧନ୍ତେରସ ଓ ଦୀପାବଳି ପର୍ବ ଅତ୍ୟନ୍ତ ଧୁମଧାମରେ ପାଳିତ ହୋଇଥାଏ। ଏହାକୁ ଧନ ପ୍ରାପ୍ତିର ପର୍ବ ମଧ୍ୟ କୁହାଯାଏ। ଏହି ପର୍ବରେ ବନ୍ଧୁ ତଥା ସମ୍ପର୍କୀୟଙ୍କୁ ଉପହାର ଆଦି ଦିଆଯାଇଥାଏ। ସୁଖ ବାଣ୍ଟିଲେ ସୁଖ ବୃଦ୍ଧି ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଧନ୍ତେରସ ଏବଂ ଦୀପାବଳି ସମୟରେ କେଉଁ ଜିନିଷ ସବୁ ଘରୁ ହଟାଇ ଦେବା ଆବଶ୍ୟକ, ନଚେତ ଦେବୀ ଲକ୍ଷ୍ମୀଙ୍କର କ୍ରୋଧର ସାମ୍ନା କରିବାକୁ ପଡିପାରେ।

ହିନ୍ଦୁପଞ୍ଚାଙ୍ଗ ଅନୁସାରେ କାର୍ତ୍ତିକ ମାସର ତ୍ରୟୋଦଶୀ ତିଥି ଅକ୍ଟୋବର ୨୨ ତାରିଖ ସନ୍ଧ୍ୟା ୬:୦୩ ମିନିଟରୁ ଆରମ୍ଭ ହୋଇ ଅକ୍ଟୋବର ୨୩ ତାରିଖ ସନ୍ଧ୍ୟା ୬:୦୪ ମିନିଟରେ ସମାପ୍ତ ହେବ। ଧନ୍ତେରସ ପର୍ବ ଅକ୍ଟୋବର ୨୩ ତାରିଖରେ ପାଳନ କରିବା ଅତ୍ୟନ୍ତ ଶୁଭ ଓ ମଙ୍ଗଳକାରୀ ହୋଇଥାଏ। କାରଣ ୨୩ ତାରିଖ ସନ୍ଧ୍ୟାରେ ପ୍ରଦୋଷ କାଳ ରହିଛି, ତେଣୁ ଧନ୍ତେରସ ଦିନ ପୂଜା ପାଇଁ ସନ୍ଧ୍ୟା ୫:୪୪ ମିନିଟରୁ ସନ୍ଧ୍ୟା ୬:୦୪ ମିନିଟ ପର୍ଯ୍ୟନ୍ତ ସମୟ ରହିଛି। ତେବେ ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ, ଯାହାଦ୍ଵାରା ଦେବୀ ଲକ୍ଷ୍ମୀ ଘରୁ ଚାଲି ଯାଇଥାନ୍ତି।

ଝାଡ଼ୁକୁ ଦେବୀ ଲକ୍ଷ୍ମୀଙ୍କର ପ୍ରତୀକ କୁହାଯାଏ। ତେଣୁ ଧନ୍ତେରସ ଏବଂ ଦୀପାବଳି ଦିନ କେବେବି ଝାଡ଼ୁକୁ ଫିଙ୍ଗି ଦିଅନ୍ତୁ ନାହିଁ। ଏହିଦିନ ଘରକୁ ଝାଡୁ କିଣି ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ। କିନ୍ତୁ ଭୁଲରେ ମଧ୍ୟରେ ଏହିଦିନ ପୁରୁଣା ଝାଡ଼ୁକୁ ବାହାରକୁ ଫିଙ୍ଗିବା ଦ୍ଵାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଏହାସହିତ ଧନ୍ତେରସ ଦିନ କେବେବି ଝାଡୁ ଦାନ କରନ୍ତୁ ନାହିଁ, ନଚେତ ଘର ଉପରକୁ ବିପଦ ମାଡି ଆସିପାରେ।

ଧନ୍ତେରସ ଏବଂ ଦୀପାବଳି ଦିନ କେବେବି କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ, ନଚେତ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଏହିଦିନ ସୁନା ରୂପା ଆଦି କିନିବାର ବିଧି ରହିଛି। କିନ୍ତୁ ଧନ୍ତେରସ ଦିନ କାହାକୁ ନିଜ ବ୍ୟବହାରିକ ଗହଣା ପତ୍ର ଦାନ କରନ୍ତୁ ନାହିଁ। ଏହାଦ୍ବାରା ଆପଣଙ୍କ ଉପରେ ଖରାପ ପ୍ରଭାବ ପଡିପାରେ।

ଧନ୍ତେରସ ଦିନ ତୀକ୍ଷ୍ଣ ବସ୍ତୁ ବା କାଚର ବସ୍ତୁ କ୍ରୟ କରନ୍ତୁ ନାହିଁ। ଏଗୁଡ଼ିକୁ ଦୁର୍ଭାଗ୍ୟର ପ୍ରତୀକ ମାନା ଯାଇଥାଏ।ଯାହାଫଳରେ ଏହା ଆପଣଙ୍କ ଘର ପାଇଁ ଅମଙ୍ଗଳ ହୋଇଥାଏ। ଧନ୍ତେରସ ଦିନ କାଚ ପଦାର୍ଥ ଓ ଧାରୁଆ ଜିନିଷ ଆଦି କ୍ରୟ କରିବା ଅଶୁଭ ହୋଇଥାଏ। ଧନ୍ତେରସ ଦିନ ନକଲି ଗହଣା ଆଦି କ୍ରୟ କରିବା ଉଚିତ ନୁହେଁ। ଏହାସହିତ ଏହିଦିନ ପ୍ଲାଷ୍ଟିକ ଜିନିଷ ଆଦି ମଧ୍ୟ କ୍ରୟ କରିବା ଉଚିତ ନୁହେଁ। ନଚେତ ଦେବୀ ଲକ୍ଷ୍ମୀ ଓ ଭଗବାନ ଧନବନ୍ତରୀ ଅସନ୍ତୁଷ୍ଟ ହୋଇଥାନ୍ତି। ଯାହାଫଳରେ ଆପଣଙ୍କ ଘରେ ଆର୍ଥିକ ଅଭାବ ଦେଖା ଦେଇପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *