Excuse Me Odisha

ଯାହା କହିବୁ ସତ କହିବୁ

ସୂର୍ଯ୍ୟପରାଗରେ ତିନୋଟି ରାଶି ଉପରେ ପଡ଼ିବାକୁ ଯାଉଛି ଅଶୁଭ ପ୍ରଭାବ, କରନ୍ତୁ ଏହି ବିଶେଷ ଉପାୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଅକ୍ଟୋବର ୨୫ ତାରିଖ ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି।ଦୀପାବଳି ପର୍ବ ପରଦିନ ଏହି ସୂର୍ଯ୍ୟପରାଗ ପଡୁ ଥିବାରୁ ଏହାକୁ ଦୁର୍ଲଭ ଏବଂ ଖାସ ମାନା ଯାଇଛି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ବର୍ଷର ଶେଷ ସୂର୍ଯ୍ୟପରାଗର ଅଶୁଭ ପ୍ରଭାବ କେଉଁ ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି ଏବଂ କେଉଁ ମାନଙ୍କର ଭାଗ୍ୟ ଦୁର୍ଭାଗ୍ୟ ରୂପରେ ପରିଣତ ହେବ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବୈଦିକ ଶାସ୍ତ୍ର ଅନୁସାରେ ସୂର୍ଯ୍ୟପରାଗର ପ୍ରଭାବ ପ୍ରତ୍ୟେକ ଜୀବଜନ୍ତୁଙ୍କ ଉପରେ ପଡ଼ିଥାଏ। ତେଣୁ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ବାରଣ ହୋଇଥାଏ। ଏହି ସୂର୍ଯ୍ୟପରାଗ ଅକ୍ଟୋବର ୨୫ ତାରିଖ ଦିନ ସନ୍ଧ୍ୟା ୪:୨୯ ମିନିଟରେ ଆରମ୍ଭ ହୋଇ ୫:୪୨ ମିନିଟରେ ସମାପ୍ତ ହେବ। ଏହା, ଭାରତ ସମେତ ଆଫ୍ରିକା ମହାଦେଶର ଉତ୍ତର ପୂର୍ବ ଭାଗ, ଏସିଆର ଦକ୍ଷିଣ ପଶ୍ଚିମ ଭାଗ, ୟୁରୋପ, ଆଟଲାଣ୍ଟିକ ଆଡ଼େ ଦେଖିବାକୁ ମିଳିବ। ସୂର୍ଯ୍ୟପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ସୂତକ କାଳ ଆରମ୍ଭ ହୋଇ ପରାଗ ସରିଗଲା ପରେ ସମାପ୍ତ ହୋଇ ଯାଇଥାଏ।

ଧାର୍ମିକ ମନ୍ୟତା ଅନୁସାରେ, ସୂତକ କାଳ ଚାଲିଥିବା ସମୟରେ ରନ୍ଧା ଖାଦ୍ୟରେ ତୁଳସୀ ପତ୍ର ପକାଇ ଦିଅନ୍ତୁ। ଏହାଦ୍ବାରା ଖାଦ୍ୟ ଶୁଦ୍ଧ ହୋଇଯିବ। ସୂର୍ଯ୍ୟପରାଗ ଚାଲି ଥିବା ସମୟରେ ତୁଳସୀ ଗଛକୁ ସ୍ପର୍ଶ କରିବା ଉଚିତ ନୁହେଁ। ଏହାସହିତ ଏହି ସମୟରେ କୌଣସି ଗର୍ଭବତୀ ମହିଳା ବାହାରକୁ ବାହାରିବା ଉଚିତ ନୁହେଁ ଏବଂ କୌଣସି ପ୍ରକାରର ଧାରୁଆ ଜିନିଷ ବ୍ୟବହାର କରିବା ଉଚିତ ନୁହେଁ। ଏହି ସମୟରେ ପତିପତ୍ନୀଙ୍କୁ ଶାରୀରିକ ସଂପର୍କ ରଖିବାରୁ ବଞ୍ଚିତ ହେବା ଉଚିତ। ତେଣୁ ଆପଣ ସୂର୍ଯ୍ୟପରାଗ ପରେ କିଛି ବିଶେଷ ଉପାୟ କରି ଭଗବାନ ସୂର୍ଯ୍ୟଙ୍କୁ ପ୍ରସନ୍ନ କରି ପାରିବେ। ତେବେ ସେହି ରାଶି ଗୁଡ଼ିକ ହେଉଛି –

ବୃଷ ରାଶି :- ସୂର୍ଯ୍ୟପରାଗ ଏହି ରାଶିର ଲୋକଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହେବ। ସ୍ବାସ୍ଥ୍ୟ ବିଗିଡି ଯିବାର ସମ୍ଭାବନା ରହିଛି। ତେଣୁ ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଧନହାନୀ ହେବାର ସମ୍ଭାବନା ରହିଛି। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।

କନ୍ୟା ରାଶି :- ବର୍ଷର ଶେଷ ସୂର୍ଯ୍ୟପରାଗ ଏହି ରାଶିର ଲୋକଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ। ଆକସ୍ମିକ ଭାବରେ ଧନଲାଭ ହେବାର ସମ୍ଭାବନା ରହିଛି। କୌଣସି ସମ୍ପର୍କୀୟଙ୍କ ଠାରୁ ଶୁଭ ସମାଚାର ମିଳିପାରେ। ଜମିବାଡ଼ି ମାମଲାରେ ଲାଭ ପ୍ରାପ୍ତ ହେବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।

ମିଥୁନ ରାଶି :- ସୂର୍ଯ୍ୟପରାଗ ସମୟରେ ଆପଣଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ। ବ୍ୟବସାୟିକ ମାମଲାରେ ଆପଣଙ୍କୁ ବୁଝିବିଚାରି କଠିନ ନିଷ୍ପତ୍ତି ନେବା ଆବଶ୍ୟକ। ଏହି ସମୟରେ ଆପଣଙ୍କୁ ଆର୍ଥିକ ସଂକଟର ମୁକାବିଲା କରିବାକୁ ପଡିପାରେ, ତେଣୁ ଘରର ଖର୍ଚ୍ଚ ପ୍ରତି ନିୟନ୍ତ୍ରଣ ରଖନ୍ତୁ।

ତୁଳା ରାଶି :- ବର୍ଷର ଶେଷ ସୂର୍ଯ୍ୟପରାଗ ଆପଣଙ୍କ ପାଇଁ ସାମାନ୍ୟ ରହିବ। କିନ୍ତୁ ବ୍ୟବସାୟିକ ମାମଲାରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆୟରେ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ କୌଣସି କର୍ମଚାରୀଙ୍କ ସହିତ ମତଭେଦ ହୋଇପାରେ। ନକାରାତ୍ମକ ଚିନ୍ତାଧାରା ରଖୁଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *