Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ପର୍ବରେ ଭୁଲରେ ମଧ୍ୟ ଏହି ୪ ପ୍ରକାର ଜିନିଷ ଦାନ କରନ୍ତୁ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଦୀପାବଳି ପର୍ବକୁ ଅତ୍ୟନ୍ତ ଶୁଭ ଓ ଲାଭକାରୀ ପର୍ବ କୁହାଯାଏ। ଏହି ପର୍ବରେ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବାର ବିଧି ରହିଛି। ଯଦି କୌଣସି ବ୍ୟକ୍ତି ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କିଛି ବିଶେଷ ଉପାୟ କରନ୍ତି, ତାହେଲେ ତାଙ୍କ ଭାଗ୍ୟ ଖୋଲିଯିବ।

ଦୀପାବଳି ଅବସରରେ ବନ୍ଧୁ ତଥା ସମ୍ପର୍କୀୟଙ୍କୁ ଅନେକ ପ୍ରକାରର ଉପହାର, ମିଠା, ଫଳମୂଳ ଆଦି ଦେବାର ବିଧି ରହିଛି। ଏଭଳି କରିବା ଦ୍ଵାରା ସଂପର୍କରେ ସ୍ନେହ ଓ ଭଲପାଇବା ବଢ଼ିଥାଏ। ଆହୁରି ମଧ୍ୟ ଦୀପାବଳି ପର୍ବରେ କିଛି ଏଭଳି କାର୍ଯ୍ୟ କରିବାକୁ ବାରଣ ହୋଇଛି, ଯାହାଦ୍ଵାରା ଧନହାନୀ ହେବା ସହିତ ପରିବାର ନଷ୍ଟ ହୋଇ ଯାଇଥାଏ।

ଆଜି ଆମେ ଆପଣଙ୍କୁ କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ, କାହାକୁ ଦୀପାବଳି ଦିନ କଦାପି ଦାନ କରିବା ଉଚିତ ନୁହେଁ। ନଚେତ ଘରକୁ ଦାରିଦ୍ର୍ୟତା ମାଡି ଆସିଥାଏ। ଭଗବାନ ଧନବନ୍ତରୀ ମଧ୍ୟ କ୍ରୋଧିତ ହୋଇ ଯାଇଥାନ୍ତି। ତେଣୁ ଦୀପାବଳି ଦିନ ଦେବୀ ଲକ୍ଷ୍ମୀଙ୍କ ସହିତ ଜଡିତ କୌଣସି ଜିନିଷପତ୍ର ଅନ୍ୟମାନଙ୍କୁ ଦାନ କରିବା ଉଚିତ ନୁହେଁ। କଉଡ଼ି, ବସ୍ତ୍ର, ପୂଜା ସାମଗ୍ରୀ ଆଦି ଅନ୍ୟମାନଙ୍କୁ ଦାନ କରନ୍ତୁ ନାହିଁ। ଏହାଦ୍ବାରା ଦେବୀ ଲକ୍ଷ୍ମୀଙ୍କୁ ଅପମାନ ହୋଇଥାଏ ଏବଂ ତାଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ।

ଦୀପାବଳି ଦିନ କେହି ଆପଣଙ୍କୁ ଟଙ୍କା ଉଧାର ମାଗିବାକୁ ଆସିଲେ,ଦିଅନ୍ତୁ ନାହିଁ। ନଚେତ ଆପଣଙ୍କର ଧନହାନୀ ହେବାର ସମ୍ଭାବନା ରହିଛି। ଏହିଦିନ ଟଙ୍କା ଉଧାର ନେବା ବା ଦେବା ଅନୁଚିତ। ଦୀପାବଳି ଦିନ କଦାପି ଆପଣ କାହାକୁ ଧରୁଆ ଜିନିଷ ଆଦି ଦିଅନ୍ତୁ ନାହିଁ। ଘଡି, ଷ୍ଟିଲ ଜିନିଷ, ଝାଡୁ ଆଦି ଦାନ କରନ୍ତୁ ନାହିଁ। ଏହିଦିନ ଆପଣ ନିଜର ଗହଣା ବା ପିନ୍ଧୁଥିବା ଲୁଗାପଟା ଦାନ କରନ୍ତୁ ନାହିଁ

ଏହା ଅଶୁଭ ହୋଇଥାଏ। କିନ୍ତୁ ଆପଣ ନୂଆ ପୋଷାକ ଦାନ କରି ପାରିବେ। ନିଜର ବ୍ୟବହାର୍ଯ୍ୟ ଜିନିଷ ଦାନ କରନ୍ତୁ ନାହିଁ। ଦେଖିବେ ନିଶ୍ଚିତ ଭାବରେ ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ଏବଂ ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ ହୋଇଯିବ।

ଧନ୍ତେରସ ଓ ଦୀପାବଳୀ ଦିନ ଘରେ ଧଣିଆ ଗଛ ଲଗାଇଲେ ଶୁଭ ହୋଇଥାଏ। ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇ ଘରେ ଧନ ବର୍ଷା କରାଇ ଥାଆନ୍ତି। ପରିବାର ଲୋକଙ୍କର ଉନ୍ନତି ହୋଇଥାଏ। ହଳଦୀ ଓ ଚାଉଳ ଘରର ପ୍ରତୀକ ହୋଇଥାଏ। ଦୀପାବଳି ଦିନ କଦାପି ଅନ୍ୟମାନଙ୍କୁ ଚାଉଳ ଦାନ କରନ୍ତୁ ନାହିଁ। ନଚେତ ଖୁବ୍ ଶୀଘ୍ର ଆପଣଙ୍କୁ ଅଭାବ ଅନଟନ ଭୋଗିବାକୁ ପଡିପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *