Excuse Me Odisha

ଯାହା କହିବୁ ସତ କହିବୁ

ଧନନ୍ତେରସ ଦିନ ଏହି ୪ ଗୋଟି ଜିନିଷ ଘରକୁ ଆଣିବା ଉଚିତ ନୁହେଁ।ନଚେତ ଘରକୁ ଦାରିଦ୍ର୍ୟତା ଗ୍ରାସ କରିବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭାରତରେ ଦୀପାବଳି ଓ ଧନନ୍ତେରସ ପର୍ବ ବହୁତ ଧୁମଧାମରେ ପାଳିତ ହୋଇଥାଏ। ଏହିଦିନ ଜିନିଷପତ୍ର କ୍ରୟ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଧନନ୍ତେରସ ଦିନ ଯେଉଁ ଜିନିଷ କ୍ରୟ କଲେ ଦାରିଦ୍ର୍ୟତାର ମୁକାବିଲା କରିବାକୁ ପଡ଼ିଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଧନନ୍ତେରସ ଦିନ ଦେବୀ ଲକ୍ଷ୍ମୀ ଓ ପ୍ରଭୁ ଶ୍ରୀଗଣେଶଙ୍କ ମୂର୍ତ୍ତି ଆଣି ପୂଜା କରାଯାଇଥାଏ। ଏହାଦ୍ବାରା ଘରେ ସୁଖଶାନ୍ତି ଓ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।ଧନନ୍ତେରସ ଦିନ ଷ୍ଟିଲ ବାସନ କିଣିବା ବର୍ଜିତ ଅଟେ। କାରଣ ଏହା ଉପରେ ରାହୁ ଗ୍ରହର ପ୍ରଭାବ ରହିଥାଏ। ରାହୁ ଘର ପାଇଁ ଅଶୁଭ ହୋଇଥାଏ। ତେଣୁ ଆପଣ ତମ୍ବା, ପିତଳ ବାସନ କ୍ରୟ କରି ପାଇବେ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଲୁହାକୁ ଶନିଙ୍କ କାରକ କୁହାଯାଏ। ଧନନ୍ତେରସ ଦିନ କେବେବି ଲୁହା ଜିନିଷ କ୍ରୟ କରିବା ଉଚିତ ନୁହେଁ। ଏହାଦ୍ବାରା ଶନିଙ୍କ କୋପର ସାମ୍ନା କରିବାକୁ ପଡ଼ି ପାରେ।

ଧନନ୍ତେରସ ଦିନ ତୀକ୍ଷ୍ଣ ବସ୍ତୁ ବା କାଚର ବସ୍ତୁ କ୍ରୟ କରନ୍ତୁ ନାହିଁ। ଏଗୁଡ଼ିକୁ ଦୁର୍ଭାଗ୍ୟର ପ୍ରତୀକ ମାନା ଯାଇଥାଏ।ଯାହାଫଳରେ ଏହା ଆପଣଙ୍କ ଘର ପାଇଁ ଅମଙ୍ଗଳ ହୋଇଥାଏ। ଧନନ୍ତେରସ ଦିନ କାଚ ପଦାର୍ଥ ଓ ଧାରୁଆ ଜିନିଷ ଆଦି କ୍ରୟ କରିବା ଅଶୁଭ ହୋଇଥାଏ। ଧନନ୍ତେରସ ଦିନ ନକଲି ଗହଣା ଆଦି କ୍ରୟ କରିବା ଉଚିତ ନୁହେଁ। ଏହାସହିତ ଏହିଦିନ ପ୍ଲାଷ୍ଟିକ ଜିନିଷ ଆଦି ମଧ୍ୟ କ୍ରୟ କରିବା ଉଚିତ ନୁହେଁ। ନଚେତ ଦେବୀ ଲକ୍ଷ୍ମୀ ଓ ଭଗବାନ ଧନବନ୍ତରୀ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ ଆପଣଙ୍କୁ ଅଭାବ ଅନଟନ ଭୋଗିବାକୁ ପଡିପାରେ।

ଧନନ୍ତେରସ ଦିନ ତେଲ, କଳା ରଙ୍ଗର ଜିନିଷପତ୍ର ଆଦି କ୍ରୟ କରିବା ଅଶୁଭ ହୋଇଥାଏ। ଧନନ୍ତେରସ ଦିନ ନିଶ୍ଚିତ ଭାବରେ ଘରକୁ ଝାଡୁ ଆଣିବା ଆବଶ୍ୟକ। କାରଣ ଝାଡୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ କୁହାଯାଏ। ଏହିଦିନ ଝାଡୁ କ୍ରୟ କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। କୁହାଯାଏ କି ଧନନ୍ତେରସ ଦିନ ଘରେ ଝିଟିପିଟି, ଛୁଚୁନ୍ଦ୍ରା ଆଦି ଦେଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଧନ ପ୍ରାପ୍ତି ହେବାର ମାର୍ଗ ଖୋଲି ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *