Excuse Me Odisha

ଯାହା କହିବୁ ସତ କହିବୁ

ସୂର୍ଯ୍ୟପରାଗ ହେବାକୁ ଯାଉଛି ବହୁତ ପ୍ରଭାବଶାଳୀ। ଛଅଟି ରାଶିର ଲୋକେ ହେବେ କୋଟିପତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟପରାଗକୁ ଅତ୍ୟନ୍ତ ଗୁରୁତ୍ବ ମାନା ଯାଇଛି। କାରଣ ସୂର୍ଯ୍ୟପରାଗର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିଥାଏ। ସିଧାସଳଖ କହିବାକୁ ଗଲେ ଗୋଟେ ନିର୍ଦ୍ଧିଷ୍ଟ ସମୟରେ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ର ଆସି ଯାଇଥାଏ। ଯାହାଫଳରେ ସୂର୍ଯ୍ୟର କିରଣ ଅଟକି ରହିଯାଏ ଏବଂ ପୃଥିବୀରେ କିଛି ସମୟ ପର୍ଯ୍ୟନ୍ତ ଛାୟା ପଡିଯାଏ। ଏହି ଘଟଣାକୁ ସୂର୍ଯ୍ୟପରାଗ କୁହାଯାଏ।

ସୂର୍ଯ୍ୟପରାଗ ଅମାବାସ୍ୟା ଦିନ ହୋଇଥାଏ। କିନ୍ତୁ ବୈଦିକ ଶାସ୍ତ୍ର ଅନୁସାରେ ସୂର୍ଯ୍ୟପରାଗର ପ୍ରଭାବ ପ୍ରତ୍ୟେକ ଜୀବଜନ୍ତୁଙ୍କ ଉପରେ ପଡ଼ିଥାଏ। ତେଣୁ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ବାରଣ ହୋଇଥାଏ। ଏହି ସୂର୍ଯ୍ୟପରାଗ ଅକ୍ଟୋବର ୨୫ ତାରିଖ ଦିନ ସନ୍ଧ୍ୟା ୪:୨୯ ମିନିଟରେ ଆରମ୍ଭ ହୋଇ ୫:୪୨ ମିନିଟରେ ସମାପ୍ତ ହେବ। ଏହା, ଭାରତ ସମେତ ଆଫ୍ରିକା ମହାଦେଶର ଉତ୍ତର ପୂର୍ବ ଭାଗ, ଏସିଆର ଦକ୍ଷିଣ ପଶ୍ଚିମ ଭାଗ, ୟୁରୋପ, ଆଟଲାଣ୍ଟିକ ଆଡ଼େ ଦେଖିବାକୁ ମିଳିବ।

ଧାର୍ମିକ ମନ୍ୟତା ଅନୁସାରେ, ସୂର୍ଯ୍ୟପରାଗ ଆରମ୍ଭ ହେବାର ୧୨ ଘଣ୍ଟା ପୂର୍ବରୁ ସୂତକ କାଳ ଆରମ୍ଭ ହୋଇ ସୂର୍ଯ୍ୟପରାଗ ସମାପ୍ତ ହେବା ପରେ ଶେଷ ହୋଇଥାଏ। ସୂତକ କାଳ ଚାଲିଥିବା ସମୟରେ କୌଣସି ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଇଛି। ସୂର୍ଯ୍ୟପରାଗ ହେବା ପୂର୍ବରୁ ରନ୍ଧା ଯାଇଥିବା ଖାଦ୍ୟରେ ତୁଳସୀ ପତ୍ର ପକାଇ ଦିଅନ୍ତୁ। ଏହାଦ୍ବାରା ଖାଦ୍ୟ ଶୁଦ୍ଧ ହୋଇଯିବ। ସୂର୍ଯ୍ୟପରାଗ ଚାଲି ଥିବା ସମୟରେ ତୁଳସୀ ଗଛ ଅଥବା ଠାକୁରଙ୍କୁ ମଧ୍ୟ ସ୍ପର୍ଶ କରିବା ଉଚିତ ନୁହେଁ। ଏହି ସମୟରେ କୌଣସି ଗର୍ଭବତୀ ମହିଳା ବାହାରକୁ ବାହାରିବା ଉଚିତ ନୁହେଁ, କାରଣ ଏହାର ଖରାପ ପ୍ରଭାବ ଶିଶୁ ଉପରେ ପଡ଼ିଥାଏ। କୌଣସି ପ୍ରକାରର ଧାରୁଆ ଜିନିଷ ବ୍ୟବହାର କରିବା ଉଚିତ ନୁହେଁ।

ସୂର୍ଯ୍ୟପରାଗ ଚାଲିଥିବା ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ଅମଙ୍ଗଳ ହୋଇଥାଏ। ସୂର୍ଯ୍ୟପରାଗ ସମାପ୍ତ ହେବା ପରେ ଘରର ପ୍ରତ୍ୟେକ କୋଣ ଅନୁକୋଣରେ ଗଙ୍ଗାଜଳ ସିଞ୍ଚନ କରନ୍ତୁ ଏବଂ ଠାକୁରଙ୍କୁ ମଧ୍ୟ ଗଙ୍ଗାଜଳରେ ସ୍ନାନ କରାନ୍ତୁ। ତେବେ ଆସନ୍ତୁ ଜାଣିବା ଏହି ସୂର୍ଯ୍ୟପରାଗ ସମୟରେ କେଉଁ ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ।

ମେଷ ରାଶି :- ବର୍ଷର ଶେଷ ସୂର୍ଯ୍ୟପରାଗ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ବ୍ୟବସାୟିକ ମାମଲାରେ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି।

କୁମ୍ଭ ରାଶି :- ବର୍ଷର ଶେଷ ସୂର୍ଯ୍ୟପରାଗ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟାପାର କ୍ଷେତ୍ରରେ ଆପଣ ଲାଭବାନ ହେବେ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ।

କନ୍ୟା ରାଶି :- ବର୍ଷର ଶେଷ ସୂର୍ଯ୍ୟପରାଗ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

ମକର ରାଶି :- ସୂର୍ଯ୍ୟପରାଗ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ବ୍ୟବସାୟିକ ମାମଲାରେ ବାହାର ସ୍ଥାନକୁ ଯାତ୍ରା କରି ପାରନ୍ତି। ଆପଣଙ୍କ ଆୟରେ ବୃଦ୍ଧି ହେବ। ଘରର ବୃଦ୍ଧ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ।

ମୀନ ରାଶି :- ସୂର୍ଯ୍ୟପରାଗ ସମୟରେ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବଜାୟ ରହିବ।କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ। ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ।

ସିଂହ ରାଶି :- ସୂର୍ଯ୍ୟପରାଗ ସମୟରେ ଏହି ରାଶିର ଲୋକଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ପୈତୃକ ସମ୍ପତ୍ତିରୁ ଲାଭ ପ୍ରାପ୍ତ ହେବ। କାରବାରରେ ବୃଦ୍ଧି ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *