Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳିରେ ସଫାସୁତରା କରିବା ସମୟରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏପରି ଭୁଲ, ଘରୁ ଚାଲିଯାଆନ୍ତି ମା ଲକ୍ଷ୍ମୀ

ସେୟାର୍ କରନ୍ତୁ

ଦୀପାବଳି ପୂର୍ବରୁ ଆମେ ସମସ୍ତେ ନିଜ ଘରକୁ ସଫାସୁତରା କରିବାରେ ଲାଗିପଡ଼ନ୍ତି । କୁହାଯାଏ ଯେ ଦୀପାବଳୀ ପୂର୍ବରୁ ଯଦି ଆପଣ ସଠିକ୍ ଭାବେ ପରିଷ୍କାର ପରିଚ୍ଛନ୍ନତା ରଖିବେ, ତେବେ ଅନେକ ପ୍ରକାରର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଯାଏ । ତେବେ ଆମେ ଘର ସଫା କରିବା ସମୟରେ ଅନେକ ଜିନିଷକୁ ଯେତେ ପୁରୁଣା କିମ୍ବା ଅନାବଶ୍ୟକ ହେଲେ ମଧ୍ୟ ଘରୁ ବାହାର କରନ୍ତି ନାହିଁ, କାରଣ ସେହି ଜିନିଷ ପ୍ରତି ଆପଣଙ୍କ ଲୋଭ କିମ୍ବା ସ୍ମୃତି ଯୋଡ଼ି ହୋଇ ରହିଥାଏ । କିନ୍ତୁ ସେମିତି କିଛି ଜିନିଷ ଅଛି ଯାହା ଘରେ ରହିବା ଦ୍ଵାରା ସକାରାତ୍ମକ ବଦଳରେ ନକାରାତ୍ମକ ବାତାବରଣ ସୃଷ୍ଟି କରେ । ତେବେ ଆଜି ଆମେ ଜାଣିବା ଏପରି କେଉଁ ଜିନିଷ ଅଛି, ଯାହାକୁ ଦୀପାବଳୀ ପୂର୍ବରୁ ଘରୁ ତୁରନ୍ତ ହଟାଇ ଦେବା ଉଚିତ୍ ।

ଆଜ୍ଞା ହଁ, ଭାଙ୍ଗି ଯାଇଥିବା ଆଇନା ଆପଣଙ୍କ ବାସ୍ତୁ ଦୋଷର କାରଣ ହୋଇପାରେ । ଏହି ଦୋଷ କାରଣରୁ ଘରେ ନେଗେଟିଭ ଅର୍ଥାତ୍ ନକାରାତ୍ମକ ଶକ୍ତି ବଢ଼ିଥାଏ, ଯାହାଦ୍ଵାରା ଘରେ ଅଶାନ୍ତି ଦେଖାଦିଏ । ବୈବାହିକ ଜୀବନର ଶାନ୍ତି ପାଇଁ ସ୍ବାମୀ ସ୍ତ୍ରୀ ଗୋଟିଏ ପଲଙ୍କରେ ଶୋଇବା ଜରୁରୀ ଅଟେ । ତେବେ ଯଦି ସେହି ପଲଙ୍କର କୌଣସି ଭାଗ ଅସଜଡା ରହେ କିମ୍ବା ଭାଙ୍ଗି ଯାଇଥାଏ, ତେବେ ଏହା ଠିକ୍ ନୁହେଁ । ଏହାବ୍ୟତୀତ ଘରେ ଭଙ୍ଗା ଆସବାବପତ୍ର, ଭଙ୍ଗା ଖେଳନା ଏବଂ ଅଦରକାରୀ ଜିନିଷକୁ ତୁରନ୍ତ ଘରୁ ହଟାଇ ଦେବା ଉଚିତ୍ କିମ୍ବା ଠିକ୍ କରିନେବା ଉଚିତ୍ ।

ଅନେକ ଲୋକ ଦୀପାବଳିରେ ଗତ ବର୍ଷରେ ଜାଳିଥିବା ଦୀପକୁ ସମ୍ଭାଳି ରଖିଥାନ୍ତି, ଯେପରିକି ସେମାନେ ପରବର୍ତ୍ତୀ ବର୍ଷ ଦୀପାବଳିରେ ଏହାକୁ ପୁଣିଥରେ ବ୍ୟବହାର କରିବେ । ତେବେ ଏପରି କରିବା ଶୁଭ ନୁହେଁ ବରଂ ଅଶୁଭ ହୋଇଥାଏ । ପ୍ରତିବର୍ଷ ଦୀପାବଳିରେ ନୂଆଁ ଦୀପ ଜାଳିବା ଉଚିତ୍, ଯାହାଦ୍ଵାରା ଆପଣଙ୍କ ଜୀବନ ମଧ୍ୟ ନୂଆଁ ହୋଇପାରିବ ଏବଂ ଆପଣଙ୍କୁ ସବୁକିଛି ନୂତନ ଭାବନାରେ ପରିପୂର୍ଣ୍ଣ ଦେଖାଯାଇ ଖୁସି ମିଳିବ ।

ଏପରି ଅନେକ ଜିନିଷ ଅଛି ଯାହାକୁ ଆପଣ ଅନେକ ଚେଷ୍ଟା ପରେ ମଧ୍ୟ ଫିଙ୍ଗିବାକୁ ଚାହାଁନ୍ତି ନାହିଁ । ଏପରି ପରିସ୍ଥିତିରେ ଯଦି ଆପଣଙ୍କ ଘରେ ଏକ ଭାରି ଜିନିଷ ଅଛି ଏବଂ ଯାହାକୁ ଆପଣ ଘରୁ ବାହାର କରିବାକୁ ଚାହୁଁନାହାଁନ୍ତି, ତେବେ ଆପଣଙ୍କ ପାଇଁ ଏହା ଠିକ୍ ହେବ ଯେ ଘରର ଦକ୍ଷିଣ ପଶ୍ଚିମ ଦିଗରେ ଥିବା ସ୍ଥାନରେ ସେହି ଜିନିଷକୁ ରଖିଦିଅନ୍ତୁ ।

ଏହାବ୍ୟତୀତ ଦୀପାବଳୀ ପୂର୍ବରୁ ଘର ଚାରିପାଖରେ ଉଠିଥିବା ଜଙ୍ଗଲି ଗଛଲତାକୁ ଉପାଡ଼ି ଫିଙ୍ଗି ଦିଅନ୍ତୁ, ତାହା ସେଠାରେ ରହିବା ଉଚିତ୍ ନୁହେଁ । ଯଦି ଆପଣ କୌଣସି ଗଛ ଲଗାଇଛନ୍ତି, ତେବେ ତାହାର ଶୁଖିଲା ପତ୍ରକୁ ମଧ୍ୟ ବାହାରେ ଫୋପାଡି ଦିଅନ୍ତୁ । ଘରେ ଥିବା ମାଙ୍କଡ଼ା ଜାଲକୁ ମଧ୍ୟ ସଫା କରିବା ଉଚିତ୍ । ଏହାବ୍ୟତୀତ ଖରାପ ଘଣ୍ଟାକୁ ମଧ୍ୟ ଘରୁ ବାହାର କରିଦେବା ଉଚିତ୍ ଏବଂ ତା ସ୍ଥାନରେ ନୂତନ ଘଣ୍ଟା ଲଗାଇବା ଉଚିତ୍ । ଯଦି ସେହି ଘଣ୍ଟାର ବ୍ୟାଟେରୀ ସରିଛି, ତେବେ ସେଥିରେ ବ୍ୟାଟେରୀ ପକାଇ ଠିକ୍ ସମୟ ଦେଇ ଚାଲୁ ମଧ୍ୟ କରିପାରିବେ ।

ଏହା ବ୍ୟତୀତ ଘରେ ଥିବା ପ୍ରତ୍ୟେକ ଜିନିଷରେ ଜମିଥିବା ଧୁଳିକୁ ମଧ୍ୟ ସଫା କରିବା ଉଚିତ୍ । ଭଗବାନଙ୍କର ଯଦି କୌଣସି ଭଙ୍ଗାରୁଜା ମୂର୍ତ୍ତି ଥାଏ, ତେବେ ଏହାକୁ ବିସର୍ଜନ କରି ନୂଆଁ ମୂର୍ତ୍ତି ଆଣି ସ୍ଥାପନ କରିବା ଉଚିତ୍ । ଘରେ ଥିବା ପୁରୁଣା ଚମଡା ଜିନିଷ ଥିଲେ ମଧ୍ୟ ବାହାର କରିବା ଉଚିତ୍ । ଦୀପାବଳି ପୂର୍ବରୁ ଘରେ ରହି ଯାଇଥିବା ପୁରୁଣା ଖବର କାଗଜକୁ ମଧ୍ୟ ଘରୁ ବାହାର କରିଦିଅନ୍ତୁ । ଭଙ୍ଗା ଜିନିଷପତ୍ର ଆଦୌ ରଖନ୍ତୁ ନାହିଁ, ଯଦି ତାକୁ ମରାମତି କରି ବ୍ୟବହାର କରିହେବ ତେବେ ଆପଣ ତାକୁ ରଖିପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *