Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ପୂର୍ବରୁ କରନ୍ତୁ ଏହି ୫ ଗୋଟି ବିଶେଷ ଉପାୟ। ଦେବୀ ଲକ୍ଷ୍ମୀଙ୍କ କୃପାରୁ ବଦଳିଯିବ ଆପଣଙ୍କ ଭାଗ୍ୟ।

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ଦୀପାବଳି ବହୁତ ବଡ଼ ପର୍ବ ରୂପେ ପାଳନ କରାଯାଇଥାଏ। ଦୀପାବଳି ଉତ୍ସବ ୫ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଏଥର ଦୀପାବଳିକୁ ନେଇ ଅଦ୍ଭୁତ ସ୍ଥିତି ଉତ୍ପନ୍ନ ହୋଇଛି। କହିବାକୁ ଗଲେ ଚିଓଟ ଦୀପାବଳୀ ଏବଂ ବଡ଼ ଦୀପାବଳି ଗୋଟେ ଦିନରେ ହିଁ ପାଳିତ ହୋଇଥାଏ। ଦୀପାବଳି ପରଦିନ ସୂର୍ଯ୍ୟପରାଗ ଏବଂ ଗୋବର୍ଦ୍ଧନ ପୂଜାକୁ ନେଇ ମଧ୍ୟ ଲୋକେ ସମସ୍ୟାରେ ପଡ଼ିଛନ୍ତି। ଏହି ବର୍ଷ ଧନ୍ତେରସ ଅକ୍ଟୋବର ୨୩ ତାରିଖକୁ ପଡୁଛି। କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି ଅକ୍ଟୋବର ୨୩ ତାରିଖ ସନ୍ଧ୍ୟା ୬:୦୪ ମିନିଟରୁ ଆରମ୍ଭ ହେବ ଏବଂ ଅକ୍ଟୋବର ୨୪ ତାରିଖ ସନ୍ଧ୍ୟା ୫:୨୮ ମିନିଟ ପର୍ଯ୍ୟନ୍ତ ରହିବ। ତେବେ ଛୋଟ ଦୀପାବଳି ଅକ୍ଟୋବର ୨୪ ତାରିଖ ପାଳନ କରାଯିବ।

ବଡ଼ ଦୀପାବଳି ବିଷୟରେ କହିବାକୁ ଗଲେ ଅକ୍ଟୋବର ୨୪ ତାରିଖ ସନ୍ଧ୍ୟା ୫:୨୮ ମିନିଟରେ ଅମାବାସ୍ୟା ତିଥି ଆରମ୍ଭ ହେଉଛି, ଯାହା ଅକ୍ଟୋବର ୨୫ ତାରିଖ ୪:୧୯ ପର୍ଯ୍ୟନ୍ତ ରହିବ।ଅକ୍ଟୋବର ୨୫ ତାରିଖ ସନ୍ଧ୍ୟା ସମୟରେ ପ୍ରଦୋଷ କାଳ ଲାଗିବାକୁ ଯାଉଛି। ଏହା ପୂର୍ବରୁ ଅମାବାସ୍ୟା ତିଥି ସମାପ୍ତ ହେବ। ଦୀପାବଳି ସମୟରେ ଦେବୀ ଲକ୍ଷ୍ମୀଙ୍କର ପୂଜାପାଠର ଅତ୍ୟନ୍ତ ମହତ୍ତ୍ଵ ରହିଛି। ଧନ୍ତେରସ ପର୍ବ ଠାରୁ ଦୀପାବଳି ପର୍ଯ୍ୟନ୍ତ ଦେବୀ ଲକ୍ଷ୍ମୀଙ୍କର ପୂଜା ପାଇଁ ଶୁଭ ମାନା ଯାଇଥାଏ। ଦୀପାବଳି ପର୍ବ ପୂର୍ବରୁ ଯଦି ଆପଣ କିଛି ଖାସ ଉପାୟ କରିବେ, ତାହେଲେ ଦେବୀ ଲକ୍ଷ୍ମୀ ନିଶ୍ଚିତ ଭାବରେ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ଏହାସହିତ ଆପଣ ଧନବାନ ମଧ୍ୟ ହେବେ।

ଛୋଟ ଦୀପାବଳି ଦିନ କରନ୍ତୁ ଏହି ଉପାୟ :-

୧/ ଛୋଟ ଦୀପାବଳି ଦିନ ଘରୁ ଅଳିଆ ଆବର୍ଜ୍ଜନା, ଭାଙ୍ଗି ଯାଇଥିବା ବାସନ ଓ ଜିନିଷପତ୍ର ଆଦି ହଟାଇ ଦିଅନ୍ତୁ। କୁହାଯାଏ କି ଦେବୀ ଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ୍ନ ସ୍ଥାନ ପସନ୍ଦ ଅଟେ। ତେଣୁ ଘରକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଘର ପରିଷ୍କାର ପରିଚ୍ଛନ୍ନ ରହିଲେ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ। ଅଳିଆ ଆବର୍ଜନା ଥିବା ସ୍ଥାନରେ ନକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ ଏବଂ ସେହି ସ୍ଥାନକୁ ଦେବୀ ଲକ୍ଷ୍ମୀ ଯାଇ ନଥାନ୍ତି।

୨/ ଘର ସଫେଇ କରି ସାରି ଘରର ପ୍ରତ୍ୟେକ କୋଣ ଓ ଅନୁକୋଣରେ ଗଙ୍ଗାଜଳ ସିଞ୍ଚନ କରନ୍ତୁ। ଏହାଦ୍ବାରା ଘରେ ରହିଥିବା ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ସର୍ବଦା ପରିବାର ଲୋକଙ୍କ ଉପରେ ରହିଥାଏ। ଘର ଧନଧାନ୍ୟରେ ପରିପୂର୍ଣ ହୋଇଯାଏ।

୩/ ଦୀପାବଳୀ ଆସିବା ପୂର୍ବରୁ ଲାଲ ସିନ୍ଦୂରରେ ଅଳ୍ପ ଘିଅ ମିଶାଇ ଘରର ମୁଖ୍ୟ ଦୁଆର ବାହାରେ ସ୍ଵସ୍ତିକ ଚିହ୍ନ ତିଆରି କରନ୍ତୁ। ଏହାସହିତ ଶୁଭ ଓ ଲାଭ ମଧ୍ୟ ଲେଖନ୍ତୁ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରକୁ ପ୍ରବେଶ କରିଥାନ୍ତି।

୪/ ଦୀପାବଳୀ ପର୍ବରେ ପୂଜାପାଠ କରିବା ପୂର୍ବରୁ ଘରେ ଦୀପ ଓ ରଙ୍ଗ ବେରଙ୍ଗର ଲାଇଟ ଜଳାଇ ସଜାଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଘରେ ସକାରାତ୍ମକ ମାହୋଲ ସୃଷ୍ଟି ହୋଇଥାଏ ଏବଂ ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହୋଇଥାଏ।

୫/ ଦେବୀ ଲକ୍ଷ୍ମୀଙ୍କର ଘରକୁ ଆଗମନ ପାଇଁ ଘରର ମୁଖ୍ୟ ଦୁଆରରେ ନିଶ୍ଚିତ ଭାବରେ ରଙ୍ଗୋଲି କରିବା ଉଚିତ। ଏହାସହିତ ଘରର ଦୁଆର ମୁହଁରେ ଦୀପ ଜଳାଇବା ଆବଶ୍ୟକ। ଯାହାଫଳରେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ସୁଖସମୃଦ୍ଧି ପ୍ରଦାନ କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *