Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ଦିନ ଘରର ମୁଖ୍ୟ ଫାଟକରେ ଲେଖି ଦିଅନ୍ତୁ ଏହି ଦୁଇଟି ଶବ୍ଦ। ଘରୁ ଦୂର ହୋଇଯିବ ଦାରିଦ୍ର୍ୟତା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଦୀପାବଳି ଓ ଧନ୍ତେରସ ପର୍ବରେ ଆପଣ ଘର ସଫେଇ ନିଶ୍ଚିତ ଭାବରେ କରନ୍ତୁ। ତାପରେ ସବୁ ପ୍ରକାରର ଜିନିଷପତ୍ର, ସୁନାରୂପା ଆଦି କ୍ରୟ କରନ୍ତୁ। ଏହା ବ୍ୟତୀତ ଆପଣ ଦୀପାବଳି ଦିନ କେଉଁ କାର୍ଯ୍ୟ କଲେ ଖୁବ୍ ଶୀଘ୍ର ଲାଭବାନ ହୋଇ ପାରିବେ, ସେହି ବିଷୟରେ ଆପଣଙ୍କୁ ବିସ୍ତାର ରୂପରେ କହିବୁ।

ଅଧିକାଂଶ ଲୋକେ ଦୀପାବଳି ଦିନ ନିଜ ଘର ବାହାର ଫାଟକ ପାଖରେ ସ୍ଵସ୍ତିକ ଚିହ୍ନ ଆଙ୍କି ଥାଆନ୍ତି। ଏଭଳି କରିବା ଅତ୍ୟନ୍ତ ଶୁଭ ଅଟେ। କାରଣ ସ୍ଵସ୍ତିକ ଚିହ୍ନ ଶୁଭର ପ୍ରତୀକ ଅଟେ। ଏହି ଚିହ୍ନ ରହିଥିବା ସ୍ଥାନ ସର୍ବଦା ପବିତ୍ର ରହିଥାଏ। ତେଣୁ ଦୀପାବଳି ଏବଂ ଧନ୍ତେରସ ଦିନ ଆପଣ ଲାଲ ସିନ୍ଦୂର ନିଅନ୍ତୁ। ସେଥିରେ ଅଳ୍ପ ଘିଅ ମିଶାଇ ଘରର ଦୁଆର ମୁଁହ କାନ୍ଥରେ ବାମ ପଟରେ ଶୁଭ ଓ ଡାହାଣ ପଟରେ ଲାଭ ଆଙ୍କନ୍ତୁ।

ଏହାସହିତ ସ୍ଵସ୍ତିକ ଚିହ୍ନ ମଧ୍ୟ କରନ୍ତୁ। ଏହାଦ୍ବାରା ଘରକୁ ଦେବୀ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ଘର ସୁଖଶାନ୍ତି ଓ ଧନଧାନ୍ୟରେ ସର୍ବଦା ପରିପୂର୍ଣ୍ଣ ହୋଇଯାଏ।

ଯଦି ଆପଣଙ୍କ ବ୍ୟବସାୟରେ ମାନ୍ଦାବସ୍ଥା ଚାଲିଛି ଏବଂ ଆପଣଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡୁଛି, ଆପଣ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ପାଉ ନାହାନ୍ତି, ତାହେଲେ ଦୀପାବଳି ଦିନ ଲାଲ ସିନ୍ଦୂର ନେଇ ଆପଣଙ୍କ ଅଫିସରେ ଶୁଭ ଓ ଲାଭ ଲେଖନ୍ତୁ। ଏହାସହିତ ପ୍ରଭୁ ଶ୍ରୀଗଣେଶ ଏବଂ ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତି ଆଣି ପୂଜାର୍ଚ୍ଚନା କରନ୍ତୁ। ଏହାଦ୍ବାରା ଆପଣଙ୍କ ବ୍ୟବସାୟରେ ଚାଲିଥିବା ସବୁ ସମସ୍ୟା ଦୂର ହୋଇଯିବ ଏବଂ ଆପଣ ଲାଭବାନ ହେବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *