Excuse Me Odisha

ଯାହା କହିବୁ ସତ କହିବୁ

ଧନନ୍ତେରସ ଦିନ ଝାଡୁକୁ ନେଇ କରନ୍ତୁ ଏହି ଉପାୟ, ଦୂର ହୋଇଯିବ ଦାରିଦ୍ର୍ୟତା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣ ମାନେ ଜାଣିଥିବେ କି, ଧନନ୍ତେରସ ଦିନ ଝାଡୁ କିଣିବାର ବିଧି ରହିଛି। ଏହି ବର୍ଷ ଅକ୍ଟୋବର ୨୫ ତାରିଖ ଦିନ ଧନନ୍ତେରସ ପର୍ବ ପାଳିତ ହେବାକୁ ଯାଉଛି। ଏହିଦିନ ସନ୍ଧ୍ୟା ୭:୦୦ ଘଟିକା ପାଖରୁ ୮:୧୬ ମିନିଟ ପର୍ଯ୍ୟନ୍ତ ଆପଣ ଧନନ୍ତେରସ ପାଇଁ ଜିନିଷପତ୍ର କ୍ରୟ କରି ପାରିବେ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଦୀପାବଳି ଓ ଧନନ୍ତେରସ ପର୍ବରେ ଝାଡୁ କିଣିବାର ବିଶେଷ ବିଧି ରହିଛି। ପୌରାଣିକ ମାନ୍ୟତା ଅନୁସାରେ ଏହିଦିନ ଦେବତାଙ୍କ ଦ୍ଵାରା କରାଯାଇଥିବା ସମୁଦ୍ର ମନ୍ଥନରୁ ଦେବୀ ଲକ୍ଷ୍ମୀ ଓ ଭଗବାନ ଧନବନ୍ତରୀ ବାହାରି ଥିଲେ। ସେହି ଦିନ ଠାରୁ ଧନନ୍ତେରସ ପର୍ବ ପାଳିତ ହୋଇ ଆସୁଛି। ତେଣୁ ଏହିଦିନ ଅନେକ ତନ୍ତ୍ର ସାଧକ ମାନେ ମଧ୍ୟ ଅନେକ ତନ୍ତ୍ରମନ୍ତ୍ର କାର୍ଯ୍ୟ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଏହିଦିନ ଝାଡୁ କିଣିଲେ କିପରି ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ମାନ୍ୟତା ରହିଛି କି, ଧନନ୍ତେରସ ପର୍ବ ଆସିବା ପୂର୍ବରୁ ଘରକୁ ସଫାସୁତୁରା ରଖା ଯାଇଥାଏ ଏବଂ ପରିଷ୍କାର ପରିଚ୍ଛନ୍ନ କରାଯାଇଥାଏ। ଧନ୍ତେରସ ଦିନ ଝାଡୁ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ଝାଡୁକୁ ମାଆ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ।ଏହିଦିନ ଝାଡୁ କ୍ରୟ କଲେ ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ଏବଂ ପରିବାରର ଲୋକଙ୍କର ଉନ୍ନତି ହୋଇଥାଏ। କୁହାଯାଏ କି ଝାଡୁ ଦ୍ଵାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ଆମ ଜୀବନର ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇ ଯାଇଥାଏ।

ଧନନ୍ତେରସ ଦିନ ଆପଣ ତିନୋଟି ଝାଡୁ କ୍ରୟ କରନ୍ତୁ ଏବଂ ପରଦିନ କୌଣସି ମନ୍ଦିର ପରିସରକୁ ଗୋଟେ ଝାଡ଼ୁରେ ସଫେଇ କରନ୍ତୁ। ଦେଖିବେ ଏଭଳି କରିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ଧ୍ୟାନ ରଖିବେ କି, ଝାଡୁ ଦେହରେ ଗୋଡ଼ ଲଗାଇ କେବେବି ଅପମାନ କରିବେ ନାହିଁ କି କୌଣସି ଅପରିଷ୍କାର ସ୍ଥାନରେ ଝାଡୁକୁ ରଖିବେ ନାହିଁ। ଯଦି ଝାଡୁ ଦେହରେ ଗୋଡ଼ ବାଜୁଛି ତାହେଲେ ପ୍ରଣାମ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *