Excuse Me Odisha

ଯାହା କହିବୁ ସତ କହିବୁ

ପୁରୁଷଙ୍କ ବସ୍ତ୍ର ଧୋଉଥିବା ମାଆ ଓ ଭଉଣୀ ମାନେ ଏହି ସମ୍ବନ୍ଧରେ ଜାଣନ୍ତୁ କିଛି ଖାସ ଅନୁଚିନ୍ତା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣ ମାନଙ୍କୁ ଦୈନନ୍ଦିନ ଜୀବନରେ କେଉଁ କାର୍ଯ୍ୟ କରିବା ଉଚିତ ଏବଂ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ, ସେହି ବିଷୟରେ କହିବାକୁ ଯାଉଛୁ। ଆମ ଦୈନନ୍ଦିନ ଜୀବନରେ ଆମେ ଜାଣତରେ ହେଉ ଅବା ଅଜାଣତରେ କିଛି ଏଭଳି କାର୍ଯ୍ୟ କରି ଦେଇ ଥାଉ, ଯାହାଦ୍ଵାରା ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ କହିବୁ କି, କିପରି ସ୍ନାନ କରିବା ଉଚିତ, କିପରି ଲୁଗା ସଫା କରିବା ଉଚିତ, ଆସନ୍ତୁ ଜାଣିବା।

ଗାଧୋଇ ସାରି କେବେବି ଗାଧୁଆ ପାଣିକୁ ବାଲଟିରେ ରଖନ୍ତୁ ନାହିଁ, ନଚେତ ଆପଣଙ୍କୁ ଅନେକ ସଂକଟର ସାମ୍ନା କରିବାକୁ ପଡିପାରେ। ମାନା ଯାଇଥାଏ କି ଜଣେ ଗାଧୋଇ ଥିବା ପାଣିରେ ଯଦି ଆଉ ଜଣେ ବ୍ୟକ୍ତି ସ୍ନାନ କରନ୍ତି, ତାହେଲେ ତାର ଆୟୁଷ ହାନୀ ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତି ନିଜ ଲୁଗା ନିଜେ ଧୋଇବା ଉଚିତ ଏବଂ ବାଲଟିକୁ ଉଗାଡି ରଖିବା ଉଚିତ। ସ୍ନାନ କଲେ ମନ ଶୁଦ୍ଧ ହୋଇଥାଏ। ତେଣୁ ପ୍ରତ୍ୟେକଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ଉଚିତ।ସ୍ନାନ କରିବା ସମୟରେ କେବେବି ମୌନ ରହିବା ଉଚିତ ନୁହେଁ।

କିଛି ଲୋକେ ସ୍ନାନ କରି ସାରି ଅଗ୍ନିକୁ ସ୍ପର୍ଶ କରିଥାନ୍ତି। କିନ୍ତୁ ସ୍ନାନ କରି ସାରି ଭୋକିଲା ପେଟରେ କେବେବି ଅଗ୍ନିକୁ ସ୍ପର୍ଶ କରିବା ଉଚିତ ନୁହେଁ। ସ୍ନାନ ନକରି ଗ୍ୟାସ ଚୁଲା ଜାଳିବା ଉଚିତ ନୁହେଁ। ଯଦି ଆପଣ କୌଣସି ନଦୀରେ ସ୍ନାନ କରୁଛନ୍ତି, ତାହେଲେ ନଦୀକୁ ପ୍ରଥମେ ପ୍ରଣାମ କରି ନଦୀ ଭିତରକୁ ପ୍ରବେଶ କରନ୍ତୁ। ଖାଦ୍ୟ ଖାଇବା ସମୟରେ ପ୍ରଥମେ ଈଶ୍ୱରଙ୍କୁ ଭୋଗ ଅର୍ପଣ କରନ୍ତୁ ତାପରେ ଭୋଜନ ଗ୍ରହଣ କରନ୍ତୁ। ସକାଳୁ ସ୍ନାନ ସାରି ପ୍ରଥମେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ, ଏଭଳି କରିବା ଦ୍ୱାରା ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ।

ଅଧିକାଂଶ ମହିଳା ମାନେ ସ୍ନାନ କରିବାର ତୁରନ୍ତ ପରେ ସିନ୍ଦୂର ଲଗାଇ ଥାଆନ୍ତି। କିନ୍ତୁ ଏଭଳି କରିବା ଭୁଲ ଅଟେ। ଏହାଦ୍ବାରା ମହିଳାଙ୍କ ପତିଙ୍କ ଆୟୁଷ ହାନୀ ହୋଇଥାଏ। ଏହାସହିତ ମନରେ ଅନେକ ନକରାତ୍ମକ ଭାବନା ଜାଗ୍ରତ ହୋଇଥାଏ। ତେଣୁ ଏଭଳି ଭୂଲ କରନ୍ତୁ ନାହିଁ। ନଚେତ ପରମୁହୁର୍ତ୍ତରେ ଆପଣଙ୍କୁ ପଶ୍ଚାତାପ କରିବାକୁ ପଡି ପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *