Excuse Me Odisha

ଯାହା କହିବୁ ସତ କହିବୁ

ଘରେ ମନିପ୍ଲାଣ୍ଟ ଲଗାଇ ଥିଲେ ରଖନ୍ତୁ ବିଶେଷ ଧ୍ୟାନ, ନଚେତ ଘରକୁ ଆସିପାରେ ମହାବିପଦ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ମନିପ୍ଲାଣ୍ଟ ସମ୍ବନ୍ଧିତ କିଛି ବିଶେଷ ତଥ୍ୟ ବିଷୟରେ କହିବାକୁ ଯାଉଛୁ। ଏହାସହିତ ମନିପ୍ଲାଣ୍ଟରେ କେଉଁ ପ୍ରକାରର ଜଳ ଦେବା ଉଚିତ ନୁହେଁ, ଆସନ୍ତୁ ସେହି ବିଷୟରେ ଜାଣିବା। ଯେଉଁମାନେ ନିଜ ଘରେ ମନିପ୍ଲାଣ୍ଟର ଯତ୍ନ ନେଇଥାନ୍ତି, ସେମାନଙ୍କ ଘରେ କେବେବି ଧନର ଅଭାବ ହୋଇ ନଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମନିପ୍ଲାଣ୍ଟକୁ କେବେବି କ୍ରୟ କରି ଘରେ ଲଗାଇବା ଉଚିତ ନୁହେଁ। ଏହାସହିତ ଏହି ଗଛକୁ କେବେବି ଅନ୍ୟମାନଙ୍କ ଘରୁ ଚୋରି କରି ଆଣି ଘରେ ଲଗାଇବା ଉଚିତ ନୁହେଁ। ଶୁଖି ଯାଇଥିବା ମନିପ୍ଲାଣ୍ଟ କେବେବି ଘରେ ଲଗାନ୍ତୁ ନାହିଁ, ଏହାଦ୍ବାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଏହାକୁ ଆପଣ ଗୋଟେ କାଚ ପାତ୍ରରେ ପାଣି ଦେଇ ରଖି ପାରିବେ ଏବଂ ଏହାକୁ ମାଟିରେ ପୋତି ମଧ୍ୟ ରଖି ପାରିବେ।

ଘରେ ଯଦି ଆପଣ ମନିପ୍ଲାଣ୍ଟ ଲଗାଉଛନ୍ତି, ତାହେଲେ ଦକ୍ଷିଣ ପୂର୍ବ ଦିଗ ସବୁଠାରୁ ଉତ୍ତମ ଅଟେ। ଏହି ଦିଗରେ ମନିପ୍ଲାଣ୍ଟ ଲଗାଇବା ଦ୍ଵାରା ଘରେ ସୁଖସମୃଦ୍ଧିରେ ବୃଦ୍ଧି ହୋଇଥାଏ। କୁହାଯାଏ କି ମନିପ୍ଲାଣ୍ଟ ଧନକୁ ଆକର୍ଷିତ କରିଥାଏ। ତେଣୁ ଯଦି ଆପଣ ଧନୀ ହେବାକୁ ଚାହୁଁଛନ୍ତି, ତାହେଲେ କେବେବି ମନିପ୍ଲାଣ୍ଟରେ ଅଇଁଠା ପାଣି ଦେବେ ନାହିଁ। ସାଧାରଣ ପାଣିରେ ଅଳ୍ପ ଆଳୁ ରସ ମିଶାଇ ଆପଣ ମନିପ୍ଲାଣ୍ଟରେ ଦେଇ ପାରିବେ। ଏଭଳି କରିବା ଦ୍ଵାରା ମନିପ୍ଲାଣ୍ଟ ସବୁଜମୟ ଓ ସତେଜ ରହିବ।

ମନିପ୍ଲାଣ୍ଟ ସବୁଜମୟ ଓ ସତେଜ ରହିଲେ ଆପଣଙ୍କ ଘର ମଧ୍ୟ ସୁଖଶାନ୍ତିରେ ଭରି ଯିବ। ଏଥିରେ ଅଇଁଠା ବା ଦୂଷିତ ପାଣି ଢାଳିବା ଦ୍ଵାରା ଘର ଉପରକୁ ବିପଦ ମାଡି ଆସିଥାଏ। ମନିପ୍ଲାଣ୍ଟରେ ଗୋଟେ କଏନ ପକାଇ ଦେଲେ, ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ କେବେବି ଅଭାବ ଅନଟନ ଦେଖା ଦେଇ ନଥାଏ। ମନିପ୍ଲାଣ୍ଟ ଘର ପାଇଁ ଅତ୍ୟନ୍ତ ଶୁଭ ଓ ମଙ୍ଗଳକାରୀ ଅଟେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *