Excuse Me Odisha

ଯାହା କହିବୁ ସତ କହିବୁ

ଲୁଣକୁ ନେଇ ଘରେ ଏହି ସ୍ଥାନରେ ରଖନ୍ତୁ। ରାତାରାତି ହୋଇଯିବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରାୟତଃ ପ୍ରତ୍ୟେକ ଲୋକଙ୍କ ରୋଷେଇ ଘରେ ଲୁଣ ରହିଥାଏ। ଲୁଣ ବିନା କୌଣସି ଖାଦ୍ୟ ଅଧୁରା ଅଟେ। ବାସ୍ତୁ ଶାସ୍ତ୍ର ଅନୁସାରେ ଲୁଣକୁ ନେଇ ଅନେକ ଉପାୟ କରାଯାଇଥାଏ। ଆଜି ଆମେ ଆପଣଙ୍କୁ ଲୁଣର କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ। ଯାହାକୁ ପ୍ରୟୋଗ କରି ଆପଣ ରାତାରାତି ଧନବାନ ହୋଇଯିବେ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

କହିବାକୁ ଗଲେ ଅନେକ ପ୍ରକାରର ଲୁଣ ରହିଛି। ଯେପରି ସୈନ୍ଧବ ଲୁଣ ଯାହାକୁ ପାହାଡି ଲୁଣ ମଧ୍ୟ କୁହାଯାଏ, ସାମୁଦ୍ରିକ ଲୁଣ, କଳା ଲୁଣ, ଧଳା ଲୁଣ। ତେବେ ଆସନ୍ତୁ ଉପାୟ ବିଷୟରେ ଜାଣିବା। ଯଦି ଆପଣଙ୍କ ଘରେ ସର୍ବଦା କଳି ଝଗଡା, ବିବାଦ ଲାଗି ରହୁଛି, ତାହେଲେ ଆପଣ ଘର ପୋଛା ଲଗାଇବା ସମୟରେ ସେହି ପାଣିରେ ଅଳ୍ପ ଲୁଣ ମିଶାଇ ଦିଅନ୍ତୁ।

ଏଭଳି କରିବା ଦ୍ଵାରା ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯିବ। ଲୁଣ ମଧ୍ୟରେ ସମସ୍ତ ନକାରାତ୍ମକ ଶକ୍ତିକୁ ନାଶ କରିବାର କ୍ଷମତା ରହିଥାଏ। ଏହି ଉପାୟ କରିବା ଦ୍ୱାରା ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ ଏବଂ ଆର୍ଥିକ ପରିସ୍ଥିତି ସୁଦୃଢ ରହିଥାଏ।

ଘରର ଶୌଚାଳୟ ଅଧିକ ନକାରାତ୍ମକ ଶକ୍ତି ଆକର୍ଷିତ କରିଥାଏ। ତେଣୁ ଶୌଚାଳୟକୁ କେବେବି ଅପରିଷ୍କାର ରଖନ୍ତୁ ନାହିଁ। ଏହାସହିତ ଗୋଟେ ପାତ୍ରରେ ଲୁଣ ଭରି ବାଥରୁମରେ ରଖି ଦିଅନ୍ତୁ। ଦେଖିବେ ସମସ୍ତ ନକାରାତ୍ମକ ଶକ୍ତି ଦୂର ଯିବ। ଏହି ଉପାୟ କରିବା ଦ୍ୱାରା ରାହୁ ଦୋଷରୁ ମଧ୍ୟ ମୁକ୍ତି ମିଳି ଯାଇଥାଏ। ଯଦି ଆପଣଙ୍କ ସନ୍ତାନଙ୍କ ଉପରେ ବାରମ୍ବାର ଖରାପ ନଜର ଲାଗି ଯାଉଛି ଏବଂ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡୁଛି, ତାହେଲେ ଆପଣ ତାଙ୍କ ଗାଧୁଆ ପାଣିରେ ଅଳ୍ପ ଲୁଣ ମିଶାଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ସେମାନଙ୍କ ଉପରୁ ସବୁ ନକାରାତ୍ମକ ପ୍ରଭାବ ଦୂର ହୋଇଯିବ।

ଯଦି ଆପଣ ନିଜ ଘରୁ ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ଚାହୁଁଛନ୍ତି, ତାହେଲେ ଗୋଟେ କାଚ ଗିନାରେ ଲୁଣ ଭର୍ତ୍ତି କରି ନିଜ ଶୋଇବା କୋଠରୀରେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଘରୁ ସବୁ ନକାରାତ୍ମକ ଶକ୍ତି ହୋଇଯିବ। ମାଆ ଲକ୍ଷ୍ମୀ ଘରକୁ ପ୍ରବେଶ କରିବେ। ଯଦି ଆପଣ ଚାକିରି ବା ବ୍ୟବସାୟରେ ଆଶାନୁରୂପ ସଫଳତା ହାସଲ କରିବାକୁ ଚାହୁଁଛନ୍ତି

ତାହେଲେ ଗୋଟେ କପଡ଼ାରେ ମୁଠାଏ ଲୁଣ ନେଇ ଏହାକୁ ୭ ଥର ନିଜ ମୁଣ୍ଡ ଚାରିପଟେ ବୁଲାଇ ଘରୁ ବାହାରକୁ ଫିଙ୍ଗି ଦିଅନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କ କାର୍ଯ୍ୟରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଯିବ।

ଯଦି ଆପଣଙ୍କ ଭାଗ୍ୟ କେବେବି ଆପଣଙ୍କ ସପକ୍ଷରେ ରହୁ ନାହିଁ, ତାହେଲେ ନିଜ ପାଖରେ ଲୁଣର ଛୋଟ ଖଣ୍ଡ ରଖନ୍ତୁ। ଏଭଳି କରିବା ଦ୍ଵାରା ଦୁର୍ଭାଗ୍ୟ ଆପଣଙ୍କ ପାଖ ମାଡିବ ନାହିଁ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ।
ଯେଉଁ ଲୋକଙ୍କର ବିବାହରେ ବାଧାବିଘ୍ନ ସୃଷ୍ଟି ହେଉଛି, ସେମାନେ ଅଶ୍ୱତ୍ଥ ଗଛ ମୂଳରେ ଲୁଣ ମିଶା ପାଣି ଅର୍ପଣ କରନ୍ତୁ। ଦେଖିବେ ସବୁ ବାଧାବିଘ୍ନ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *