Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ଦିନ କରନ୍ତୁ ନାହିଁ ଏହି ୭ଟି ଭୁଲ। ନଚେତ ପାପର ଭାଗୀଦାର ହୋଇ ପାରନ୍ତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଦୀପାବଳିରେ ଆପଣ ଝାଡୁ ପୋଛା ଲଗାଇବା ସମୟରେ କେଉଁ ସବୁ ଭୁଲ କରିବା ଅନୁଚିତ। ଦୀପାବଳି ପର୍ବ ଅବସରରେ ଘରକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ଆବଶ୍ୟକ। ନଚେତ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ଜିନିଷପତ୍ର ସଠିକ ସ୍ଥାନରେ ରହିବା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ତେଣୁ ଘରେ କେବେବି ଭାଙ୍ଗି ଯାଇଥିବା ଜିନିଷ ରଖିବା ଉଚିତ ନୁହେଁ। ଏହାଦ୍ବାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଆପଣଙ୍କ ବ୍ୟବହାରିକ ଜିନିଷ ମଧ୍ୟରେ ଯେଉଁ ଜିନିଷ ଆପଣଙ୍କର ଉପଯୋଗୀ ନୁହେଁ, ତାହାକୁ ବ୍ୟବହାର କରନ୍ତୁ ନାହିଁ ଏବଂ ଘରୁ ବାହାର କରି ଦିଅନ୍ତୁ।

ଦୀପାବଳି ସମୟରେ ଠାକୁର ଘରେ ରହିଥିବା ଖଣ୍ଡିତ ମୂର୍ତ୍ତି ରଖିବା ଉଚିତ ନୁହେଁ। ଖଣ୍ଡିତ ମୂର୍ତ୍ତି ରହିବା ଦ୍ଵାରା ଘରେ ଅଶାନ୍ତି ଓ ନକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ ଏବଂ ଦାରିଦ୍ର୍ୟତା ଗ୍ରାସ କରିଥାଏ। ତେଣୁ ଦୀପାବଳୀ ପୂର୍ବରୁ ନିଶ୍ଚିତ ଭାବରେ ଖଣ୍ଡିତ ମୂର୍ତ୍ତିକୁ କୌଣସି ନଦୀ ବା ପୋଖରୀରେ ଭସାଇ ଦିଅନ୍ତୁ। ଦୀପାବଳି ପର୍ବରେ ଆପଣ ଧାତୁର ଠାକୁର ମୂର୍ତ୍ତି ଆଣି ରଖିବା ଉଚିତ। ଏହା ଘର ପାଇଁ ଶୁଭ ହୋଇଥାଏ।

ଦୀପାବଳି ସମୟରେ ଘରର ରୋଷେଇ ଘରକୁ ନିହାତି ପରିଷ୍କାର ପରିଚ୍ଛନ୍ନ କରିବା ଆବଶ୍ୟକ। କୁହାଯାଏ କି ରୋଷେଇ ଘରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଯଦି ରୋଷେଇ ଘର ଅପରିଷ୍କାର ରହିବ, ତାହେଲେ ଦେବୀ ଲକ୍ଷ୍ମୀଙ୍କର କ୍ରୋଧର ଶିକାର ହୋଇ ପାରନ୍ତି। ତେଣୁ ଏଥିପ୍ରତି ମଧ୍ୟ ଧ୍ୟାନ ରଖନ୍ତୁ। ଘର ସଫାସୁତୁରା ରହିଲେ, ଦେବୀ ଲକ୍ଷ୍ମୀ ବାସ କରିବା ସହିତ ଦାରିଦ୍ର୍ୟତା ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *