Excuse Me Odisha

ଯାହା କହିବୁ ସତ କହିବୁ

ବଡ଼ ଶନିବାର ଦିନ ଏହି ସ୍ଥାନରେ ପୋତି ଦିଅନ୍ତୁ ଗୋଟେ କଣ୍ଟା। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଶନି ଗ୍ରହର କୋପକୁ ସମସ୍ତେ ଭୟ କରିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଶନିଦେବଙ୍କ କୃପା ଲାଭ କରିବା ପାଇଁ ଖାସ କେଉଁ ଉପାୟ ଗୁଡ଼ିକୁ କରିବା ନିହାତି ଜରୁରୀ ଅଟେ। ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ ବିଷୟରେ କହିବୁ, ତାହା ଆପଣ ନିଜ ସୁବିଧା ଅନୁସାରେ କରି ପାରିବେ।

କୌଣସି ଶୁକ୍ରବାର ଦିନ ତାଲା କିଣି ଆପଣ ଏହାକୁ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ରଖି ଶୁଅନ୍ତୁ। ଶନିବାର ଦିନ ସେହି ତାଲାକୁ କୌଣସି ଅଶ୍ୱତ୍ଥ ଗଛ ମୂଳରେ ବା କୌଣସି ମନ୍ଦିରରେ ରଖି ନିଜର ସମସ୍ୟା ବିଷୟରେ କୁହନ୍ତୁ। ସେହି ତାଲା ଯିଏ ଖୋଲିବେ, ଆପଣଙ୍କ ଭାଗ୍ୟ ମଧ୍ୟ ଖୋଲିଯିବ।

ଯଦି ଆପଣ ଋଣ ଭାରରେ ବୁଡି ରହିଛନ୍ତି, ତାହେଲେ ଆପଣ ପିନ୍ଧିଥିବା ଜୋତାକୁ ନେଇ ଏକ ଖାସ ଉପାୟ କରନ୍ତୁ।ଯାହାଫଳରେ ଆପଣଙ୍କର ଧନ ସମ୍ପତ୍ତି ବୃଦ୍ଧି ହେବ। ତେଣୁ ଆପଣ ଜୋତା ପିନ୍ଧି ମନ୍ଦିରକୁ ଯାଆନ୍ତୁ। ତାପରେ ମନ୍ଦିରରୁ ଫେରିବା ସମୟରେ ଜୋତା ଛାଡ଼ି ଘରକୁ ଆସନ୍ତୁ।ଏଭଳି କରିବା ଦ୍ୱାରା ଆପଣଙ୍କର ଆର୍ଥିକ ସଙ୍କଟ ଦୂର ହୋଇଯିବ ଏବଂ ପରିବାରରେ ହସଖୁସି ବିଦ୍ୟମାନ ହେବ।

ପ୍ରତ୍ୟେକ ଶନିବାର ଦିନ ଆପଣ ଘରେ ପ୍ରସ୍ତୁତ ହେଉଥିବା ପ୍ରଥମ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ଏବଂ ଶେଷ ରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ। ଏହାଦ୍ବାରା ଭଗବାନ ଶନିଙ୍କ କୋପ ଆପଣଙ୍କ ଉପରେ ପଡ଼ିବ ନାହିଁ ଏବଂ ଶନିଙ୍କ ସାଢେ଼ସାତିରୁ ମୁକ୍ତି ପାଇବେ। ଶନିବାର ଦିନ ଭଗବାନ ଶନିଙ୍କ ମନ୍ଦିରରେ କଳା ତିଳ ଦାନ କରନ୍ତୁ ଏବଂ ସୋରିଷ ତେଲର ଦୀପ ପ୍ରଜ୍ବଳନ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ। ଘରର ଆର୍ଥିକ ସଙ୍କଟ ମଧ୍ୟ ଦୂର ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *