Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ଦିନ ଏହି ସବୁ ପଶୁପକ୍ଷୀ ଆସିବା ଦ୍ଵାରା କଣ କଣ ସବୁ ସଂକେତ ମିଳିଥାଏ ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ୱାଗତ ଜଣାଉଛୁ। ଭଗବାନଙ୍କ ସୃଷ୍ଟିରେ ମନୁଷ୍ୟ ହେଉଛି ବୁଦ୍ଧିମାନ ମଧ୍ୟରେ ଗଣା ଯାଏ ଏବଂ ପଶୁପକ୍ଷୀ ମାନେ କଥା ନ କହି ମଧ୍ୟ ଶୁଭ ଓ ଅଶୁଭ ସଂକେତ ଦେଇଥାନ୍ତି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଦୀପାବଳୀ ପର୍ବରେ କେଉଁ ପଶୁପକ୍ଷୀ ଘରକୁ ଆସିଲେ କଣ ଶୁଭ ବା ଅଶୁଭ ସଂକେତ ମିଳିଥାଏ, ଆସନ୍ତୁ ସେହି ବିଷୟରେ ଜାଣିବା।

କହିବାକୁ ଗଲେ ପ୍ରତ୍ୟେକ ପଶୁପକ୍ଷୀ କିଛି ନା କିଛି ସଂକେତ ପ୍ରଦାନ କରିଥାନ୍ତି। ଯେପରି ଘରର ଆଗଣାକୁ ଗାଈ ଆସିଲେ କେବେବି ଘଉଡାଇବା ଉଚିତ ନୁହେଁ। ତାକୁ ସବୁଜ ଚାରା ବା ଭାତ ଆଦି ଖାଇବାକୁ ଦେବା ଉଚିତ। କୁହାଯାଏ କି ଗୋମାତାଙ୍କର ସେବା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ବେଳେବେଳେ ଆମେ ପଶୁପକ୍ଷୀଙ୍କ ସଙ୍କେତରୁ ଜାଣି ପାରିବା କି ଘରେ ରହୁଥିବା ଲୋକଙ୍କ ସ୍ଵଭାବ କିପରି ହୋଇଥାଏ। ତେବେ ଆସନ୍ତୁ ଜାଣିବା।

ପ୍ରଥମେ ହେଉଛି ଛୁଚୁନ୍ଦ୍ରା। ଏହା ଦେଖିବାକୁ ମୂଷା ଭଳି। ଏହା ଘରେ ରହିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି କୌଣସି ବ୍ୟକ୍ତି ଚାରିପଟରେ ଚୁଚୁନ୍ଦ୍ରା ବୁଲିଆସେ, ତାହେଲେ ସେହି ବ୍ୟକ୍ତିର ଭାଗ୍ୟ ବଦଳି ଯାଇଥାଏ। ଦ୍ଵିତୀୟରେ ହେଉଛି ପ୍ରଜାପତି। କୁହାଯାଏ କି କୌଣସି ଘରେ ପ୍ରଜାପତି ଉଡ଼ିଲେ ଶୁଭ ସଙ୍କେତ ମାନା ଯାଇଥାଏ। ସେହି ଘରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ରହିଥାଏ।

ତୃତୀୟରେ ହେଉଛି ବୁଢିଆଣୀ। କୁହାଯାଏ କି କେଉଁ ଘରେ ବୁଢିଆଣୀ ବସା କରିଥାଏ, ସେହି ଘରକୁ ଦାରିଦ୍ର୍ୟତା ଗ୍ରାସ କରିଥାଏ। ଆର୍ଥିକ ଅଭାବ ଦେଖା ଦେଇଥାଏ। କୌଣସି କାର୍ଯ୍ୟ ସମ୍ପନ୍ନ ହେବା ପୂର୍ବରୁ ବାଧାବିଘ୍ନ ସୃଷ୍ଟି ହୋଇଥାଏ।

ଚତୁର୍ଥରେ ହେଉଛି ମହୁମାଛି। ଯେଉଁ ଘର ପାଖରେ ମହୁମାଛି ଭଣ ଭଣ ହୋଇଥାଏ, ସେହି ଘରେ ଆର୍ଥିକ ଅଭାବ ଦେଖା ଦେଇଥାଏ। ଯଦି ଆପଣ ନିଜ ଘରେ କଳା ପିମ୍ପୁଡ଼ି ଦେଖୁଛନ୍ତି, ତାହେଲେ ଏହା ଶୁଭ ସଙ୍କେତ ଅଟେ। ଏହାର ଅର୍ଥ ଭବିଷ୍ୟତରେ ଆପଣଙ୍କର ସୁଖଶାନ୍ତି ବୃଦ୍ଧି ହେବ ଏବଂ ଧନ ପ୍ରାପ୍ତି ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *