Excuse Me Odisha

ଯାହା କହିବୁ ସତ କହିବୁ

ଅକ୍ଟୋବର ୨୫ ତାରିଖ ସୂର୍ଯ୍ୟପରାଗ ହେବାକୁ ଯାଉଛି ମହା ପ୍ରଭାବଶାଳୀ ! ୬ ଗୋଟି ରାଶିର ଲୋକ ହେବେ କୋଟିପତି ! ବଦଳିବ ଭାଗ୍ୟ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ବର୍ଷର ଶେଷ ସୂର୍ଯ୍ୟପରାଗରେ ୬ଟି ରାଶିର ଲୋକଙ୍କ ଭାଗ୍ୟ ଖୋଲିବାକୁ ଯାଉଛି। ଏହି ସୂର୍ଯ୍ୟପରାଗ ଅକ୍ଟୋବର ୨୫ ତାରିଖ ମଙ୍ଗଳବାର ଦିନ ପଡୁଛି। ଦୀପାବଳି ପର୍ବ ପରଦିନ ଏହି ସୂର୍ଯ୍ୟପରାଗ ପଡୁ ଥିବାରୁ ଏହାକୁ ଦୁର୍ଲଭ ଏବଂ ଖାସ ମାନା ଯାଇଛି।

ବୈଦିକ ଶାସ୍ତ୍ର ଅନୁସାରେ ସୂର୍ଯ୍ୟପରାଗର ପ୍ରଭାବ ପ୍ରତ୍ୟେକ ଜୀବଜନ୍ତୁଙ୍କ ଉପରେ ପଡ଼ିଥାଏ। ତେଣୁ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ବାରଣ ହୋଇଥାଏ। ଏହି ସୂର୍ଯ୍ୟପରାଗ ଅକ୍ଟୋବର ୨୫ ତାରିଖ ଦିନ ସନ୍ଧ୍ୟା ୪:୨୯ ମିନିଟରେ ଆରମ୍ଭ ହୋଇ ୫:୪୨ ମିନିଟରେ ସମାପ୍ତ ହେବ। ଏହା, ଭାରତ ସମେତ ଆଫ୍ରିକା ମହାଦେଶର ଉତ୍ତର ପୂର୍ବ ଭାଗ, ଏସିଆର ଦକ୍ଷିଣ ପଶ୍ଚିମ ଭାଗ, ୟୁରୋପ, ଆଟଲାଣ୍ଟିକ ଆଡ଼େ ଦେଖିବାକୁ ମିଳିବ। ସୂର୍ଯ୍ୟପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ସୂତକ କାଳ ଆରମ୍ଭ ହୋଇ ପରାଗ ସରିଗଲା ପରେ ସମାପ୍ତ ହୋଇ ଯାଇଥାଏ।

ଧାର୍ମିକ ମନ୍ୟତା ଅନୁସାରେ, ସୂତକ କାଳ ଚାଲିଥିବା ସମୟରେ ଖାଦ୍ୟ ରାନ୍ଧି ସାରି ସେଥିରେ ତୁଳସୀ ପତ୍ର ପକାଇ ଦିଅନ୍ତୁ। ଏହାଦ୍ବାରା ଖାଦ୍ୟ ଶୁଦ୍ଧ ହୋଇଯିବ। ସୂର୍ଯ୍ୟପରାଗ ଚାଲି ଥିବା ସମୟରେ ତୁଳସୀ ଗଛକୁ ସ୍ପର୍ଶ କରିବା ଉଚିତ ନୁହେଁ। ଏହାସହିତ ଏହି ସମୟରେ କୌଣସି ଗର୍ଭବତୀ ମହିଳା ବାହାରକୁ ବାହାରିବା ଉଚିତ ନୁହେଁ ଏବଂ କୌଣସି ପ୍ରକାରର ଧାରୁଆ ଜିନିଷ ବ୍ୟବହାର କରିବା ଉଚିତ ନୁହେଁ।

ସୂର୍ଯ୍ୟପରାଗ ଚାଲିଥିବା ସମୟରେ କୌଣସି ଶୁଭ କାର୍ଯ୍ୟ ଯଥା ଗୃହ ପ୍ରବେଶ, ବିବାହ, ବ୍ରତଘର, ଠାକୁର ପୂଜା ଆଦି କରିବା ବର୍ଜନୀୟ ଅଟେ। ସୂର୍ଯ୍ୟପରାଗ ସାରି ଗଲେ ଘରର ପ୍ରତ୍ୟେକ କୋଣ ଅନୁକୋଣରେ ଗଙ୍ଗାଜଳ ସିଞ୍ଚନ କରନ୍ତୁ ଏବଂ ଠାକୁରଙ୍କୁ ମଧ୍ୟ ଗଙ୍ଗାଜଳରେ ସ୍ନାନ କରାନ୍ତୁ। ତେବେ ଆସନ୍ତୁ ଜାଣିବା ଏହି ସୂର୍ଯ୍ୟପରାଗ ସମୟରେ କେଉଁ ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ।

ମେଷ ରାଶି :- ବର୍ଷର ଶେଷ ସୂର୍ଯ୍ୟପରାଗ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।

କୁମ୍ଭ ରାଶି :- ବର୍ଷର ଶେଷ ସୂର୍ଯ୍ୟପରାଗ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟାପାର କ୍ଷେତ୍ରରେ ଆପଣ ଲାଭବାନ ହେବେ।

କନ୍ୟା ରାଶି :- ବର୍ଷର ଶେଷ ସୂର୍ଯ୍ୟପରାଗ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।

ମକର ରାଶି :- ସୂର୍ଯ୍ୟପରାଗ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ବ୍ୟବସାୟିକ ମାମଲାରେ ବାହାର ସ୍ଥାନକୁ ଯାତ୍ରା କରି ପାରନ୍ତି। ଆପଣଙ୍କ ଆୟରେ ବୃଦ୍ଧି ହେବ। ଘରର ବୃଦ୍ଧ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ।

ମୀନ ରାଶି :- ସୂର୍ଯ୍ୟପରାଗ ସମୟରେ ଆପଣଙ୍କ ଘରର ଆର୍ଥିକ ସ୍ଥିତିରେ ସୁଧାର ହେବ। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବଜାୟ ରହିବ।କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ। ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ।

ତୁଳା ରାଶି :- ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। କୌଣସି ସ୍ଥାନରେ ନିବେଶ କରି ଆପଣ ଲାଭବାନ ହେବେ। ପିତାଙ୍କ ସହିତ ପୈତୃକ ସମ୍ପତ୍ତି ମାମଲାରେ ବିବାଦ ହୋଇପାରେ। ତେଣୁ ଏହି ସୂର୍ଯ୍ୟପରାଗ ସମୟରେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *