Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ରାତିରେ ଶୋଇବା ପୁର୍ବରୁ କରନ୍ତୁ ଏହି ଖାସ ଉପାୟ, ରାତାରାତି ହୋଇଯିବେ କୋଟିପତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁଧର୍ମରେ ବାର ମାସରେ ତେର ପର୍ବ ଦୀପାବଳୀ ଅନ୍ୟତମ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଦୀପାବଳୀ ପର୍ବରେ କିଛି ଖାସ ଉପାୟ କଲେ ସାରା ବର୍ଷ ଆପଣଙ୍କୁ କେବେବି ଆର୍ଥିକ ଅଭାବର ସାମ୍ନା କରିବାକୁ ପଡ଼ିବ ନାହିଁ। ଆପଣଙ୍କର ସମସ୍ତ ଦୁଃଖକଷ୍ଟ ହୋଇଯିବ ଦୂର। କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ପାଳନ ହେଉଥିବା ଦୀପାବଳୀ ୨୪ ଅକ୍ଟୋବର ସୋମବାର ଦିନ ପଡୁଛି।

ଦୀପାବଳି ପର୍ବକୁ ଅତ୍ୟନ୍ତ ଗୁରୁତ୍ବ ଦିଆଯାଇଛି। ଏହିଦିନ କରାଯାଇଥିବା ଉପାୟ ଅତ୍ୟନ୍ତ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଦୀପାବଳି ଦିନ କିଛି ଖାସ ଉପାୟ କରି ଆପଣ ସାରା ବର୍ଷ ସଫଳତା ହାସଲ କରି ପାରିବେ ଏବଂ ନିଜ ପରିବାର ପାଇଁ ମଧ୍ୟ ମଙ୍ଗଳ କାମନା କରି ପାରିବେ। ଦାରିଦ୍ର୍ୟତା ମନୁଷ୍ୟର ସବୁଠାରୁ ବଡ଼ କଷ୍ଟ ଅଟେ। ଅଧିକାଂଶ ସମୟରେ ବ୍ୟକ୍ତି କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ପ୍ରାପ୍ତ କରି ପାରନ୍ତି ନାହିଁ।

ଦୀପାବଳି ଦିନ ଦେବୀ ଲକ୍ଷ୍ମୀ ଓ ଭାଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଦେବୀ ଲକ୍ଷ୍ମୀ ଘରକୁ ଆଗମନ କଲେ ସେହି ଘର ସୁଖଶାନ୍ତି ଓ ଧନ ସମୃଦ୍ଧିରେ ଭରି ଯାଏ। ତେବେ ଦୀପାବଳୀ ଦିନ ଦେବୀ ଲକ୍ଷ୍ମୀ ଓ ପ୍ରଭୁ ଶ୍ରୀଗଣେଶଙ୍କର ପୂଜାର୍ଚ୍ଚନା କରନ୍ତୁ ଏବଂ ଗୋଟେ ଘିଅର ଓ ଗୋଟେ ତେଲର ଦୀପ ପ୍ରଜ୍ବଳନ କରନ୍ତୁ। ଏହାସହିତ ଶ୍ରୀଯନ୍ତ୍ର ଆଣି ତାର ପୂଜା ମଧ୍ୟ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।

ଅଧିକାଂଶ ଲୋକେ ଦୀପାବଳୀ ଦିନ ନ ଶୋଇ ଜାଗରଣ କରିଥାନ୍ତି। କହିବାକୁ ଗଲେ ରାତ୍ରି ସମୟରେ ଦେବୀ ଲକ୍ଷ୍ମୀ ଭ୍ରମଣ କରିଥାନ୍ତି ଏବଂ ସେ ଦେଖି ଥାଆନ୍ତି କି କେଉଁ ମନୁଷ୍ୟ ରାତିରେ ଜାଗରଣ କରି ତାଙ୍କୁ ଆରାଧନା କରୁଛି। ଯେଉଁ ଘରେ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି, ସେଠାରେ ସକାରାତ୍ମକ ବାତାବରଣ ସୃଷ୍ଟି ହୁଏ ଏବଂ କେବେବି ଦାରିଦ୍ର୍ୟତା ଗ୍ରାସ କରି ନଥାଏ। କୁହାଯାଏ କି ଦେବୀ ଲକ୍ଷ୍ମୀ ବହୁତ ଚଞ୍ଚଳି ହୋଇଥାନ୍ତି। ସେ ସଫାସୁତୁରା ପରିବେଶରେ ରହିବାକୁ ପସନ୍ଦ କରିଥାନ୍ତି। ତେଣୁ ଦୀପାବଳୀ ପୂର୍ବରୁ ଘରକୁ ସଫାସୁତୁରା କରି ଦେବୀ ଲକ୍ଷ୍ମୀଙ୍କୁ ଘରକୁ ଆଣନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *