Excuse Me Odisha

ଯାହା କହିବୁ ସତ କହିବୁ

ଏହି ଗୋଟିଏ ଜିନିଷ ଖାଇବା ଦ୍ଵାରା ମନୁଷ୍ୟ ହୋଇଥାଏ ସବୁଠାରୁ ଅଧିକ ଶକ୍ତିଶାଳୀ,ମାଂସ ଠାରୁ ୧୦ ଗୁଣ ଅଧିକ ଶକ୍ତି ମିଳିଥାଏ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଗ୍ରନ୍ଥରେ ସେ ଦଶମ ଅଧ୍ୟାୟରେ କହିଛନ୍ତି ଯେ, ଦୃଷ୍ଟିରେ ଦେଖି ପାଦ ରଖିବା ଉଚିତ।

କପଡାକୁ ଶୁଦ୍ଧ କରି ପାଣି ପିଇବା ଉଚିତ।

ଶାସ୍ତ୍ରର ଶୁଦ୍ଧତା ଦେଖି ବଚନ କହିବା ଉଚିତ।

ନିଜ ମନରେ ବିଚାର କରି କାର୍ଯ୍ୟ କରିବା ଉଚିତ।

ଧନ ନଥିବା ବ୍ୟକ୍ତିକୁ ହୀନ କୁହାଯାଏ ନାହିଁ।

ନିଶ୍ଚୟ ସେ ଧନୀ ହୋଇଥାନ୍ତି।

ବିଦ୍ୟାଧନରୁ ହୀନ ବ୍ୟକ୍ତି ହିଁ ସବୁଠାରୁ ହୀନ ହୋଇଥାଏ।

ସୁଖ ପ୍ରାପ୍ତ କରିବାକୁ ଚାହୁଁଥିବା ବ୍ୟକ୍ତିର କେବେବି ବିଦ୍ୟା ହେବ ନାହିଁ।

ଯଦି ବିଦ୍ୟା ଦରକାର ତାହେଲେ ସୁଖ ଛାଡ଼ି ଦିଅ।

ସୁଖ ଚାହୁଁଥିବା ବ୍ୟକ୍ତିକୁ ବିଦ୍ୟା କିପରି ପ୍ରାପ୍ତ ହେବ।

ବିଦ୍ୟାର୍ଥୀଙ୍କ କିପରି ସୁଖ ପ୍ରାପ୍ତ ହେବ

କବି କଣ ଦେଖନ୍ତି ନାହିଁ?

ସ୍ତ୍ରୀମାନେ କଣ କଣ କରି ନ ପାରନ୍ତି?

ମଦିରା ସେବନ କରୁଥିବା ବ୍ୟକ୍ତି କଣ କୁହନ୍ତି ଜାଣି ପାରନ୍ତି ନାହିଁ।

କାଉ କଣ ନ ଖାଇ ଥାଏ?

ଲୋଭି ମାନଙ୍କର ଶତ୍ରୁ ଭିକୁକ ଅଟେ।

ମୂର୍ଖର ଶତ୍ରୁ ଜ୍ଞାନୀ ଅଟେ।

ବ୍ୟଭିଚାରିଣୀ ସ୍ତ୍ରୀର ଶତ୍ରୁ ତାର ସ୍ବାମୀ ଅଟେ।

ଚୋରା ମାନଙ୍କ ଶତ୍ରୁ ଚନ୍ଦ୍ର ଅଟେ।

ଯାହା ପାଖରେ ବିଦ୍ୟା ନାହିଁ, ତପ ନାହିଁ, ଦାନ ନାହିଁ, ଧର୍ମ ନାହିଁ, ସେ ଏହି ପୃଥିବୀରେ ମନୁଷ୍ୟ ରୂପୀ ପଶୁ ସହିତ ସମାନ ହୋଇଥାଏ।

ଗମ୍ଭୀରତା ସମୟରେ ମନୁଷ୍ୟ ଉପରେ କୌଣସି ଉପଦେଶ ଲାଗୁ ହୋଇ ନଥାଏ।

ଯେପରି ଚନ୍ଦନ ଗଛ ପାଖରେ କୌଣସି ଅନ୍ୟ ଗଛ ରହିଲେ ମଧ୍ୟ ତାହା ଚନ୍ଦନ ବନି ଯିବ ନାହିଁ।

ଦୁର୍ଜନ ବ୍ୟକ୍ତିକୁ ସଜ୍ଜନ କରିବା ପାଇଁ ଏହି ପୃଥିବୀରେ କୌଣସି ଉପାୟ ନାହିଁ।

ଯେପରି ବାରମ୍ବାର ଧୋଇଲେ ମଧ୍ୟ ମଳତ୍ୟାଗର ଇନ୍ଦ୍ରିୟ ଶ୍ରେଷ୍ଠ ବନି ପାରିବ ନାହିଁ।

ନିଜଠାରୁ ବରିଷ୍ଠ ଲୋକଙ୍କ ସହିତ ବିବାଦ କଲେ ଜୀବନ ନାଶ ହୋଇଥାଏ।

ଶତ୍ରୁ ସହିତ ବିବାଦ କଲେ ଧନର ନାଶ ହୋଇଥାଏ।

ବ୍ରାହ୍ମଣ ସହିତ ଦ୍ୱେଷ କଲେ ସମ୍ପୂର୍ଣ୍ଣ କୂଳ ହିଁ ନାଶ ହୋଇ ଯାଇଥାଏ।

ବ୍ରାହ୍ମଣ ବୃକ୍ଷ ହେଲେ, ସନ୍ଧ୍ୟା ତାଙ୍କର ମୂଳ ଅଟେ।

ବେଦ ଶାଖା ହେଲେ, ଧର୍ମ ତଥା କର୍ମ ତାର ପତ୍ର ଅଟେ। ତେଣୁ ବ୍ରାହ୍ମଣର କର୍ତ୍ତବ୍ୟ ହେଉଛି ସେ ମୂଳର ରକ୍ଷା କରିବ। କାରଣ ଗଛ କାଟି ଦେଲା ମାତ୍ରକେ କିଛି ହିଁ ରହିବ ନାହିଁ।

ଅନେକ ରଙ୍ଗ ଓ ରୂପା ବିଶିଷ୍ଟ ପକ୍ଷ ସନ୍ଧ୍ୟା ସମୟରେ ଗୋଟେ ଗଛ ମୂଳରେ ବସି ଥାଆନ୍ତି। ଏବଂ ସକାଳୁ ଦଶ ଦିଗକୁ ଉଡ଼ି ଯାଆନ୍ତି। ତେଣୁ ମନୁଷ୍ୟର ମୃତ୍ୟୁ ପରେ କାହିଁକି ଦୁଃଖ?

ଯଦି ଭଗବାନ ଜଗତର ପାଳନ କର୍ତ୍ତା, ଆମର ବଞ୍ଚିବାର କଣ ଚିନ୍ତା?

ଯଦି ରକ୍ଷକ ନଥାନ୍ତେ, ତାହେଲେ ମାଆର ସ୍ତନରୁ କ୍ଷୀର ବାହାରି ନଥାନ୍ତା। ତେଣୁ ବାରମ୍ବାର ବିଚାର କରନ୍ତୁ କି, ହେ ଈଶ୍ୱର ମୁଁ ସର୍ବଦା ଆପଣଙ୍କ ଶରଣରେ ରହିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *