Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ ଏହି ୫ଟି ଚାଣକ୍ୟ ନୀତି ପ୍ରୟୋଗ କରନ୍ତୁ,ଆପଣଙ୍କର କେହି ବି କିଛି କ୍ଷତି କରିପାରିବେ ନାହିଁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କର କିଛି ବିଶେଷ ନୀତି ଗୁଡିକ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ନିଜ ଜୀବନରେ ପ୍ରୟୋଗ କଲେ କେହି ଆପଣଙ୍କର କିଚିଅଧ୍ୟ ବିଗାଡି ପାରିବେ ନାହିଁ। ତେବେ ଆସନ୍ତୁ ସେହି ବିଷୟରେ ଜାଣିବା।

ଆଚାର୍ଯ୍ୟ ଚାଣକ୍ୟଙ୍କର ସେହି ନୀତି ଗୁଡ଼ିକ ହେଉଛି – ବନ୍ଧୁ ସମ୍ପର୍କୀୟଙ୍କୁ ଆପଣ ନିଜ ସଙ୍କଟରେ ପରଖି ପାରିବେ। ନିଜ ଜୀବନସାଥୀଙ୍କୁ ଆପଣ ଧନ ନଷ୍ଟ ହେବା ପରେ ପରଖି ପାରିବେ। ଅର୍ଥାତ୍ ଆମେ ଯେତେବେଳେ କୌଣସି ସମସ୍ୟାରେ ପଡ଼ିଥାଉ ଏବଂ କୌଣସି ବ୍ୟକ୍ତି ଆମକୁ ସାହାଯ୍ୟ କରେ, ତାହେଲେ ସେ ହିଁ ଆମର ସଚ୍ଚୋଟ ବନ୍ଧୁ ଅଟେ। କହିବାକୁ ଗଲେ ସୁଖରେ ତ ସମସ୍ତେ ପାଖରେ ଛିଡା ହୋଇଥାନ୍ତି। କିନ୍ତୁ ଦୁଃଖ ସମୟରେ ପାଖରେ ରହିଥିବା ବ୍ୟକ୍ତି ହିଁ ସଚ୍ଚୋଟ ବ୍ୟକ୍ତି ଅଟେ।

ଯଦି ଆପଣଙ୍କ ଜୀବନସାଥୀ ଆପଣଙ୍କୁ ବୁଝି ପାରୁ ନାହାଁନ୍ତି ଏବଂ ଆପଣଙ୍କ ଅର୍ଥକୁ ସଞ୍ଚୟ କରିବାର କ୍ଷମତା ସେମାନଙ୍କ ପାଖରେ ନାହିଁ, ତାହେଲେ ଏଭଳି ବ୍ୟକ୍ତିଙ୍କ ସହିତ ଆପଣ ଜୀବନ ନଷ୍ଟ ହେବାର ସମ୍ଭାବନା ରହିଥାଏ। ତେଣୁ ସେଭଳି ବ୍ୟକ୍ତି ପାଖରୁ ଦୂରେଇ ରୁହନ୍ତୁ।

କେବେବି ନିଜର ଦୁର୍ବଳତା ଅନ୍ୟମାନଙ୍କ ସହିତ ସେୟାର କରିବା ଉଚିତ ନୁହେଁ। ଏହା ଆପଣଙ୍କ ସମସ୍ୟାର କାରଣ ହୋଇପାରେ। ଯେତେବେଳେ ଆପଣ ନିଜ ମନର କଥା ଅନ୍ୟ ଜଣକ ସହିତ କହିବେ,ପର ମୁହୂର୍ତ୍ତରେ ସେହି କଥା ସାରା ସମାଜ ଜାଣି ଯାଇଥାଏ।

କେବେବି ଅନ୍ୟମାନଙ୍କ ଜିନିଷ ବ୍ୟବହାର କରିବା ଉଚିତ ନୁହେଁ। ଏହାଦ୍ବାରା ଋଣ ଭାର ବଢ଼ି ଯାଇଥାଏ। ସବୁଠାରୁ ବଡ଼ କଷ୍ଟ ହେଉଛି ଅନ୍ୟମାନଙ୍କ ଘରେ ସାରା ଜୀବନ ରହିବା। ଦୁନିଆରେ ପ୍ରତ୍ୟେକ ମିତ୍ରତା ପଛରେ କିଛି ନା କିଛି ସ୍ବାର୍ଥ ରହିଥାଏ। ସ୍ବାର୍ଥ ମିତ୍ରତା ପାଇବା ପାଇଁ, ସ୍ବାର୍ଥ ମିତ୍ର ସହିତ ସାରା ଜୀବନ ରହିବା ପାଇଁ ।

କୌଣସି ସାପର ବିଷ ନଥିଲେ, ତାକୁ ଦୁର୍ବଳ ଭାବନ୍ତୁ ନାହିଁ। ସେହିପରି କେବେବି ନିଜ ଦୁର୍ବଳତାକୁ ଅନ୍ୟମାନଙ୍କ ସାମ୍ନାରେ ପ୍ରଦର୍ଶିତ କରନ୍ତୁ ନାହିଁ। ଯେଉଁ ବ୍ୟକ୍ତି ଚୋରି ଧନ ନିଜ ପରିବାର ପ୍ରତି ଖର୍ଚ୍ଚ କରିଥାଏ, ସେହି ପରିବାର ଲୋକେ ମଧ୍ୟରେ ପାପର ଭାଗୀଦାର ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *