Excuse Me Odisha

ଯାହା କହିବୁ ସତ କହିବୁ

ଠାକୁର ଘରେ ଦିଆସିଲ୍ ରଖୁଥିବା ମହିଳା ମାନେ ଏହି ପୋଷ୍ଟ ଉପରେ ଥରେ କ୍ଲିକ୍ କରିକି ନିଶ୍ଚିତ ଭାବରେ ପଢନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପୌରାଣିକ ଯୁଗରୁ ଆଜିର ଆଧୁନିକ ଯୁଗରେ ମଧ୍ୟ ବାସ୍ତୁ ଶାସ୍ତ୍ରକୁ ଅଧିକ ମହତ୍ତ୍ଵ ଦିଆଯାଇଛି। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ସଠିକ ସ୍ଥାନରେ ଜିନିଷପତ୍ର ରହିଲେ ଶୁଭ ହୋଇଥାଏ। ନଚେତ ବାସ୍ତୁ ଦୋଷ ଲାଗିବାର ସମ୍ଭାବନା ରହିଥାଏ। ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଠାକୁର ଘରେ ଅନେକ ଦେବୀ ଓ ଦେବତାଙ୍କ ମୂର୍ତ୍ତି ରହିଥାଏ।

ବେଳେବେଳେ ଆମ ଜାଣତରେ ବା ଅଜାଣତରେ କିଛି ଏଭଳି ଭୁଲ ହୋଇ ଯାଇଥାଏ, ଯାହାଦ୍ଵାରା ଆମକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ତେବେ ଆସନ୍ତୁ ଠାକୁର ଘର ସମ୍ବନ୍ଧିତ କିଛି ବିଶେଷ ତଥ୍ୟ ଓ ବାସ୍ତୁ ନିୟମ ବିଷୟରେ ଜାଣିବା।

ଘରେ ଠାକୁର ଘର ଏକ ଶୁଭ ଓ ଶାନ୍ତି ପ୍ରଦାୟକ ସ୍ଥାନ ଅଟେ। ଠାକୁର ଘର ରହିବା ଦ୍ୱାରା ଘର ଲୋକଙ୍କର ମଙ୍ଗଳ ହୋଇଥାଏ। ଠାକୁର ଘରକୁ ସର୍ବଦା ସଫାସୁତୁରା ରଖିବା ଆବଶ୍ୟକ ଏହାସହିତ ଆପଣ ସର୍ବଦା ସ୍ନାନ ସାରି ଠାକୁର ଘରକୁ ପ୍ରବେଶ କରିବା ଉଚିତ। ଜୋତା ଚପଲ ପିନ୍ଧି କେବେବି ଠାକୁର ଘରକୁ ପ୍ରବେଶ କରିବା ଉଚିତ ନୁହେଁ।

ଠାକୁର ଘରର କବାଟ କେବେବି ସଖୁନଦିଗ ଆଡ଼କୁ ରହିବା ଉଚିତ ନୁହେଁ। କାରଣ ଦକ୍ଷିଣ ଦିଗ ମୃତ୍ୟୁର ରାଜା ଯମଙ୍କର ଦିଗ ହୋଇଥାଏ। ଦେବୀ ଓ ଦେବତାଙ୍କ ମୁହଁ ପୂର୍ଣ୍ଣ ଦିଗ ଆଡ଼କୁ ରହିବା ଶୁଭ ହୋଇଥାଏ। କୌଣସି ଦେବୀ ଓ ଦେବତାଙ୍କ ରୌଦ୍ର ରୂପର ମୂର୍ତ୍ତି କଦାପି ଠାକୁର ଘରେ ରଖି ପୂଜା କରିବା ଉଚିତ ନୁହେଁ। ଏହାସହିତ କୌଣସି ଖଣ୍ଡିତ ମୂର୍ତ୍ତି ରଖିବା ଅନୁଚିତ।

ଠାକୁର ଘରେ କେବେବି କୌଣସି ଜୀବିତ ବା ମୃତ ବ୍ୟକ୍ତିର ଫଟୋ ରଖିବା ଉଚିତ ନୁହେଁ। କୌଣସି ଦେବୀ ଓ ଦେବତାଙ୍କର ଗୋଟେରୁ ଅଧିକ ମୂର୍ତ୍ତି ରଖିବା ଅନୁଚିତ, ଏହା ଅଶୁଭ ହୋଇଥାଏ। ଠାକୁର ଘରେ ସୂର୍ଯ୍ୟଦେବଙ୍କ ମୂର୍ତ୍ତି ଅବଶ୍ୟ ରଖନ୍ତୁ। ଏହାସହିତ ଦେବୀ ଓ ଦେବତାଙ୍କ ମୂର୍ତ୍ତି ତମ୍ବା ବା ପିତ୍ତଳ ଧାତୁରେ ରହିଲେ ଅତ୍ୟନ୍ତ ଶୁଭ ହୋଇଥାଏ।

ଭଗବାନ ପ୍ରତ୍ୟେକ କୋଣ ଅନୁକୋଣରେ ବାସ କରିଥାନ୍ତି। କିନ୍ତୁ ଘରର ଠାକୁର ଘର ପୂର୍ବ ଓ ଉତ୍ତର ଦିଗର ମଧ୍ୟ ଭାଗରେ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ସ୍ଥାନ ଅତ୍ୟନ୍ତ ସକାରାତ୍ମକ ଉର୍ଜାରେ ଭରପୁର ରହିଥାଏ। ଠାକୁର ଘର ସାମ୍ନାରେ କଦାପି ଶୌଚାଳୟ ରଖନ୍ତୁ ନାହିଁ। ଏହା ଘର ପାଇଁ ଅଶୁଭ ହୋଇଥାଏ।।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *