Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରୀ କୃଷ୍ଣଙ୍କ ଉପଦେଶ : ଘରୁ କୁଆଡେ ବାହାରିକି ଗଲାବେଳେ କରନ୍ତୁ ଏହି ଛୋଟିଆ କାମ,ସଫଳତା ମିଳିବା ପକ୍କା !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଘରୁ ବାହାରକୁ ଯିବା ସମୟରେ କିଛି ବିଶେଷ କାର୍ଯ୍ୟ କଲେ କୌଣସି ଅନର୍ଥ ହୋଇ ନଥାଏ। ଈଶ୍ୱର ସର୍ବଦା ରକ୍ଷା କରିଥାନ୍ତି। ଅନେକ ସମୟରେ ଆମେ ବାହାରକୁ ଯିବା ସମୟରେ ଆମ ଉପରେ ନଜର ପଡ଼ି ଯାଇଥାଏ। ଏହାସହିତ ଅନେକ ନକରାତ୍ମକ ଶକ୍ତିର ମଧ୍ୟ ପ୍ରଭାବ ପଡ଼ିଥାଏ।

ବେଳେବେଳେ ଆମ ପରିବାର ବା ସମାଜର କିଛି ଏଭଳି ଲୋକଙ୍କ ସହିତ ଆମର ଭେଟ ହୋଇଥାଏ, ଯେଉଁମାନେ ଅତ୍ୟନ୍ତ ନକାରାତ୍ମକ ଚିନ୍ତାଧାରା ବିଶିଷ୍ଟ ମଣିଷ ହୋଇଥାନ୍ତି ଏବଂ ଆମକୁ ସେମାନେ ନକାରାତ୍ମକ କରିବା ପାଇଁ ପ୍ରୟାସ କରିଥାନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ମନୁଷ୍ୟକୁ ତାର କର୍ମ ଅନୁସାରେ ଫଳ ପ୍ରାପ୍ତି ହୋଇଥାଏ। ତେବେ ମନୁଷ୍ୟକୁ ତାର ପାପ କର୍ମରୁ ନିବୃତ ହେବା ପାଇଁ ଈଶ୍ବରଙ୍କ ଶରଣକୁ ଯିବା ଉଚିତ। ତେବେ ଆସନ୍ତୁ ଜାଣିବା କୌଣସି ବ୍ୟକ୍ତିକୁ ଘରୁ ବାହାରକୁ ଯିବା ସମୟରେ କଣ କରିବା ଉଚିତ।

ଘରୁ ବାହାରକୁ ପ୍ରସ୍ଥାନ କରୁଥିବା ସମୟରେ ବ୍ୟକ୍ତିକୁ ପ୍ରଥମେ ନିଜ ଇଷ୍ଟଦେବଙ୍କୁ ସ୍ମରଣ କରି ଡାହାଣ ଗୋଡ଼ ପ୍ରଥମେ ପକାଇ ବାହାରକୁ ଯିବା ଆବଶ୍ୟକ। ଏଭଳି କରିବା ଦ୍ଵାରା ଦେବୀ ଓ ଦେବତାଙ୍କ ଆଶୀର୍ବାଦ ରହିବା ସହିତ ଆପଣ ଯେଉଁ କାର୍ଯ୍ୟ ପାଇଁ ବାହାରକୁ ଯାଉଛନ୍ତି, ତାହା ସମ୍ପନ୍ନ ହୋଇଥାଏ। ବାହାରକୁ ଯିବା ସମୟରେ ଆପଣ ଗୋଟେ ଗୁଡ଼ର ଖଣ୍ଡ ନେଇ ରଖିବା ଦିଗ ଆଡ଼କୁ ପକାଇବା ଉଚିତ ଏବଂ ନିଜ କାର୍ଯ୍ୟର ସଫଳତା ନିମନ୍ତେ ନିଜ ମନରେ ଶୁଭ ବିଚାର ଆଣିବା ଆବଶ୍ୟକ।

ଘରୁ ବାହାରକୁ ଯିବା ସମୟରେ ମୁଠାଏ ଚାଉଳ ନେଇ ଘର ଭିତରକୁ ପକାଇବା ଉଚିତ। ଏଭଳି କରିବା ଦ୍ଵାରା ଆପଣଙ୍କ ଉପରେ କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ। ଯେଉଁ ମନୁଷ୍ୟ ଘରୁ ବାହାରକୁ ଯିବା ପୂର୍ବରୁ ଶାରୀରିକ ସମ୍ବନ୍ଧ ବନେଇ ଥାଏ, ତାଙ୍କର କୌଣସି କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହୋଇ ନଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *